fbpx

ଲଭ୍ ଜିହାଦର ଶିକାର ହେଲେ ହିନ୍ଦୁ ଯୁବତୀ: ଧମକ ଦେଇ ୩ ବର୍ଷ ଧରି ଯୌନ ଶୋଷଣ, ଧର୍ମ ପରିବର୍ତ୍ତନ କରିବାକୁ ପ୍ରୟାସ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରୁ ଆସିଛି ଏକ ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଗ୍ୱାଲିୟରରେ ଜଣେ ହିନ୍ଦୁ ଯୁବତୀ ଲଭ୍ ଜିହାଦର ଶିକାର ହୋଇଛନ୍ତି । ଯୁବତୀଙ୍କୁ ଜଣେ ଯୁବକ ୩ ବର୍ଷ ଧରି ଶାରୀରକ ଶୋଷଣ କରିବା ସହିତ ମାରପିଟ୍ କରିଥିବା ନେଇ ଯୁବତୀ ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି । ଏଥିସହିତ ଯୁବତୀଙ୍କ ବିଫ୍ ଖାଇବାକୁ ବାଧ୍ୟ କରାଯିବା ସହିତ ଯୁବକ ଜଣଙ୍କ ଯୁବତୀଙ୍କୁ ପ୍ରତିଦିନ ନିର୍ଯାତନା ଦେଇଥିଲେ । ଏଥି ସହିତ ଯୁବକଙ୍କ ପରିବାର ଲୋକେ ମାଡ଼ ମାରିଥିବା ନେଇ ପୀଡ଼ିତା ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛି ।

ସୂଚନା ମୁତାବକ, ବିଶେଷ ସମୁଦାୟର ସବୀର ଖାନ ନାମକ ଯୁବକ ଜଣେ ହିନ୍ଦୁ ଯୁବତୀଙ୍କ ସହିତ ୩ ବର୍ଷ ଧରି ଯୌନ ଶୋଷଣ କରିଆସୁଥିଲେ । ଏଥିସହିତ ଯୁବତୀଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରାଯିବା ସହିତ ତାଙ୍କୁ ସବୀରଙ୍କ ବାପା ଓ ଭାଇ ମଧ୍ୟ ମାଡ଼ ମାରୁଥିବା ନେଇ ପୀଡ଼ିତା ପୋଲିସରେ ଅଭିଯୋଗ କରିଛନ୍ତି । ୩ ବର୍ଷ ପୂର୍ବରୁ ଡରାଇ ଧମକାଇ ପଡ଼ୋଶୀ ଯୁବକ ସବୀର ଯୁବତୀଙ୍କୁ ନିଜ ସାଙ୍ଗରେ ନେଇଯାଇଥିଲେ । ଯୁବତୀ ଜଣଙ୍କ ତାଙ୍କ ସାଙ୍ଗରେ ନଗଲେ ସେ ଚିଠିରେ ଯୁବତୀଙ୍କ ନାମ ଲେଖି ସୁଇସାଇଡ୍ କରିଦେବେ ଓ ଯୁବତୀଙ୍କ ମାତା-ପିତାଙ୍କୁ ଜେଲ ହୋଇଯିବ ବୋଲି ସବୀର କହିଥିଲେ । ଅଭିଯୁକ୍ତ ସବୀର ପୂର୍ବରୁ ବିବାହିତ ଥିଲେ ବୋଲି ଯୁବତୀ ଜାଣିଥିଲେ ।

ଯୁବତୀ ଜଣଙ୍କ କହିଛନ୍ତି, ବିବାହ ପୂର୍ବରୁ ସେ ଯୁବକଙ୍କ ସହିତ କଥାବାର୍ତ୍ତା କହୁଥିଲେ । ମାତ୍ର ବିବାହ ପରେ ସେ ଅଚାନକ କଥାବାର୍ତ୍ତା କରିବା ବନ୍ଦ କରିଦେଇଥିଲେ । ଏହାପରେ ଯୁବକ ଜଣଙ୍କ ଯୁବତୀଙ୍କୁ ହଇରାଣ କରୁଥିଲେ । ଯୁବକ ଜଣଙ୍କ ଆତ୍ମହତ୍ୟା କରି ଯୁବତୀଙ୍କୁ ଫସାଇବାକୁ ଧମକ ଦେଇ ନିଜ ସାଙ୍ଗରେ ନେଇଯାଇଥିଲେ । ଏହାପରେ ଯୁବକ ଜଣଙ୍କ ଯୁବତୀଙ୍କୁ ୩ ବର୍ଷ ଧଣି ଶାରୀରିକ ଶୋଷଣ କରିଥିଲା ଓ ମାରପିଟ୍ କରିଥିଲା । ଅଭିଯୁକ୍ତଙ୍କ ନିର୍ଯାତନା ସୀମା ଟପିଯାଇଥିଲା । ସେ ଅପ୍ରାକୃତିକ ଭାବେ ଯୁବତୀଙ୍କୁ ନିର୍ଯାତନା ଦେଇଥିଲେ । ଯୁବକଙ୍କ ପରିବାର ସଦସ୍ୟମାନେ ମଧ୍ୟ ଯୁବତୀଙ୍କ ସହ ମାରପିଟ୍ କରୁଥିଲେ । କିଛିଦିନ ତଳେ ଯୁବକଙ୍କ ପତ୍ନୀ ଓ ଭଉଣୀ ଯୁବତୀଙ୍କୁ ମାରିଦେବାକୁ ଉଦ୍ୟମ କରୁଥିବା ସମୟରେ ଘଟଣାସ୍ଥଳରେ ଘର ମାଲିକ ପହଞ୍ଚି ଯାଇଥିଲେ । ଏହାପରେ ଯୁବତୀ ଜଣଙ୍କ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ ।

Get real time updates directly on you device, subscribe now.