fbpx

ସାଙ୍ଗଙ୍କୁ ଛାଡ଼ି ପଳାଇଲା ବରଯାତ୍ରୀ, ଏବେ ଗଣିବେ ୫୦ ଲକ୍ଷ!

ନୂଆଦିଲ୍ଲୀ: ବାହାଘର ବରଯାତ୍ରୀ ସାଧାରଣତଃ ପରିବାର ଏବଂ ବନ୍ଧୁଙ୍କ ମେଳରେ ହୋଇଥାଏ । କିନ୍ତୁ ଏବେ ଏହି ବରଯାତ୍ରୀକୁ ନେଇ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ବର ନିଜ ସାଙ୍ଗ ପହଞ୍ଚିବା ପୂର୍ବରୁ ବରଯାତ୍ରୀ ନେଇ ପଳାଇଯାଇଥିଲେ । ଆଉ ଏମିତି କରିବା ବରକୁ ମହଙ୍ଗା ପଡ଼ିଛି ।

ରିପୋର୍ଟ ଅନୂଯାୟୀ, ଏହି ମାମଲା ହେଉଛି ହରିଦ୍ୱାର ବାହାଦୂରାବାଦ ଅଞ୍ଚଳର । ଏଠାରେ ଜଣେ ବର ନିଜ ବିବାହ ପାଇଁ ବନ୍ଧୁମାନେ ପହଞ୍ଚିବା ଆଗରୁ ବରଯାତ୍ରୀ ଧରି ବାହାରିଯାଇଥିଲେ । ଯାହାକୁ ସହଜରେ ଗ୍ରହଣ ପାରିନଥିଲେ ତାଙ୍କ ବନ୍ଧୁ ଏଥିପାଇଁ ସେମାନେ ୫୦ ଲକ୍ଷର ମାନହାନି ରୁଜୁ କରିଛନ୍ତି ।

ସୂଚନା ଅନୂଯାୟୀ, ବର ରବି ତାଙ୍କ ବନ୍ଧୁ ଚନ୍ଦ୍ରଶେଖରଙ୍କୁ ବିବାହ କାର୍ଡ ବାଣ୍ଟିବାକୁ କହିଥିଲେ । ତାଙ୍କ ବନ୍ଧୁ ମଧ୍ୟ କାର୍ଡ ବାଣ୍ଟିଥିଲେ । କାର୍ଡରେ ବିବାହ ବରଯାତ୍ରୀ ସନ୍ଧ୍ୟା ୫ଟାରେ ବାହାରିବାର ସମୟ ମଧ୍ୟ ଉଲ୍ଲେଖ ରହିଥିଲା । କିନ୍ତୁ ଯେତେବେଳେ ଚନ୍ଦ୍ରଶେଖର ଏବଂ ଅନ୍ୟ ବନ୍ଧୁମାନେ ତାଙ୍କ ଘରେ ପହଞ୍ଚିଥିଲେ ସେତେବେଳକୁ ବରଯାତ୍ରୀ ଯାଇସାରିଥିଲେ ।

ଏହାପରେ ଚନ୍ଦ୍ରଶେଖର ରବିଙ୍କୁ କଲ୍ ମଧ୍ୟ କରିଥିଲେ କିନ୍ତୁ ରବି ତାଙ୍କୁ ଆସିବାକୁ ମନା କରିଥିଲେ ଏବଂ ଘରକୁ ଫେରିଯିବାକୁ ମନା କରିଥିଲେ । ଯାହା ସେମାନଙ୍କୁ ଭଲ ଲାଗିନଥିଲା ଏବଂ ସେ ମାନହାନି ମାମଲା କରିଥିଲେ । ସେ କହିଛନ୍ତି ଏଭଳି ଭାବରେ ବରଯାତ୍ରୀ ଆଗୁଆ ପଳାଇବା ସେମାନଙ୍କୁ ସମ୍ମାନରେ ଆଞ୍ଚ ଆସିଛି । ସେ ଆହୁରି କହିଛନ୍ତି ସେ ମାନସିକ ଭାବରେ ଖୁବ୍ ଚାପଗ୍ରସ୍ତ ଅଛନ୍ତି, କାରଣ ରବି କାର୍ଡ ଦେଇଥିବା ଲୋକମାନେ ତାଙ୍କୁ ଭୁଲ୍ ଏନେଇ ଦୋଷ ଦେଉଛନ୍ତି । ଆଉ ଏବେ ସେ ରବିଙ୍କ ଠାରୁ ୫୦ ଲକ୍ଷର ମାନହାନି ମକଦ୍ଦମା କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ରବି ସମସ୍ତଙ୍କ ସାମ୍ନାରେ ତାଙ୍କୁ ଭୁଲ୍ ମାଗନ୍ତୁ ।

Get real time updates directly on you device, subscribe now.