fbpx

ଖରାଦିନେ ପାଣି ବୋତଲ କିଣୁଥିଲେ ସତର୍କ ରୁହନ୍ତୁ: କେଉଁ ବୋତଲ ଅସଲି ଆଉ କେଉଁଟା ନକଲି ଚିହ୍ନଟ କରିବେ କିପରି?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ରାଜ୍ୟବାସୀ ଭୟଙ୍କର ଭାବେ ଛଟପଟ ହେଉଛନ୍ତି । ଆଜି ଦ୍ୱିପ୍ରହର ୨.୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୩.୨ ଡିଗ୍ରୀ ଛୁଇଁଛି । ଏଥିସହିତ କେନ୍ଦୁଝର, ଚାନ୍ଦବାଲି, ବାଲେଶ୍ୱର ଆଦି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଗତକାଲି ରାଜ୍ୟର ୧୪ଟି ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଥିଲା । ତେବେ ଭୀଷଣ ତାତିରୁ ରକ୍ଷା ପାଇବା ପାଇଁ ଲୋକମାନେ ଥଣ୍ଡା ପାଣି, ଲସି, ସରବତ ଓ ଆଇସକ୍ରିମ୍ ଉପରେ ଭରସା କରିଥାନ୍ତି । ତେବେ ଆପଣମାନେ ଦୋକାନ, ବଜାରରୁ କିଣୁଥିବା ପାଣି ବୋତଲ ଅସଲି କି ନକଲି ତାହା ଜାଣିଛନ୍ତି କି? କେଉଁ ବୋତଲ ଅସଲି ଆଉ କେଉଁ ବୋତଲ ନକଲି ତାହାକୁ ଚିହ୍ନଟ କରିବାର ଉପାୟ ଆପଣମାନେ ଜାଣିବା ନିହାତି ଜରୁରୀ । ନଚେତ ନକଲି ବୋତଲରେ ପାଣି ପିଇ ଆଣଙ୍କର ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଥାଏ ।

ସାଧାରଣ ଭାବେ ଜଳ ଆମର ଜୀବନ ହୋଇଥିବା ବେଳେ ଆଜିର ବ୍ୟସ୍ତ ବହୁଳ ଜୀବନରେ ଆମେ ଅନେକ ସମୟରେ ବାହାରୁ ପାଣି ବୋତଲ କିଣି ପିଇଥାଉ । ବର୍ତ୍ତମାନ ସମୟରେ ଲୋକମାନଙ୍କର ଚାହିଦାକୁ ଦୃଷ୍ଟିରେ ରଖି ପ୍ୟାକେଜଡ ଡ୍ରିଙ୍କିଙ୍ଗ ୱାଟରର ବ୍ୟବସାୟ ମଧ୍ୟ ବଢ଼ିବାରେ ଲାଗିଛି । ଅନେକ କମ୍ପାନୀର ୱାଟରର ଚାହିଦା ବଢ଼ିଚାଲିଥିବା ବେଳେ କିଛି ଲାଭଖୋର ବ୍ୟବସାୟୀ କିଛି ନକଲି ପାଣି ବୋତଲର ବ୍ୟବସାୟ ଆରମ୍ଭ କରିଦେଇଛନ୍ତି । ତେଣୁ ଆପଣମାନେ ମଧ୍ୟ ଏଭଳି ନକଲି ପାଣି ବୋତଲରୁ ପାଣି ପିଇଥାଇ ପାରନ୍ତି । ତେଣୁ ବେଳ ହୁଁ ସାବଧାନ ରହିଲେ ଆପଣ ଠକାମିର ଶିକାର ହେବେ ନାହିଁ ।

ଆପଣମାନେ କିଣିଥିବା ପାଣି ବୋତଲରେ ଛପା ଯାଇଥିବା ଆଇଏସଆଇ କୋଡ ମାଧ୍ୟମରେ ଆପଣ ଅସଲି ଓ ନକଲିକୁ ଚିହ୍ନଟ କରିପାରିବେ । ଯଦି ଆପଣ ୨୦ ଟଙ୍କିଆ ବୋତଲ କିଣୁଛନ୍ତି ଓ ସେଥିରେ ଆଇଏସ-୧୪୫୪୩ କୋଡରୁ ବୋତଲର ପାଣି ଠିକ୍ ଅଛି କି ନାହିଁ ଜାଣି ପାରିବେ । ଏହି ଟେକନିକ ପାଣି ବୋତଲର କଭରକୁ ଦେଖି ଜଣାପଡ଼ି ନଥାଏ । ମାତ୍ର ବୋତଲରେ ତିଆରି ହୋଇଥିବା ଉତ୍ପାଦନ ଠିକ୍ କି ନୁହେଁ ତାହା ଜଣାପଡ଼ିଥାଏ । ଏହି କୋଡକୁ ବ୍ୟବହାର କରି କିଛି ଠକ କମ୍ପାନୀ ବେପାର ଚଳାଉଛନ୍ତି । ଆପଣମାନେ ବିଆଇଏସ କେୟାର ନାମକ ମୋବାଇଲ ଆପକୁ ବ୍ୟବହାର କରି ଏହାକୁ ସହଜରେ ଚିହ୍ନଟ କରିପାରିବେ । ଏହି ଆପ୍ ମାଧ୍ୟମରେ ଆପଣ ବୋତଲରେ ଥିବା ବନ୍ଦ ପାଣିର ମାନକ ଜାଣିପାରିବେ । ସେହି ପାଣି କେଉଁଠାରେ ପ୍ୟାକ୍ କରାଯାଇଛି, ସେଥିରେ କ’ଣ କ’ଣ ମିନେରାଲ୍ସ ରହିଛି ତାହା ଜାଣିହେବ ।

ଆପଣ ଏହି ଆପ୍ଲିକେସନ ଆପଣଙ୍କ ଫୋନରେ ଖୋଲିବା ପରେ କିଛି ଆଇକନ୍ ଦେଖିବାକୁ ପାଇବେ । ସେଥିମଧ୍ୟରୁ ଗୋଟିଏ ହେଉଛି ଆଇଏସଆଇ, ଯେଉଁଥିରେ ଯାଞ୍ଚ ହୋଇଥିବା ଲାଇସେନ୍ସର ବିବରଣୀ ଲେଖାଥିବା ଆପଣଙ୍କୁ ଦେଖିବାକୁ ମିଳିବ । ତାହାକୁ କ୍ଲିକ୍ କରି ଆପଣ ସିଏମ/ଏଲ-୧୦ ର ଏକ ୧୦ ଅଙ୍କ ବିଶିଷ୍ଟ କୋଡ୍ପାଇବେ । କିଣାଯାଇଥିବା ପ୍ୟାକେଜିଂ ବୋତଲରୁ ଆପଣଙ୍କୁ ଉକ୍ତ କୋଡକୁ କପି କରିବାକୁ ପଡ଼ିବ । ତା’ପରେ ଆପଣ ସହଜରେ ଅସଲି ଓ ନକଲିକୁ ଚିହ୍ନଟ କରିପାରିବେ ।

Get real time updates directly on you device, subscribe now.