fbpx

Big Breaking; ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ତ୍ରୁଟି: ସସପେଣ୍ଡ ସହ ଗିରଫ ହେବେ ପ୍ରଜାଇଡିଂ ଅପିସର

Advertisement

ଗଞ୍ଜାମ: ଆଜି ଓଡ଼ିଶାରେ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ପ୍ରଥମ ଦିନ ନିର୍ବାଚନରେ ହିଁ ଦେଖିବାକୁ ମିଳିଛି ବଡ଼ ଧରଣର ତ୍ରୁଟି । ନିର୍ବାଚନ ପରିଚାଳନାରେ ତ୍ରୁଟି ପରିଲକ୍ଷିତ ହେବା ପରେଚ ୨ ଜଣ ପ୍ରିଜାଇଡିଙ୍ଗ ଅପିସରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗଞ୍ଜାମର ମତଦାନରେ ତ୍ରୁଟି ଯୋଗୁଁ ଜଣେ ଗଞ୍ଜାମର ଏବଂ ନର୍ଲାର ଜଣେ ପୋଲିଂ ଅଫିସରଙ୍କୁ ସସପେଣ୍ଡ କରାଯାଇଛି । ଉଭୟଙ୍କ ସସପେଣ୍ଡ କରାଯøିବା ନେଇ ସିଇଓ ନିକୁଞ୍ଜ ଧଳ ସୂଚନା ଦେଇଛନ୍ତି ।

ଏହାସହିତ ସେମାନଙ୍କୁ ଗିରଫ କରିବା ପାଇଁ ମଧ୍ୟ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଛତ୍ରପୁରର ୨୭ ଏବଂ ୧୬୩ ନମ୍ବର ବୁଥର ପ୍ରିଜାଇଡିଂ ଅଫିସରଙ୍କ ବିରୋଧରେ ଡ୍ୟୁଟି ସମୟରେ ଗୁରୁତର ଅବହେଳା କରିବା ନେଇ ଅଭିଯୋଗ ହୋଇଛି । ତେଣୁ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛି । ଗୋପାଳପୁରର ୧୯୩ ନମ୍ବର ବୁଥର ପ୍ରିଜାଇଡିଂ ଅଫିସରଙ୍କୁ ମଧ୍ୟ ସସପେଣ୍ଡ ପାଇଁ ନିର୍ଦ୍ଦେଶ ଜାରି ହୋଇଛି ।

Get real time updates directly on you device, subscribe now.