fbpx

ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ ଆକ୍ରମଣ: ଝରିଗାଁ ଥାନାରେ ଅଭିଯୋଗ

Advertisement

ଗଞ୍ଜାମ: ଆଜି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିବାଚନ ଜାରି ରହିଛି । ତେବେ ଏହି ନିର୍ବାଚନ ସମୟରେ ଝରିଗାଁର ବିଜେପି ବିଧାୟକ ପ୍ରାର୍ଥୀଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଝରୀିଗାଁର ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ଭତ୍ରାଙ୍କ ଉପରେ ଆକ୍ରମଣ କରାଯାଇଛି । ଦେଉଳକୋନା ଗାଁ ୨୦୪ ନମ୍ବର ବୁଥରେ ନରସିଂହଙ୍କୁ ଆକ୍ରମଣ ହୋଇଥିବା ଜାଣିବାକୁ ମିଳିଛି । ତେବେ ଏ ନେଇ ଝରିଗାଁ ଥାନାରେ ଅଭିଯୋଗ ମଧ୍ୟ କରାଯାଇଛି । ବିରୋଧୀ ଦଳର କିଛି କର୍ମୀ ଏହି ଆକ୍ରମଣ କରିଥିବା ନେଇ ଅଭିଯୋଗ କରିଛନ୍ତି ନରସିଂହ ଏବଂ ସମର୍ଥକ ।

ସେପଟେ ବ୍ରହ୍ମପୁରରେ ମତଦାନ ସମୟରେ ମଧ୍ୟ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଯାଇଛି । ଏଠାରେ ୨ ଜଣ ବିଜେପି ଏଜେଣ୍ଟଙ୍କୁ ଆକ୍ରମଣ କରାଯାଇଥିବା ଜାଣିବାକୁ ମିଳିଛି । ମହମଡାନ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ବୁଥରେ ଥିବାବେଳେ କିଛି ଦୁର୍ବୃତ୍ତ ଅଚାନକ ୨ ଜଣ ବିଜେପି ଏଜେଣ୍ଟଙ୍କ ଉପରେ ଆକ୍ରମଣ କରିଛନ୍ତି । ତେବେ ଏହା ବିପକ୍ଷ ଦଳର ଚକ୍ରାନ୍ତ ବୋଲି ଅଭିଯୋଗ ହୋଇଛି ।

Get real time updates directly on you device, subscribe now.