fbpx

ଇଶାକ ଡାର ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ନିଯୁକ୍ତ

ନୂଆଦିଲ୍ଲୀ: ପଡ଼ୋଶୀ ଦେଶ ପାକିସ୍ତାନରୁ ଆସିଛି ଏକ ବଡ଼ ଖବର । ଦେଶର ବୈଦେଶିକ ମନ୍ତ୍ରୀ ଇଶାକ ଡାର ଡେପୁଟି ପ୍ରାଇମ୍ ମିନିଷ୍ଟର ଭାବେ ନିଯୁକ୍ତି ପାଇଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ଶେହଜାଦ ଶରିଫଙ୍କ କ୍ୟାବିନେଟ ତରଫରୁ ଏକ ନୋଟିଫିକେସନ ଜାରି କରାଯାଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ଶ୍ରୀ ଡାର ପିଏମଏଲ-ଏନ’ର ଫାଇନାନ୍ସ ଏକ୍ସପର୍ଟ ଭାବେ ଦୀର୍ଘ ସମୟ ଧରି କାର୍ଯ୍ୟ କରି ଆସୁଥିଲେ । ଗତ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ଶେହଜାଦ ନୂଆ କ୍ୟାବିନେଟ ଗଠନ କରିବା ସମୟରେ ଶ୍ରୀ ଡାରଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ୱ ଦେଇଥିଲେ ।

Get real time updates directly on you device, subscribe now.