fbpx

ଭୁଲରେ ଆକାଉଣ୍ଟକୁ ଆସିଗଲା ୨୮୬ ମାସର ଦରମା, ଚାକିରି ଛାଡି ଗାଏବ ହୋଇଗଲେ କର୍ମଚାରୀ

ନୂଆଦିଲ୍ଲୀ: ଚାକିରିଟିଏ ପାଇବା ପାଇଁ ଲୋକେ ଅନେକ ପରିଶ୍ରମ କରିଥାନ୍ତି। ଆଉ ଚାକିରି ପାଇଥିବା ନିଜର କାମ ପୂରା କରିବା ପାଇଁ ମଧ୍ୟ ଦିନ ରାତି ଖଟିଥାନ୍ତି। ଭାବନ୍ତୁ ଯଦି କୌଣସି ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଗୋଟିଏ ମାସର କାମ ବଦଳରେ ୨୮୬ ମାସର ଦରମା ଆସିଯିବ ତେବେ ଏହା ନିଶ୍ଚିତ ଭାବେ ଏକ ଆଶ୍ଚର‌୍ୟ୍ୟଜନକ ଘଟଣା ହେବ। ଏମିତି ଏକ ମାମଲା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଏତେ ଟଙ୍କା ଆସିଗଲା ଯେ, ସେ ନିଜକୁ ବିଶ୍ଵାସ କରି ପାରିଲେ ନାହିଁ। ଏହା ପରେ ଏମିତି ଘଟଣା ଘଟିଲା ଯାହା କେହି ବି ଚିନ୍ତା କରିନଥିଲେ।

ଏହି ଘଟଣା ଚିଲିର। ଫର୍ଚ୍ୟୁନ ଡଟ୍ କମର ଏକ ରିପୋର୍ଟ ମୁତାବକ ଚିଲିର ଏକ କମ୍ପାନୀର ଜଣେ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଗତ ମାସରେ ଭୁଲ ବଶତଃ ଏକ ସଙ୍ଗେ ୨୮୬ ମାସର ଦରମା ଜମା ହୋଇ ଯାଇଥିଲା। ଯେତେବେଳେ ବ୍ୟକ୍ତିଜଣକ ନିଜ ଆକାଉଣ୍ଟ ଚେକ୍ କଲେ ନିଜ ଆଖିକୁ ବିଶ୍ଵାସ କରିପାରିଲେ ନାହିଁ। ପୁଣି ଥରେ ଭଲ କି ଦେଖିବାରୁ ଜାଣିବାକୁ ପାଇଲେ ଯେ, ତାଙ୍କ ଗୋଟିଏ ମାସର ଦରମାର ୨୮୬ ଗୁଣ ଅଧିକ ଟଙ୍କା ଆକାଉଣ୍ଟରେ ଜମା ହୋଇଛି।

ସେପଟେ ଏହାର ସୂଚନା ମିଳିବା ମାତ୍ରେ କମ୍ପାନୀ ନିଜର ଭୁଲ୍ ଜାଣି ପାରିଥିଲେ। ସେମାନେ କର୍ମଚାରୀଙ୍କୁ ଯୋଗାଯୋଗ କରି ଅଫିସ୍ ଡକାଇଲେ। କର୍ମଚାରୀଙ୍କୁ ଟଙ୍କା ଫେରାଇବାକୁ କହିବାରୁ ସେ ପ୍ରତିଶ୍ରୁତି ଦେଇଥିଲେ ଯେ, ଟଙ୍କା ସେ ଶୀଘ୍ର ଫେରାଇ ଦେବେ। କିନ୍ତୁ ଏମିତି ହୋଇନଥିଲା। ଲକ୍ଷ ଲକ୍ଷ ଟଙ୍କା ଦେଖି ବ୍ୟକ୍ତିଙ୍କ ମନରେ ଏତେ ଲୋଭ ବଢି ଯାଇଥିଲା ଯେ, ସେ ନିଜ ହିସାବରେ ନିର୍ଣ୍ଣୟ ନେଇଗଲେ।

ସର୍ବପ୍ରଥମେ ସେ କମ୍ପାନୀରୁ ଇସ୍ତଫା ଦେଇଦେଲେ ଏବଂ ପରେ ଏମିତି ସ୍ଥାନକୁ ଫେରାର ମାରିଲେ ଯାହାର ଠିକଣା ବିଷୟରେ କାହାକୁ କିଛି ଜଣା ନାହିଁ। ଟଙ୍କା ଫେରି ପାଇବା ପାଇଁ କମ୍ପାନୀ ଥାନାରେ ଅଭିଯୋଗ କରିଛି। କମ୍ପାନୀ ପାଖାପାଖି ଦରମା ଭାବେ ଦେଢ କୋଟି ଟଙ୍କା କର୍ମଚାରୀଙ୍କ ଆକାଉଣ୍ଟରେ ଭୁଲବଶତଃ ଜମା କରି ଦେଇଥିଲେ। ଏହାର ଖୁଲାସା ସେହି ସମୟରେ ହୋଇଥିଲା, ଯେତେବେଳେ କମ୍ପାନୀର ମ୍ୟାନେଜମେଣ୍ଟ ରେକର୍ଡ ଚେକ୍ କଲେ, ସେହି ସମୟରେ ତ୍ରୁଟି ସାମ୍ନାକୁ ଆସିଥିଲା।

Get real time updates directly on you device, subscribe now.