fbpx

ତୀରନ୍ଦାଜି ବିଶ୍ୱକପ୍: ଦୀପିକା କୁମାରୀ ଜିତିଲେ ରୌପ୍ୟ ପଦକ, ଭାରତ ଜିତିଲା ରେକର୍ଡ ୫ ସ୍ୱର୍ଣ୍ଣ

ନୂଆଦିଲ୍ଲୀ : ( ଓଡ଼ିଶା ଭାସ୍କର ) ସାଂଘାଇରେ ଖେଳାଯାଉଥିବା ତୀରନ୍ଦାଜି ବିଶ୍ୱକପରେ ବିଶ୍ୱର ପୂର୍ବତନ ଏକ ନମ୍ବର ଖେଳାଳି ଦୀପିକା କୁମାରୀ ରୌପ୍ୟ ପଦକ ଜିତିଛନ୍ତି । ଫାଇନାଲ ମ୍ୟାଚରେ ଦକ୍ଷିଣ କୋରିଆର ତୀରନ୍ଦାଜ ଦୀପିକା କୁମାରୀଙ୍କୁ ପରାସ୍ତ କରିଥିଲେ । ଏନେଇ ଭାରତୀୟ କ୍ରୀଡ଼ା ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି ।

ସୋଶାଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସାଇ ମିଡିଆ ଲେଖିଛି, ଦୀପିକା କୁମାରୀ ତୀରନ୍ଦାଜି ବିଶ୍ୱକପରେ ରୌପ୍ୟ ପଦକ ଜିତିଛନ୍ତି । ଭାରତ ୫ ଟି ସ୍ୱର୍ଣ୍ଣ ପଦକ ସମେତ ମୋଟ ୮ ଟି ପଦକ ଜିତି ଇତିହାସ ରଚିଛି। ଶନିବାର ଭାରତର ଜ୍ୟୋତି, ଅଦିତି ଓ ପ୍ରନୀତ ମହିଳା ଦଳଗତ ଇଭେଣ୍ଟରେ ଇଟାଲୀ ଦଳକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

 

Get real time updates directly on you device, subscribe now.