fbpx

(Video) ବାହାବେଦୀରେ ପଡ଼ିଥାନ୍ତା ବରଣାମାଳ, ଯୁବକ ଘଟାଇଲେ ଏମିତି କାଣ୍ଡ…

ନୂଆଦିଲ୍ଲୀ: ଆପଣ ବିଭିନ୍ନ କାରଣରୁ ବାହାଘର ଭାଙ୍ଗିଥିବା ଖବର ଶୁଣିଥିବେ । କେତେବେଳେ ବର-କନ୍ୟା ମଧ୍ୟରେ ଝଗଡ଼ାକୁ ନେଇ ତ’ ପୁଣି କେତେବେଳେ କନ୍ୟା ନିଜ ପ୍ରେମୀ ସହ ଫେରାର୍ ହେଉ, କିମ୍ବା ଅନ୍ୟ କୌଣସି କାରଣ ହେଉ । ବେଳେ ବେଳେ ପରିସ୍ଥିତି ଏପରି ହୁଏ ଯେ ବିବାହ ବେଦୀରୁ ଭାଙ୍ଗିଯାଇଥାଏ ବାହାଘର । କିନ୍ତୁ ଏବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏଠାରେ ଜଣେ ପ୍ରେମିକ ନିଜ ପ୍ରେମିକାର ବାହାଘର ମଣ୍ଡପ ଉପରେ ଚଢ଼ି ଯେଉଁ କାମ କରିଛି ତାହା ଯୋଗୁଁ ଭାଙ୍ଗିଯାଇଛି କନ୍ୟାର ବିବାହ । ପଢ଼ନ୍ତୁ ସଂପୂର୍ଣ୍ଣ ଘଟଣା ।

ବାହାଘର ପାଇଁ ବର କନ୍ୟା ପ୍ରସ୍ତୁତ । କନିଆଁ ବର ଉପରେ ଫୁଲ ପକାଇ ଶଙ୍ଖାଳି ଦେଉଛି, ବରଣମାଳା ପଡ଼ିବାକୁ ଯାଉଛି । ଆଉ ଏହି ସମୟରେ ଘଟିଗଲା କିଛି ଏମିତି ଯାହା ହୁଏତ କେହି ଭାବିନଥିବେ । ହଠାତ୍ ଏହି ସମୟରେ ଭିଡ଼ ଭିତରେ ଥିବା ଜଣେ ଯୁବକ କନ୍ୟାକୁ ବେଦୀ ଉପରେ ସିନ୍ଦୂର ପିନ୍ଧାଇଦେଇଥିଲେ । ଖାଲି ଏତିକି ନୁହେଁ ସାହସ କରି ସିନା ସିନ୍ଦୂର ପିନ୍ଧାଇ ଦେଇଥିଲେ କିନ୍ତୁ ତା’ପରେ ମାଡ଼ରେ ହୋଇଯାଇଥିଲ ଅବସ୍ଥା ଖରାପ ।

ପରେ ଘଟଣା ଥାନାକୁ ଯାଇଥିଲା । ଜଣାପଡ଼ିଥିଲା ଯେ ସେହି ଯୁବକ ଜଣେ କୁଆଡ଼େ କନ୍ୟାକୁ ପ୍ରେମ କରୁଥିଲେ । ଯୁବକ ଜଣକ କହିଛନ୍ତି କନ୍ୟା ଜଣକ ତାଙ୍କୁ ଏମିତି କରିବାକୁ କହିଥିଲେ, ବରଣାମାଳା ପଡ଼ିବା ସମୟରେ ସିନ୍ଦୂର ଆଣି ପିନ୍ଧାଇଦେବା କହିଥିଲେ । କିନ୍ତୁ ତା’ ପରେ କ’ଣ କରିବାକୁ କହିନଥିଲେ ।

ଘଟଣାଟି ହେଉଛି ବିହାର ନାଳନ୍ଦାର । ମୁବାରକପୁରର ମୁକେଶ କୁମାର ସେହି ଗାଁର ଏହି ଝିଅକୁ ଭଲ ପାଉଥିଲେ। କିନ୍ତୁ ଝିଅର ବାହାଘର ଅନ୍ୟତ୍ର ହୋଇଯାଉଥିବା ଜାଣି ମୁକେଶ କୁମାର ଭାଙ୍ଗି ପଡ଼ିଥିଲେ। ହେଲେ ଝିଅ ତାଙ୍କୁ ଏହି ସିନ୍ଦୁରକାଣ୍ଡ ପାଇଁ କହିଥିଲେ କି ନାହିଁ ତାହା ଜଣା ପଡ଼ିନି । ପରେ ମୁକେଶଙ୍କୁ ମାଡ଼ ମାରିବା ସହ ଝିଅଘର ପକ୍ଷରୁ ଏତଲା ଦିଆଯାଇଛି । ମୁକେଶଙ୍କ ପରିବାର ମଧ୍ୟ ଏତଲା ