fbpx

୪୧ ବର୍ଷରେ ପାଦ ଥାପିଲେ ବିଶ୍ୱର ସର୍ବଶ୍ରେଷ୍ଠ ଅଧିନାୟକ: CAPTAIN COOL ମାହି

୭ ଜୁଲାଇ୧୯୮୧, ବିହାରର ରାଞ୍ଚିରେ ଜନ୍ମ ନେଇଥିଲେ ଇଣ୍ଡିଆନ କ୍ରିକେଟର ଭବିଷ୍ୟତ । ଅଧିନାୟକ ହେଉ କି ଜଣେ ବ୍ୟାଟ୍ସମ୍ୟାନ, ୱିକେଟ କିପର ହେଉ କିମ୍ବା ଜଣେ ମେଣ୍ଟର, ସବୁ କ୍ଷେତ୍ରରେ ପାରଦର୍ଶିତା ଦେଖାଇ ସେ ପାଲଟି ଯାଇଛନ୍ତି କ୍ରିକେଟର ସ୍ୱର୍ଣ୍ଣିମ ଇତିହାସ । ଦଳରେ ପାଦ ଦେବା ମାତ୍ରେ ଧିରେ ଧିରେ ବଦଳି ଯାଇଥିଲା ଟିମ ଇଣ୍ଡିଆର ଭାଗ୍ୟ ଭବିଷ୍ୟ । ଦିନେ ଭାରତକୁ ସବୁଠୁ ଦୁର୍ବଳ ଟିମ ଭାବେ ଗଣୁତିବା ବିଶ୍ୱକୁ ସେ ବନାଇଥିଲେ ବିଶ୍ୱ ଚମ୍ପିଆନ । ସେ ଆଉ କେହି ନୁହେଁ, ଭାରତୀୟ କ୍ରିକେଟ ଦୁନିଆର ସର୍ବଶ୍ରେଷ୍ଠ ନାଁ । ମହେନ୍ଦ୍ର ସିଂହ ଧୋନୀ ।

Dhoni retires as captain of India's ODI and Twenty20 teams | Sport | The  Times

୨୦୦୪ ଡିସେମ୍ବର ୨୩ ତାରିଖରେ ବାଂଲାଦେଶ ବିପକ୍ଷରେ ଭାରତ ପାଇଁ ଖେଳିଥିଲେ ପ୍ରଥମ ମ୍ୟାଚ । ପ୍ରଥମ ସିରିଜ ଖୁବ ଖରାପ ପ୍ରଦର୍ଶନ ରହିଥିଲା । ଏହାପରେ ମଧ୍ୟ ଦ୍ୱିତୀୟ ସିରିଜରେ ତାଙ୍କୁ ସ୍ଥାନ ଦେଇଥିଲେ ଅଧିନାୟକ ସୌରଭ ଗାଙ୍ଗୁଲି । ଯାହାର ଖୁବ ଫାଇଦା ଉଠାଇ ନେଇଥିଲେ ମାହି । ସିରିଜର ଦ୍ୱିତୀୟ ଏବଂ କ୍ୟାରିୟରର ପଞ୍ଚମ ମ୍ୟାଚରେ ଧୋନୀଙ୍କ ବ୍ୟାଟରୁ ଆସିଲା ବିସ୍ଫୋରକ ୧୪୮ ରନର ଜବରଦସ୍ତ ପାଳି । ସେ ବି ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନ ବିପକ୍ଷରେ । ବାସ ଏଇଠୁ ଟିମ ଇଣ୍ଡିଆକୁ ମିଳିଲା ଆଉ ଜଣେ ସୁପର ଷ୍ଟାର । ଯାହାଙ୍କୁ ନାଁ ମିଳିଲା ଭିଣ୍ଟେଜ ମାହି ।

MS Dhoni Scored His First International Century Against Pakistan On This  Day In 2005

ଧୋନୀଙ୍କ ଏହି ଫର୍ମ ଲଗାତାର ଭାବେ ସଫଳତା ପାଇ ଚାଲିଥିଲା । ଗୋଟିଏ ପରେ ଗୋଟିଏ ମ୍ୟାଚରେ ସେ ଦଳ ପାଇଁ ସ୍କୋର କରି ଚାଲିଲେ । ୨୦୦୫ ଶ୍ରୀଲଙ୍କା ବିପକ୍ଷରେ ସାଙ୍ଗାକାରାଙ୍କ ଶତକ ବଳରେ ଭାରତକୁ ୨୯୯ ରନର ଟାର୍ଗେଟ ମିଳିଥିଲା । ଜବାବରେ ତେନ୍ଦୁଲକରଙ୍କୁ ସଅଳ ହରାଇବା ପରେ ଧୋନୀଙ୍କୁ ୩ ନମ୍ବରରେ ପଡିଆକୁ ଛାଡିଥିଲେ ସୌରଭ । ଏହି ମ୍ୟାଚରେ ଦେଖିବାକୁ ମିଳିଥିଲା ଧୋନୀଙ୍କ ଆଉ ଏକ ରୂପ । ୧୪୫ ବଲରେ ସେ ହାସଲ କରି ନେଇଥିଲେ ୧୮୩ ରନ । ଏହି ଇନିଂସ ପାଇଁ ଧୋନୀଙ୍କୁ ବିଶ୍ୱ କ୍ରିକେଟ ଜାଣିଲା ବିଶ୍ୱର ସର୍ବଶ୍ରେଷ୍ଠ ଫିନିଶର ।

