fbpx

କେଉଁଠି ହାତୀ ମରୁଛି ତ’ କେଉଁଠି ହାତୀକୁ ମାରୁଛି ମଣିଷ; ଆକ୍ରମଣରେ ବୃଦ୍ଧ ଆଉ ୫ବର୍ଷର ଶିଶୁ ମୃତ

ବାରିପଦା(ଓଡ଼ିଶା ଭାସ୍କର): କେଉଁଠି ମଣିଷ ହାତୀକୁ ମାରୁଛି ତ କେଉଁଠି ମଣିଷକୁ ମାରୁଛି ହାତୀ। ହାତୀ ଆକ୍ରମଣରେ ଦୁଇ ଜଣ ମୃତ ହୋଇଥିବା ବେଳେ ହାତୀକୁ ଗୁଳି କରି ହତ୍ୟା କରିଥିବା ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ବନବିଭାଗ। ବାରିପଦାର ଦୁଇଟି ସ୍ଥାନରେ ହାତୀ ଆକ୍ରମଣରେ ବୃଦ୍ଧ ଓ ଶିଶୁଙ୍କ ମୃତ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ସେହିପରି କଟକ ଜିଲ୍ଲା ଆଠଗଡ଼ରେ ହାତୀକୁ ଗୁଳି କରି ହତ୍ୟା କରିଥିବା ଘଟଣାରେ ଦୁଇଜଣ ଗିରଫ ହୋଇଛନ୍ତିି।

ବେତନଟୀ ରେଞ୍ଜ ସୁନାହଜା ଗାଁରେ ହାତୀ ଆକ୍ରମଣରେ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କ ଜୀବନ ଯାଇଛି। ସେହିପରି ରାସଗୋବିନ୍ଦପୁର ରେଞ୍ଜ ସମାଇଡିହି ଗାଁରେ ଏକ ୫ ବର୍ଷର ଶିଶୁ କନ୍ୟାକୁ ହାତୀ ଦଳି ଦେଇଥିବା ଘଟଣା ଦେଖିବାକୁ ମିଳିଛି। ତେବେ ଆଠଗଡ଼ ବନଖଣ୍ଡ ଅଞ୍ଚଳରେ ହାତୀକୁ ଗୁଳି କରି ହତ୍ୟା କରିଥିବା ଘଟଣାରେ ଦୁଇ ଜଣ ଗିରଫ ହୋଇଛନ୍ତି। ପୂର୍ବରୁ ହାତୀ ମୃତ୍ୟୁ ମାମଲାରେ ବନବିଭାଗ ୩ଜଣଙ୍କୁ ଗିରଫ କରିଥିଲା । ବର୍ତ୍ତମାନ ଗିରଫ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ଆଠଗଡ଼ ବନବିଭାଗ ଅଭିଯୁକ୍ତଙ୍କୁ ଦୁଇ ଦିନ ପଚରା ଉଚୁରା କରିବା ପରେ ଗିରଫ କରିଥିବା ସୂଚନା ମିଳିଛି।

ସୂଚନା ଥାଉ କି, ଜୁନ ମାସ ପ୍ରଥମ ସପ୍ତାହରେ ଏକ ଦନ୍ତା ହାତୀର ଶୁଣ୍ଡରେ ଗୁଳି ମାଡ଼ ହୋଇଥିବାରୁ ନରସିଂହପୁର ଜଙ୍ଗଲରେ ସେ ଗୁରୁତର ହୋଇ ପଡ଼ି ରହିଥିଲା। ଏହି ଘଟଣାର ଭିଡିଓକୁ ବିଧାୟକ ଦେବୀ ପ୍ରସାଦ ମିଶ୍ର ଫେସବୁକରେ ପୋଷ୍ଟ କରିବା ପରେ ବନବିଭାଗ ଆହତ ହାତୀର ଚିକିତ୍ସା କରିଥିଲା। ବନବିଭାଗର ସମସ୍ତ ଚେଷ୍ଟା ପରେ ବି ହାତୀଟିର ମୃତ୍ୟୁ ହୋଇ ଯାଇଥିଲା।

Get real time updates directly on you device, subscribe now.