fbpx

ଇଂଲଣ୍ଡ ଟେଷ୍ଟରେ ଧୋନୀ ଫିଭର: ମାହିଙ୍କୁ ମନେ ପକାଇ ଏମିତି କଲେ ପ୍ରଶଂସକ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳୁଛି ଟିମ ଇଣ୍ଡିଆ । ରୋହିତଙ୍କ ଅନୁପସ୍ଥିତିରେ ଦ୍ରୁତ ବୋଲର ଜସପ୍ରୀତ ବୁମରାହ ଦଳର ନେତୃତ୍ୱ ନେଇଛନ୍ତି । ଏହି ମ୍ୟାଚରେ ପୁଣି ଥରେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ମନେ ପକାଇଛନ୍ତି ପ୍ରଶଂସକ । ୨୦୧୪ରେ ଅନ୍ତରାଷ୍ଟ୍ରୀୟ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇଥିବା ଧୋନୀଙ୍କ ଫିଭର ଏବେ ବି ଦେଖିବାକୁ ମିଳୁଛି । ଏବେ ବି ପଡିଆରେ ଧୋନୀଙ୍କୁ ଦେଖିବାକୁ ଚାହୁଛନ୍ତି କୋଟି କୋଟି ଭାରତୀୟ । ଯାହାର ଏକ ନମୁନା ଆଜିର ଏହି ମ୍ୟାଚରେ ଦେଖିବାକୁ ମିଳିଛି ।

Dhoni द्वारा International Cricket में लगाए गए सभी शतक लिस्ट- MS dhoni  Centuries List

ଟିମ ଇଣ୍ଡିଆର ସର୍ବଶ୍ରେଷ୍ଠ ଅଧିନାୟକ ଏମ.ଏସ ଧୋନୀଙ୍କୁ ଏବେ ବି ଭୁଲି ପାରି ନାହାନ୍ତି କ୍ରିକେଟ ପ୍ରେମୀ । ୨୦୨୦ ମସିହାରୁ କ୍ରିକେଟ ଜଗତରୁ ବିଦାୟ ନେଇଥିବା ଧୋନୀ ଏବେ ବି ଫ୍ୟାନ୍ସମାନଙ୍କ ମନରେ ରହିଛନ୍ତି । ଯାହାର ଏକ ଉଦାହରଣ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଦେଖିବାକୁ ମିଳିଛି । ଧୋନୀଙ୍କର ଜଣେ ପ୍ରଶଂସକ ହାତରେ ତାଙ୍କ ପୋଷ୍ଟର ଧରି “WE MISS YOU MSD” ବୋଲି ଲେଖିଥିବାର ଦେଖିବାକୁ ମିଳିଥିଲା । ଟେଷ୍ଟ କ୍ରିକେଟରୁ ୨୦୧୪ରେ ଅବସର ନେଇଥିବା ବେଳେ ସୀମିତ ଓଭର କ୍ରିକେଟରୁ ୨୦୨୨ରେ ସନ୍ନ୍ୟାସ ନେଇଥିଲେ ମାହି ।

ସେପଟେ ବୁମରାହଙ୍କ ନେତୃତ୍ୱରେ ଓହ୍ଲାଇଥିବା ଟିମ ଇଣ୍ଡିଆ ଇଂଲଣ୍ଡ ବୋଲରମାନଙ୍କ ସାମନାରେ ସଂଘର୍ଷ କରୁଥିବା ଦେଖାଯାଇଛି । ରୋହିତଙ୍କ ଅନୁପସ୍ଥିତିରେ ଚେତେଶ୍ୱର ପୂଜାରା ଏବଂ ଶୁଭମନ ଗିଲଙ୍କ ଦ୍ୱାରା ଓପନ କରିବା ପ୍ଲାନ ମଧ୍ୟ ଫେଲ ମାରିଛି । ଭାରତର ଟପ ବ୍ୟାଟିଂ ଅର୍ଡର ଉପରେ ଭାରି ପଡିଛନ୍ତି ଇଂଲଣ୍ଡର ଅଭିଜ୍ଞ ବୋଲର ଜିମି ଆଣ୍ଡରସନ ।

Get real time updates directly on you device, subscribe now.