fbpx

(Video) ସ୍ମାର୍ଟ କ୍ଲାସରେ ବାଜିଲା ‘ଅଶ୍ଲୀଳ’ ଭୋଜପୁରୀ ଗୀତ: ମଜାରେ ବସି ଦେଖିଲେ ଶିକ୍ଷକ ଓ ଛାତ୍ର

ପାଟନା: ବିହାରର ଶିକ୍ଷା ବ୍ୟବସ୍ଥା କେତେ ଯେ ଖରାପ ହୋଇଛି, ତାହା ତ ସମସ୍ତେ ଜାଣିଛନ୍ତି । ଅନେକ ସ୍କୁଲରେ ପାଠପଢ଼ା ନାଁରେ ଛୁଆଙ୍କ ଭବିଷ୍ୟତ ସହ ଖେଳାଯାଉଛି । ଏବେ ତ ପ୍ରାୟ ସମସ୍ତ ସ୍କୁଲରେ ‘ସ୍ମାର୍ଟ କ୍ଲାସ୍’ର ବ୍ୟବସ୍ଥା ହୋଇଛି, କିନ୍ତୁ ବିହାରରେ ଶିକ୍ଷକମାନେ ଏହାର ଧଜ୍ଜିଆ ଉଡ଼ାଉଥିବା ଦେଖିବାକୁ ମିଳିଛି ।

ଆଜିକାଲି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ସ୍ମାର୍ଟ ଶ୍ରେଣୀରେ ‘ଅଶ୍ଳୀଳ’ ଭୋଜପୁରୀ ଗୀତ ବଜାଯାଉଛି । କେବଳ ଶିକ୍ଷକ ନୁହଁନ୍ତି ବରଂ ଛାତ୍ରମାନେ ମଧ୍ୟ ଏହି ଗୀତକୁ ବେଶ ଉପଭୋଗ କରି ଦେଖୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି । ଏହି ଭିଡିଓ ଛପରାର ଏକ ସରକାରୀ ବିଦ୍ୟାଳୟର ବୋଲି ଜଣାପଡିଛି । ଏହି ଭିଡିଓ ବିହାରର ଶିକ୍ଷା ବ୍ୟବସ୍ଥାର ଖୁଲାସା କରିଛି ।

ବହୁ ଛାତ୍ର ଶ୍ରେଣୀର ବେଞ୍ଚ ଉପରେ ବସିବାଥିବା ବେଳେ ମାଷ୍ଟର ସାହେବ ମଧ୍ୟ ପଛ ଚେୟାରରେ ଆରାମରେ ବସି ସ୍ମାର୍ଟ ଶ୍ରେଣୀରେ ଭୋଜପୁରୀ ଗୀତକୁ ଉପଭୋଗ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଏହି ଭିଡିଓଟି ନିଜେ ଶ୍ରେଣୀରେ ବସିଥିବା ଜଣେ ଛାତ୍ରଙ୍କ ଦ୍ୱାରା ସୁଟିଂ କରାଯାଇଛି, ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓଟି ଦରିଆପୁର ବ୍ଲକର ବାରୱେ ପାର୍ସାନା ପଞ୍ଚାୟତରେ ଅବସ୍ଥିତ ରାମ ଆଶିଷ ବିଗ୍ନେଶ୍ୱର ଉଚ୍ଚ ବିଦ୍ୟାଳୟର ବୋଲି କୁହାଯାଉଛି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.