fbpx

ଦେଶରେ ଗତ ୨୪ ଘଣ୍ଟାରେ ୧୮ ହଜାର ୮୧୯ କରୋନା ଆକ୍ରାନ୍ତ ଚିହ୍ନଟ: ମୃତକଙ୍କ ସଂଖ୍ୟା ୩୯କୁ ବୃଦ୍ଧି

ନୂଆଦିଲ୍ଲୀ: ଦିନକୁ ଦିନ ବେଲଗାମ ହେଉଛି କରୋନା । କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ କରାନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ୮୧୯ରେ ପହଞ୍ଚିଛି । ସେହିପରି ୩୯ ଜଣଙ୍କ ମୃତ୍ୟୁ ହୋଇଥିବା ସାମ୍ନାକୁ ଆସିଛି । ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩, ୪୫୨, ୧୬୪ରେ ପହଞ୍ଚିଛି । ସେହିପରି ଆଜି ୩୯ ମୃତ୍ୟୁ ସଂଖ୍ୟା ବୃଦ୍ଧିପାଇ ୫,୨୫,୧୧୬ରେ ପହଞ୍ଚିଥିବା ସୂଚନା ମିଳିଛି।

ଗତ ୨୪ ଘଣ୍ଟାରେ କରୋନା ମହାମାରୀରେ ୧୩ ହଜାର ୮୨୭ ଜଣ ସୁସ୍ଥ ହୋଇଥିବା ବେଳେ ଭାରତରେ ବର୍ତ୍ତମାନ ୪,୨୮,୨୨୪,୯୩ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଦେଶର କରୋନା ଆକ୍ଟିଭ କେସ ୧ ଲକ୍ଷ ୪ହଜାର ୫୫୫ ଥିବା ଜଣା ପଡ଼ିଛି । ତେବେ ଗତକାଲି ଦେଶରେ ୧,୯୭,୬୧,୯୧,୫୫୪ଜଣ ହିତାଧିକାରୀଙ୍କୁ ଟୀକା ଦିଆ ଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ସେହିପରି ଗତ୨୪ ଘଣ୍ଟାରେ ୪ଲକ୍ଷ ୫୨ ହଜାର ୪୩୦ଟି ନମୁନାର ପରୀକ୍ଷା କରାଯାଇଛି ।

 

 

Get real time updates directly on you device, subscribe now.