fbpx

ନେଗେଟିଭ୍ ଆସିବା ପରେ ବି ଥାଇରଏଡ ଗ୍ରନ୍ଥିରେ ବର୍ଷସାରା ଲାଗିରହିଲା କରୋନା: ଷ୍ଟଡୀ

ନୂଆଦିଲ୍ଲୀ: କରୋନା ସଂକ୍ରମଣରୁ ସୁସ୍ଥ ହୋଇସାରିଥିବା ରୋଗୀଙ୍କ ଥାଇରଏଡ ଗ୍ରନ୍ଥିରେ ଏହି ଭାଇରସ୍ ବର୍ଷସାରା ଲାଗିଥିବା ସୂଚନା ମିଳିଛି । ଇଟାଲୀର ମିଲାନ୍ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏହି ଷ୍ଟଡୀରେ ଏହା ସ୍ପଷ୍ଟ କରିଛନ୍ତି । ଷ୍ଟଡୀ ଅନୁସାରେ, ଯେଉଁ ରୋଗୀଙ୍କଠାରେ କରୋନା ସଂକ୍ରମଣର ଭୟଙ୍କର ରୂପ ଦେଖିବାକୁ ମିଳିଥିଲା, ସେମାନଙ୍କ ମଧ୍ୟରେ ପୋଷ୍ଟ କୋଭିଡ୍ ଅଧୀନରେ ଦୀର୍ଘ ସମୟ ଧରି ସଂକ୍ରମଣର ପ୍ରଭାବ ଦେଖିବାକୁ ମିଳିଛି ।

ଏହି ଲୋକମାନେ ନେଭେଟିଭ ହେବା ପରେ ବି ସମ୍ପୂର୍ଣ୍ଣ ସୁସ୍ଥ ନୁହଁନ୍ତି । ସେମାନଙ୍କ ମଧ୍ୟରୁ ଅନେକଙ୍କଠାରେ ଥାଇରଏଡ୍ ଗ୍ରନ୍ଥିରେ ସଂକ୍ରମଣର ଉପସ୍ଥିତି ଚିହ୍ନଟ ହୋଇଛି । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ମଧ୍ୟମରୁ ଗମ୍ଭୀର ସଂକ୍ରମଣ ସମୟରେ ଥାଇରଏଡ୍ ଗ୍ରନ୍ଥିରେ ଫୁଲିବାର ସ୍ଥିତି ରହିଥାଏ ।

ଅଧ୍ୟୟନରୁ ଜଣାପଡିଛି ଯେ, ହରମୋନ୍ ଅସନ୍ତୁଳନ ସାଧାରଣତଃ ସାମାନ୍ୟ ହୋଇଥାଏ କିନ୍ତୁ କରୋନାର ଗୁରୁତର ମାମଲାରେ ଏହା ଅଧିକ ବଢ଼ିଯାଏ । ଥାଇରଏଡ ଗ୍ରନ୍ଥି ଏବଂ ସଂକ୍ରମଣ ମଧ୍ୟରେ ଏକ ସ୍ପଷ୍ଟ ସମ୍ବନ୍ଧ ରହିଛି । ତେଣୁ ଥାଇରଏଡ୍ ହରମୋନ୍ ରୋଗର ଗମ୍ଭୀରତା ସହିତ ଜଡିତ କି ନାହିଁ ତାହା ଜାଣିବା ଜରୁରୀ । ଅନ୍ୟପଟେ ଦେଶରେ ପୁଣିଥରେ କରୋନା ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି ।

Get real time updates directly on you device, subscribe now.