fbpx

ଆମେରିକା: ଟ୍ରକ୍ ଭିତରୁ ଉଦ୍ଧାର ହେଲା ୪୬ ପ୍ରବାସୀଙ୍କ ମୃତଦେହ

ଟେକ୍ସାସର ସାନ ଆଣ୍ଟୋନିଓରେ ସୋମବାର ଟ୍ରାକ୍ଟର-ଟ୍ରେଲର ଭିତରେ ୪୬ ଜଣ ପ୍ରବାସୀଙ୍କର ମୃତଦେହ ମିଳିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ଏନେଇ ସହରର ଅଗ୍ନିଶମ ବିଭାଗ କହିଛି ଯେ ଆମେରିକା-ମେକ୍ସିକୋ ସୀମାରେ ମାନବ ଚୋରା ଚାଲାଣର ଏହା ଏକ ସାଂଘାତିକ ଘଟଣା।

ସାନ ଆଣ୍ଟୋନିଓ ଅଗ୍ନିଶମ ବିଭାଗ କହିଛି ଯେ ଟ୍ରେଲର ଭିତରୁ ମିଳିଥିବା ଅନ୍ୟ ୧୬ ଜଣଙ୍କ ମଧ୍ୟରୁ ଚାରିଜଣ ନାବାଳକଙ୍କୁ ଜୀବିତ ଉଦ୍ଧାର କରାଯାଇଥିଲା । ସେମାଙ୍କ ଅବସ୍ଥା ଖରାପ ଥିବାର ସେମାନଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ।  ଏହି ଘଟଣାରେ ତିନି ଜଣକୁ ଗିରଫ କରାଯାଇ ପଚରାଉଚରା କରାଯାଉଛି । ଟ୍ରକଟି ସହରର ଦକ୍ଷିଣ ସୀମାରେ ଥିବା ଏକ ସୁଦୂର ଅଞ୍ଚଳର ରେଲୱେ ଟ୍ରାକ ପାଖରେ ଦେଖିବାକୁ ମିଳିଥିଲା ।

ସେପଟେ ମେକ୍ସିକୋର ବୈଦେଶିକ ମନ୍ତ୍ରୀ ମାର୍ସେଲୋ ଏହି ଘଟଣାକୁ ଦୁଃଖଦ କହିବା ସହ ଘଟଣାର ତଦନ୍ତ ହେବା ନେଇ କହିଥିବାବେଳେ ସେମାନଙ୍କ ପରିଚୟ ଜଣାପଡ଼ିନଥିବା କହିଛନ୍ତି ।

ଗତ କିଛି ମାସ ମଧ୍ୟରେ ଆମେରିକା-ମେକ୍ସିକୋ ସୀମାରେ ରେକର୍ଡ ସଂଖ୍ୟକ ପ୍ରବାସୀଙ୍କ ଅନୁପ୍ରବେଶ ନେଇ ଖବର ଆସିଛି ।  ଯାହାକୁ ନେଇ ଡେମୋକ୍ରାଟ୍ ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କ ଇମିଗ୍ରେସନ ନୀତିକୁ ସମାଲୋଚନା ମଧ୍ୟ କରାଯାଇଛି।

Get real time updates directly on you device, subscribe now.