fbpx

ଉଦ୍ଧବ ଠାକରେଙ୍କୁ ବଡ ଝଟକା, ସିନ୍ଦେ ଗୋଷ୍ଠୀରେ ସାମିଲ୍ ହେଲେ ଥାନେ ନଗର ନିଗମର ୬୭ରୁ ୬୬ କର୍ପୋରେଟର

ମୁମ୍ବାଇ: ମହାରାଷ୍ଟ୍ରରେ କ୍ଷମତା ହରାଇବା ପରେ ଏବେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଆଉ ଏକ ଝଟକା ଲାଗିଛି। ଥାନେ ନଗର ନିଗମ ବି ଶିବସେନା ହାତରୁ ଖସି ଯାଇଛି। ଏଠାରେ ଶିବସେନାର ୬୭ ଜଣଙ୍କ ମଧ୍ୟରୁ ୬୬ କର୍ପୋରେଟର ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ସାମିଲ୍ ହୋଇଛନ୍ତି।

ଶିବସେନା ପାଇଁ ଏହା ବହୁତ ବଡ ଝଟକା। ସମସ୍ତ ୬୬ କର୍ପୋରେଟର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ତାଙ୍କୁ ବାସଭବନରେ ଭେଟିଥିବା କୁହାଯାଉଛି। ମୁମ୍ବାଇ ନଗର ନିଗମ ପରେ ଥାନେ ନଗର ନିଗମ ମହାରାଷ୍ଟ୍ରର ଦ୍ଵିତୀୟ ସବୁଠୁ ବଡ ଗୁରୁତ୍ଵପୂର୍ଣ୍ଣ ନିଗମ।

ଥାନରେ ଏକନାଥଙ୍କ ପତିଆରା ରହି ଆସିଛି। ସେ ନିଜର ରାଜନୈତିକ କ୍ୟାରିୟର ଏଠାରୁ ହିଁ ଆରମ୍ଭ କରିଥିଲେ। ସେ ୧୯୯୭ରେ ଥାନେ ନଗର ନିଗମରେ କର୍ପୋରେଟର ଭାବେ ଜିତିଥିଲେ। ୨୦୦୧ରେ ନଗର ନିଗମରେ ଗୃହର ବିରୋଧୀ ଦଳ ନେତା ବି ଥିଲେ। ଏହା ପରେ ୨୦୦୨ରେ ସେ ଦ୍ଵିତୀୟ ଥର ଥାନେରୁ କର୍ପୋରେଟର ଭାବେ ନିର୍ବାଚିତ ହୋଇଥିଲେ। ଏହା ପରେ ୨୦୦୪ରେ ଥାନେ ବିଧାନସଭାରୁ ନିର୍ବାଚନ ଜିତିଥିଲେ। ପୁଣି ୨୦୦୯, ୨୦୧୪ ଏବଂ ୨୦୧୯ରେ ଥାନେର କୋପରୀ ପଛପାଖଡି ସିଟରୁ ନିର୍ବାଚନ ଜିତିଥିଲେ।

ଥାନେ ନଗର ନିଗମର ମେୟର ମ୍ୟାହସ୍କେ କହିଛନ୍ତି, ଆମେ ସମସ୍ତେ ପୂର୍ବରୁ ହିଁ ଏକନାଥଙ୍କ ସହ ଥିଲୁ। ପ୍ରଥମେ କିଛି ଲୋକ ଖୋଲାଖୋଲି ସାମ୍ନାକୁ ଆସିନଥିଲେ। ଏଥିପାଇଁ ଆମେ ନିଷ୍ପତ୍ତି ନେଲୁ ଯେ, ସମସ୍ତେ ଏକଜୁଟ ହୋଇ ସିନ୍ଦେଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରିବେ। ଏହା ମଧ୍ୟ ଖବର ରହିଛି ଯେ, ଶିବସେନାର ୧୮ ଜଣଙ୍କ ମଧ୍ୟରୁ ୧୨ ସାଂସଦ ସିନ୍ଦେ ଗୋଷ୍ଠୀଙ୍କ ସହିତ ଆସି ପାରନ୍ତି।

 

Get real time updates directly on you device, subscribe now.