fbpx

୨୫୦୦ ଯୁବତୀଙ୍କ ସହ ସେକ୍ସ କରିଛନ୍ତି ଜଣେ ପୂର୍ବତନ ଏକନମ୍ବର ଟେନିସ ଖେଳାଳି! ଖେଳାଳିଙ୍କ ଜବାବ ସମସ୍ତଙ୍କୁ ଚମକାଇ ଦେଲା

ନୂଆଦିଲ୍ଲୀ: ଯଦି ଆପଣଙ୍କୁ ପ୍ରଶ୍ନ କରାଯିବ, ଆପଣ କେତେଜଣ ମହିଳାଙ୍କ ସହ ଶାରୀରିକ ସମ୍ପକ ସ୍ଥାପନ କରିଛନ୍ତି ତେବେ ଆପଣ କ’ଣ ଜବାବ ଦେବେ । ବିଶ୍ୱର ଜଣେ ମହାନ ଟେନିସ ଖେଳାଳି ଖେଳାଳିଙ୍କ ଜବାବ କିନ୍ତୁ ସମସ୍ତଙ୍କଠାରୁ ଭିନ୍ନ ଥିଲା । ଏହି ଖେଳାଳି ଜଣଙ୍କ ତାଙ୍କ ଜୀବନରେ ୨୫୦୦ ଯୁବତୀଙ୍କ ସହିତ ସେକ୍ସ କରିଛନ୍ତି କହି ସମସ୍ତଙ୍କୁ ଚମକାଇ ଦେଇଛନ୍ତି ।

ଏପରି ବୟାନ ଦେଇଥିବା ପୂର୍ବତନ ଏକନମ୍ବର ଟେନିସ ଖେଳାଳିଙ୍କ ନାମ ହେଉଛି ଇଲି ନସତାସେ । ଇଲି ଜଣେ ପ୍ଲେ ବୟ ଭାବେ ଜୀବନକୁ ଉପଭୋଗ କରିବା ନେଇ ବେଶ୍ ଚର୍ଚ୍ଚାରେ ରହିଥିଲେ । ସେ ତାଙ୍କର ପତ୍ନୀଙ୍କ ସହିତ ସାକ୍ଷାତ ପୂର୍ବରୁ ଏହି ସମସ୍ତ ଯୁବତୀଙ୍କ ସହିତ ଶାରୀରିକ ସମ୍ବନ୍ଧ ବନାଇଥିଲେ । ତାଙ୍କୁ ମହିଳାମାନେ ବହୁତ ପସନ୍ଦ ଲାଗନ୍ତି ଓ ସେମାନଙ୍କୁ ସେ ବହୁତ ପ୍ରେମ କରନ୍ତି । ଜଣେ ମହିଳାଙ୍କୁ ପ୍ରେମ କରିବା ଏକ ସାଧାରଣ କଥା ବୋଲି ସେ କହିଛନ୍ତି ।

ଇଲି ଅଟୋବାୟୋଗ୍ରାଫିରେ କହିଛନ୍ତି, ସେ ୨୫୦୦ ଯୁବତୀଙ୍କ ସହିତ ସେକ୍ସ କରିଛନ୍ତି । ତେବେ ଏକବର୍ଷ ପରେ ସେ ଏହି ସଂଖ୍ୟାକୁ ସାମାନ୍ୟ ହ୍ରାସ କରିଦେଇଛନ୍ତି । ପ୍ରକୃତରେ ଏହି ସଂଖ୍ୟା ଏତେ ଅଧିକ ନୁହେଁ । ଅଧିକ ବିକ୍ରି ଉଦ୍ଦେଶ୍ୟରେ ଅଟୋବାୟୋଗ୍ରାଫିରେ ଏହାକୁ ବଢ଼ାଇ କରି ଦେଖାଯାଇଛି ବୋଲି ସେ କହିଛନ୍ତି । ତେବେ ଏହି ସଂଖ୍ୟା ୩୦୦-୪୦୦ ମଧ୍ୟରେ ସୀମିତ ବୋଲି ଇଲି ଜବାବ ଦେଇଛନ୍ତି । ତାଙ୍କୁ ଏଥିପାଇଁ କେହି ମେଡାଲ ଦେବେ ନାହିଁ, ମାତ୍ର ତାଙ୍କ ଜୀବନରେ ବହୁତ ଯୁବତୀ ରହିଥିଲେ ବୋଲି ଇଲି କହିଥିଲେ ।

Get real time updates directly on you device, subscribe now.