fbpx

ONGC ହେଲିକପ୍ଟର ଦୁର୍ଘଟଣା ମାମଲା: ଜଣେ ଓଡ଼ିଆ ମୃତ, ସ୍ତ୍ରୀ ୩ ମାସର ଗର୍ଭବତୀ

ଭୁବନେଶ୍ୱର: ଆରବ ସାଗରରେ ଓଏନଜିସି ହେଲିକପ୍ଟର ଦୁର୍ଘଟଣା ମାମଲାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଓଡ଼ିଆ ଯୁବକ ଥିବା ଜଣାପଡିଛି । ମୃତ ଯୁବକ ଜଣକ ହେଉଛନ୍ତି ଜିଓଲୋଜିଷ୍ଟ ସତ୍ୟମବଦା ପାତ୍ର । ସତ୍ୟମବଦା ପାତ୍ରଙ୍କ ଘର ମାଲକାନଗିରିରେ ବୋଲି ଜଣାପଡିଛି । ସତ୍ୟମବଦା ମୁମ୍ବାଇ ଓଏନଜିସିରେ କାର୍ଯ୍ୟରତ ଥିଲେ । ତାଙ୍କ ସ୍ତ୍ରୀ ୩ ମାସର ଗର୍ଭବତୀ ଥିବା ଜଣାପଡିଛି । ଗତବର୍ଷ ତାଙ୍କର ବିବାହ ହୋଇଥିଲା।

ତେବେ ଆରବସାଗରରେ ମଙ୍ଗଳବାର ଦିନ ଓଏନଜିସି ହେଲିକପ୍ଟର ଖସିପଡ଼ିଥିଲା । ହେଲିକପ୍ଟରରେ ଯାତ୍ରା କରୁଥିବା ୯ ଜଣଙ୍କ ମଧ୍ୟରୁ ୪ ଜଣ ପ୍ରାଣ ହରାଇଥିଲେ । ଆରବ ସାଗରରେ ଏକ କମ୍ପାନୀର ରିଙ୍ଗରେ ଲ୍ୟାଣ୍ଡ୍ କରିବାକୁ ଚେଷ୍ଟା କରୁଥିବା ବେଳେ ଓଏନଜିସିର ହେଲିକପ୍ଟର ସମୁଦ୍ରରେ ଖସିପଡ଼ିଥିଲା ।

 

କମ୍ପାନୀ ଅଧିକାରୀଙ୍କ କହିବା ଅନୁସାରେ, ପବନ ହଂସ ହେଲିକପ୍ଟରରେ ଦୁଇ ପାଇଲଟଙ୍କ ସାତ ଜଣ ସବାର ଥିଲେ । ଏହି ଘଟଣା ମୁମ୍ବାଇ ଉପକୂଳରୁ ୫୦ ସମୁଦ୍ର ମାଇଲ ଦୂରରେ ଘଟିଥିଲା । ଫ୍ଲୋଟର୍ସ ଦ୍ୱାରା ହେଲିକପ୍ଟର କିଛି ସମୟ ପାଇଁ ବାହାରେ ରହିବାରେ ସଫଳ ହୋଇଥିଲା ଆଉ ଏହି ସମୟରେ ଉଦ୍ଧାରକାରୀ ଦଳ ୯ ଜଣଙ୍କୁ ବାହାର କରିଥିଲେ । ସେମାନଙ୍କ ମଧ୍ୟରୁ ଚାରି ଜଣ ବେହୋସ୍ ଥିଲେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Get real time updates directly on you device, subscribe now.