fbpx

ଆସୁଛି ବିବାହ ଋତୁ, ସୁନା କିଣିବାକୁ ଭାବୁଛନ୍ତି କି? କଟକ-ଭୁବନେଶ୍ୱରେ କମିଛି ସୁନାଦର, ଆଜିଠୁ ଭିଡ଼…

ଭୁବନେଶ୍ୱର: ବିବାହ ଋତୁ ଆସୁଥିବାରୁ ସୁନାର ଚାହିଦା ବଢିଛି । ତେବେ ଏହାରି ଭିତରେ ଆସିଛି ସୁନା ପ୍ରେମିକଙ୍କ ପାଇଁ ଖୁସି ଖବର । ଆଜି ସୁନା କିଣିବା ପୂର୍ବରୁ ନଜର ପକାନ୍ତୁ ଆଜି ଓଡିଶାରେ କେତେ ରହିଛି ସୁନା ଦର । ବର୍ତ୍ତମାନ ସୁନା ଦର ଏମିତି ବଢିଥିଲା ଯେ କେହି ସୁନା କିଣିବାକୁ ଚାହିଁ ନଥିଲେ । ଏବେ ସୁନା ଦର ଆଣିଛି ଆଶ୍ୱସ୍ତି । ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୨,୯୩୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୬,୮୫୦ ଟଙ୍କା ରହିଛି । ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧ଗ୍ରାମ୍ ପିଛା ୬,୬୮୫ ଟଙ୍କା ହୋଇଥିବା ବେଳେ ୮ଗ୍ରାମ ପିଛା ୫୩,୪୮୦ ଟଙ୍କା ରହିଛି ।
କଟକରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଗ୍ରାମ ପିଛା ୬,୬୮୫ ଟଙ୍କା ହୋଇଥିବାବେଳେ ୮ ଗ୍ରାମ୍ ପିଛା ୫୩,୪୮୦ ଟଙ୍କା ରହିଛି । ଏହାଛଡା ଶୁଦ୍ଧ ରୂପା ୧ ଗ୍ରାମ୍ ପିଛା ୮୭.୫୦ ରହିଥିବା ବେଳେ ୮ ଗ୍ରାମ୍ ପିଛା ୭୦୦ ଗ୍ରାମ ୧୦୦ପିଛା ୮,୭୫୦ ଓ ୧ କେଜି ପିଛା ୮୭,୫୦୦ ଟଙ୍କା ରହିଛି ।
ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘ଈଓଝ ଉବକ୍ସର ବକ୍ଟ୍ରକ୍ଟ୍ର’ରେ ଯାଞ୍ଚ କରିପାରିବେ । ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ । ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ । ମିଳିଥିବା ସୂଚନାନୁସାରେ ଡିସେମ୍ବର ଶେଷ ପରଠାରୁ ଆନ୍ତର୍ଜାତୀୟ ବଜାରରେ ସୁନା ଦର ସବୁଠୁ ବଡ ସାପ୍ତାହିକ ହ୍ରାସ ଦେଖିବାକୁ ମିଳିଛି ।

ସେହିପରି ଆମେରିକାର ଗୋଲ୍ଡ ଫ୍ୟୁଚର୍ସ ୦.୩୪ ପ୍ରତିଶତ ବୃଦ୍ଧି ପାଇ ୨,୩୪୬.୭୦ ଟଙ୍କା ରେ ବନ୍ଦ ହୋଇଛି । ସମଗ୍ର ବାଣିଜ୍ୟ ସପ୍ତାହରେ (୨୨ ରୁ ୨୬ ଏପ୍ରିଲ) ସୁନା ମୂଲ୍ୟରେ ୨.୩ ପ୍ରତିଶତ ହ୍ରାସ ଘଟିଛି । ଏହି ସପ୍ତାହରେ ସୁନା ମୂଲ୍ୟରେ ହ୍ରାସ ଘଟିଛି । ଇଣ୍ଡିଆ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ (ଆଇବିଜେଏ) ର ୱେବସାଇଟ୍ ଅନୁଯାୟୀ, ବୁଲିଅନ୍ ବଜାରରେ ଏହି ସପ୍ତାହ ଆରମ୍ଭରେ ଅର୍ଥାତ୍ ଏପ୍ରିଲ୍ ୨୨ ରେ ସୁନା ୭୩,୧୬୧ ଟଙ୍କା ଥିଲା, ଯାହା ବର୍ତ୍ତମାନ ଅର୍ଥାତ୍ ୨୭ ଏପ୍ରିଲରେ ୧୦ ଗ୍ରାମ ପିଛା ୭୨,୪୪୮ ହୋଇଛି । ଅର୍ଥାତ୍ ଏହି ସପ୍ତାହରେ ଏହାର ମୂଲ୍ୟ ୭୧୩ ଟଙ୍କା ହ୍ରାସ ପାଇଛି ।

ସୁନା ଦର କାହିଁକି ହ୍ରାସ ହେଲା?
ତେବେ ପଶ୍ଚିମ ଏସିଆରେ ଭୂ ରାଜନୀତିକ ତିକ୍ତତା ହ୍ରାସ ପାଉଛି । ଯେଉଁଥିପାଇଁ ଏହା ସୁନା ଦର ଉପରେ ପ୍ରଭାବ ପକାଉଛି ଏବଂ ଏଥିରେ ହ୍ରାସ ଦେଖିବାକୁ ମିଳୁଛି । ନିକଟରେ ପଶ୍ଚିମ ଏସିଆ ଦେଶମାନଙ୍କରେ ଯୁଦ୍ଧର ଭୟ ମଧ୍ୟରେ ଏପ୍ରିଲ ୧୨ ରେ ସୁନାର ମୂଲ୍ୟ ୨,୪୩୧.୨୯ ଡଲାରରେ ପହଞ୍ଚିଛି । ଯୁଦ୍ଧ ହେବାର ସମ୍ଭାବନା ହ୍ରାସ ପାଉଥିବାରୁ ସୁନା ମୂଲ୍ୟରେ ଉଚ୍ଚ ସ୍ତରରୁ ପ୍ରାୟ ୧୦୦ ଡଲାର ହ୍ରାସ ପାଇଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.