MS Dhoni Registered His Highest ODI Score On This Day In 2005; Watch The  Knock Here

ଏହାପରେ ୨୦୦୭ରେ ନୂଆ କରି ଟି-୨୦ ବିଶ୍ୱକପ ଆୟୋଜନ ହେବାରୁ ସମସ୍ତ ସିନିୟର ଖେଳାଳି ଏଥିରେ ଖେଳିବା ପାଇଁ ମନା କରି ଦେଇଥିଲେ । ତେଣୁ ନୂଆ କରି ଟିମ ଇଣ୍ଡିଆରେ ପାଦ ଦେଇଥିବା ଧୋନୀଙ୍କୁ ମିଳିଥିଲା । ଅଧିନାୟକ ପଦ । ପୂର୍ବରୁ ବ୍ୟାଟ ଏବଂ ୱିକେଟ କିପିଙ୍ଗରେ ନିଜର ଫ୍ୟାନବେସ ସୃଷ୍ଟି କରିଥିବା ଧୋନୀଙ୍କ ନଜର ଏବେ ଥିଲା ବିଶ୍ୱକପ ଟାଇଟଲ ଉପରେ । ଫାଇନାଲରେ ପାକିସ୍ତାନକୁ ମାତ ଦେଇ ସେ ବିଶ୍ୱ ଚମ୍ପିଆନ ଟାଇଟଲ ମଧ୍ୟ ଭାରତ ହାତରେ ଦେଇଥିଲେ । ଏହାପରେ ରହୁଲ ଦ୍ରାବିଡଙ୍କ ସ୍ଥାନରେ ତାଙ୍କୁ ସବୁ ଫର୍ମାଟରେ ଦଳର ନିୟମିତ ଅଧିନାୟକ ଭାବେ ଦାୟିତ୍ୱ ମିଳିଥିଲା । ଅଧିନାୟକ ଭାବରେ ସେ ଭାରତକୁ ଅନେକ ଟ୍ରଫି ଜିତାଇଛନ୍ତି । ତେଣୁ କେବଳ ଭାରତ ନୁହେଁ, ସାରା ବିଶ୍ୱରେ ଧୋନୀଙ୍କୁ କ୍ୟାପଟେନ କୁଲ ମାହି ବୋଲି ଜଣାଯାଏ ।

Can never forget rousing reception we received after winning 2007 World  T20, 2011 World Cup: Dhoni

୨୦୦୭ ଟି-୨୦ ଟ୍ରଫି ପରେ ୨୦୧୧ରେ ଦିନିକିଆ ବିଶ୍ୱକପ ଏବଂ ଏହାପରେ ୨୦୧୩ରେ ସେ ଭାରତକୁ ଜିତାଇଥିଲେ ଚମ୍ପିଆନ୍ସ ଟ୍ରଫି । ଏହା ସହିତ ଧୋନୀ ପାଲଟି ଯାଇଥିଲେ ଆଇସିସିର ସମସ୍ତ ଟ୍ରଫି ନିଜ ନାମରେ କରିଥିବା ବିଶ୍ୱର ଏକମାତ୍ର ଅଧିନାୟକ । ତେବେ ୨୦୧୪ରେ ଟେଷ୍ଟରୁ ବିଦାୟ ନେବା ପରେ ୨୦୧୭ରେ ଲିମିଟେଡ ଓଭର କ୍ରିକେଟର ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ ମାହି । ପରେ ୨୦୧୯ ବିଶ୍ୱକପ ପରେ କ୍ରିକେଟରୁ କିଛି ଦିନ ଦୂରେଇ ରହି ଶେଷରେ ୨୦୨୦ ଅଗଷ୍ଟ ୧୫ ତାରିଖରେ କ୍ରିକେଟକୁ ଅଲବିଦା କହି ଫ୍ୟାନ୍ସମାନଙ୍କ ହୃଦୟ ଭାଙ୍ଗି ଦେଇଥିଲେ । ସେଦିନ ଏକ ଏମିତି ଦିନ ଥିଲା, ଯେଉଁ ଦିନ କୌଣସି କ୍ରିକେଟରର ଅବସର ପାଇଁ ସାରା ବିଶ୍ୱ କାନ୍ଦି ଉଠିଥିଲା ।

P A N T H E R™ sur Twitter : "Mahendra Singh Dhoni : Under MSD's leadership  India became World No.1 in Tests for the first time (2009) Only Captain to  win

ତେବେ ଆଜି ଏହି ସୁପରଷ୍ଟାର, କ୍ରିକେଟର ଲିଜେଣ୍ଡ, କ୍ୟାପଟେନ କୁଲ ଭିଣ୍ଟେଜ ମାହିଙ୍କ ୪୧ତମ ଜନ୍ମ ଜୟନ୍ତୀ । ତାଙ୍କର ଏହି ଶୁଭ ଜନ୍ମ ଦିନରେ ତାଙ୍କର କୋଟି କୋଟି ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଓଡିଶା ଭାସ୍କର ତରଫରୁ ମଧ୍ୟ ମାହିଙ୍କୁ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ।

HAPPY BIRTHDAY MAHENDRA SINGH DHONI………

Get real time updates directly on you device, subscribe now.