fbpx

ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବେ ପ୍ରଦୀପ ପାଣିଗ୍ରାହୀ: ମୋଦୀଙ୍କୁ ପ୍ରଶଂସା କରି କହିଲେ ଏପରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବା ବେଳେ ଏବେଠୁ ଜୋର ଧରିଛି ରାଜନୀତି । ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ବା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନ କରିବାକୁ ବିଜେଡ଼ି ହଁ କହିଥିବା ବେଳେ ଅନ୍ୟ ଦଳର ନେତାମାନଙ୍କୁ ସମର୍ଥନ ପାଇଁ ଅନୁରୋଧ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାରି ମଧ୍ୟରେ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବି ବୋଲି କହିଛନ୍ତି ଗୋପାଳପୁର ବିିଧାୟକ ପ୍ରଦୀପ ପାଣିଗ୍ରାହୀ ।

ପ୍ରଦୀପ କହିଛନ୍ତି ଯେ, ‘ଏବେ ମୁଁ ଜଣେ ସ୍ୱାଧୀନ ବିଧାୟକ । ଦ୍ରୌପଦୀ ମୁର୍ମୁ ଓଡ଼ିଆ ଝିଅ ହୋଇଥିବାରୁ ତାଙ୍କୁ ଭୋଟ୍ ଦେବି । ବିବେକ ଅନୁସାରେ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେବି ।’ ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସାରେ ପୋତି ପକାଇଛନ୍ତି ପ୍ରଦୀପ । ମୋଦୀଙ୍କ ଋଣ ଓଡ଼ିଶାବାସୀ କେବେ ସୁଝି ପାରିବେନି ବୋଲି ସେ କହିଛନ୍ତି ।

ଏହା ସହ ସେ ପୁଣି କହିଛନ୍ତି ଯେ, ‘ମୋଦୀ ଓଡ଼ିଆ ଜାତିକୁ ଯେଉଁ ସମ୍ମାନ ଦେଇଛନ୍ତି, କୌଣସି ପ୍ରଧାନମନ୍ତ୍ରୀ ଦେଇନାହାନ୍ତି । ମୋଦୀ ୮ ବର୍ଷର ଶାସନରେ ଓଡିଆଙ୍କୁ ବହୁ ବଡ଼ ଦାୟିତ୍ୱ ଦେଇଛନ୍ତି । ଶକ୍ତିକାନ୍ତ ଦାସଙ୍କ ଠାରୁ ଆରମ୍ଭ କରି ଗିରୀଶ ମୁର୍ମୁଙ୍କ ଯାଏଁ ବହୁ ଓଡ଼ିଆ ବଡ଼ ବଡ଼ ପଦବୀରେ ରହିଛନ୍ତି । ଦେଶର ସର୍ବୋଚ୍ଚ ପଦରେ ଆଜି ଜଣେ ଓଡ଼ିଆ ଝିଅଙ୍କୁ ସୁଯୋଗ ଦେଇଛନ୍ତି । ଏଥିପାଇଁ ଓଡ଼ିଶାବାସୀ ମୋଦୀଙ୍କ ପ୍ରତି ଚିର ଋଣୀ, ତାଙ୍କ ଋଣ ସୁଝି ହେବନି । ଦୌପଦୀଙ୍କୁ ଭୋଟ ଦେବାକୁ ମୋତେ କେହି କହିନାହାନ୍ତି, ବିବେକ ଅନୁସାରେ ଦ୍ରୌପଦୀ ମୁର୍ମୁଙ୍କୁ ମୁଁ ଭୋଟ୍ ଦେବି ।

Get real time updates directly on you device, subscribe now.