fbpx

କାଳୀ ପୋଷ୍ଟର ବିବାଦ ପରେ ଫିଲ୍ମ ନିର୍ମାତା ଲୀନାଙ୍କ ନୂଆ ଟ୍ୱିଟ୍: ‘ଶିବ-ପାର୍ବତୀ’ଙ୍କୁ ସିଗାରେଟ୍ ଟାଣୁଥିବାର ଦେଖାଇଲେ

ନୂଆଦିଲ୍ଲୀ: ଡକ୍ୟୁମେଣ୍ଟାରୀ ସିନେମା କାଳୀର ପୋଷ୍ଟରକୁ ନେଇ ଆରମ୍ଭ ହୋଇଥିବା ବିବାଦ ଏବେ ତୀବ୍ର ହେବାରେ ଲାଗିଛି । କାଳୀ ପୋଷ୍ଟର ଫିଲ୍ମର ବିବାଦ ମଧ୍ୟରେ ଫିଲ୍ମ ନିର୍ମାତା ଲୀନା ମନିମେକଲାଇ ଆଉ ଏକ ଟ୍ୱିଟ୍ କରିଛନ୍ତି । ଏହାକୁ ନେଇ ପୁଣି ଥରେ ବିବାଦରେ ଫସିବାରେ ଲାଗିଛନ୍ତି । ଏହି ଫଟୋରେ ଭଗବାନ ଶିବ ଓ ମା ପାର୍ବତୀଙ୍କ ରୋଲ୍ କରୁଥିବା କଳାକାରଙ୍କୁ ଧୁମ୍ରପାନ କରୁଥିବା ଦେଖିବାକୁ ମିଳିଛି ।

ଫଟୋକୁ ଟ୍ୱିଟ୍ କରି ଲୀନା ଲେଖିଛନ୍ତି ଯେ, ‘ଆଉ କେଉଁଠି’ । ଏହାକୁ ନେଇ ଟ୍ୱିଟର ଯୁଜର୍ସମାନେ ତାଙ୍କୁ ପୁଣି ଟାର୍ଗେଟ କରିଛନ୍ତି । ସେ କେବଳ ଘୃଣା ବିସ୍ତାର କରୁଛନ୍ତି ବୋଲି ଜଣେ ଲେଖିଛନ୍ତି । ତାଙ୍କୁ ଧର୍ମର ଅପମାନ କରିବା ବନ୍ଦ କରିଦେବା ଉଚିତ୍ ବୋଲି ଆଉ ଜଣେ ୟୁଜର୍ସ ଲେଖିଛନ୍ତି । ଲୀନାଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ଏହି ଫଟୋରେ ରାଜନେତାମାନେ ମଧ୍ୟ ବୟାନ ଦେବା ଆରମ୍ଭ କରିଛନ୍ତି ।

ତେବେ କାଳୀର ପୋଷ୍ଟରକୁ ନେଇ ଆରମ୍ଭ ହୋଇଥିବା ବିବାଦ ଏବେ ଘନେଇବାରେ ଲାଗିଛି । ଫିଲ୍ମ ନିର୍ମାତା ଯେଉଁଭଳି ଆପତିଜନକ ଢଙ୍ଗରେ ଦେବୀ କାଳୀଙ୍କୁ ପୋଷ୍ଟର ମାଧ୍ୟମରେ ଉପସ୍ଥାପନ କରିଛନ୍ତି ତାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି । ହିନ୍ଦୁଙ୍କ ଧର୍ମୀୟ ଭାବନାକୁ ଏହି ପୋଷ୍ଟର ଆଘାତ ଦେଇଥିବା ବିଭିନ୍ନ ମହଲରୁ ଅଭିଯୋଗ ହେଉଛି କେବଳ ହିନ୍ଦୁ ସଂଗଠନ ନୁହେଁ ପୋଷ୍ଟରକୁ ବିରୋଧ କରି ଏବେ ରାସ୍ତାକୁ ଓହ୍ଲାଇଛି ବିଜେପି । ବିଭିନ୍ନ ସ୍ଥାନରେ ଯୁବ ବିଜେପି ଓ ମହିଳା ବିଜେପି ମୋର୍ଚ୍ଚା ବିରୋଧ ପ୍ରଦର୍ଶନ କରୁଛନ୍ତି । ତେବେ ବିବାଦ ଭିତରେ ଅସନ୍ତୋଷର ନିଆଁରେ ନିଆଁରେ ଘିଅ ଢାଳିଛନ୍ତି ଟିଏମସି ସାଂସଦ ମହୁଆ ମୋଇତ୍ରା । ଫିଲ୍ମ ନିର୍ମାତାଙ୍କ ସହ ଟିଏମସି ସାଂସଦଙ୍କ ବିରୋଧରେ ପଶ୍ଚିମବଙ୍ଗ ସହ ବିଭିନ୍ନ ରାଜ୍ୟରେ ପ୍ରଦର୍ଶନ ଆରମ୍ଭ ହୋଇଛି । ଉତରପ୍ରଦେଶ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶରେ ୩ଟି ଏଫଆଇଆର ରୁଜୁ ହୋଇଛି ।

Get real time updates directly on you device, subscribe now.