fbpx

ପାକିସ୍ତାନ ପାଖରୁ ପ୍ରତିଶୋଧ ନେବ ଭାରତ! ଏସିଆ କପରେ ମିଳିବ ସୁବର୍ଣ୍ଣ ସୁଯୋଗ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ପୁଣି ହେବାକୁ ଯାଉଛି ଆମନା ସାମନା । ଚଳିତ ବର୍ଷ ଥରେ ନୁହେଁ ଅନେକ ଥର ମୁହାଁ ମୁହିଁ ହେବେ ଏହି ଦୁଇ ଦେଶ । କ୍ରିକେଟ ମଇଦାନରେ ପୁଣି ଏହି ଦୁଇ ଦେଶ ମଧ୍ୟରେ ଲଢେଇ ଦେକିବାକୁ ମିଳିବ । ଆଗକୁ ଏସିଆ କପ ଏବଂ ଟି-୨୦ ବିଶ୍ୱକପ ଭଳି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଯେଉଁଥିରେ ଉଭୟ ଦେଶ ମଧ୍ୟରେ ଲାଗିବ କ୍ରିକେଟ ଯୁଦ୍ଧ । ତେବେ ଉଭୟ ଭାରତ-ପାକିସ୍ତାନ ମଧ୍ୟରେ ଏସିଆ କପର ପ୍ରଥମ ମ୍ୟାଚର ତାରିଖ ଏବେ ଘୋଷଣା ହୋଇ ସାରିଛି ।

ସୂଚନା ଅନୁସାରେ, ଶ୍ରୀଲଙ୍କା କ୍ରିକେଟ ବୋର୍ଡ ତରଫରୁ ଏସିଆ କପ-୨୦୨୨ କୁ ନେଇ ଘୋଷଣା ହୋଇ ଯାଇଛି । ଆସନ୍ତା ଅଗଷ୍ଟ ୨୭ ତାରିଖରୁ ଏସିଆ କପ-୨୦୨୨ ଟୁର୍ଣ୍ଣାମେଣ୍ଟର ଆରମ୍ଭ ହେବାକୁ ଯାଉଛି । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ୨୮ ତାରିଖ ଦିନ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ଭାରତ ଗତ ବର୍ଷ ବିଶ୍ୱକପରେ ପାଇଥିବା ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ । ଏଥିପାଇଁ ଟିମ ଇଣ୍ଡିଆରେ ଅଦିନାୟକ ରୋହିତ ଶର୍ମାଙ୍କ ପାଖରେ ଆଉ ଏକ ସୁବର୍ଣ୍ଣ ସୁଯୋଗ ରହିବ ।

ପ୍ରଥମେ ଏସିଆ କପ ଦିନିକିଆ ଫର୍ମାଟରେ ଖେଳାଯାଉଥିବା ବେଳେ ୨୦୧୬ରେ ଏହା ପ୍ରଥମ ଥର ପାଇଁ ଟି-୨୦ ଫର୍ମାଟରେ ଖେଳାଯାଇଥିଲା । ଏଥିରେ ଟିମ ଇଣ୍ଡିଆ ଜବରଦସ୍ତ ପ୍ରଦର୍ଶନ କରି ଟ୍ରପି ହାସଲ କରିଥିଲା । ଫାଇନାଲ ମ୍ୟାଚରେ ପାକିସ୍ତାନକୁ ୮ ୱିକେଯରେ ପରାସ୍ତ କରି ଟାଇଟଲ ନିଜ ନାମରେ କରିଥିଲା ଧୋନୀ ବାହିନୀ । ଏହାପରେ ୨୦୧୮ରେ ମଧ୍ୟ ବାଂଲାଦେଶକୁ ୩ ୱିକେଟରେ ହରାଇ ଟ୍ରଫି ନିଜ ନାମରେ କରିଥିଲା । ତେବେ ଏସିଆ କପରେ ଭାରତର ପ୍ରଦର୍ଶନ ଖୁବ ସୁନ୍ଦର ରହିଛି । ଭାରତ ଏପର୍ଯ୍ୟନ୍ତ ୭ ଥର ଚମ୍ପିଆନ ହୋଇ ସାରିଛି । ତେବେ ମାତ୍ର ୨ ଥର ଟ୍ରପି ହାସଲ କରିବାରେ ସଫଳ ହୋଇଛି ପାକିସ୍ତାନ ।

Get real time updates directly on you device, subscribe now.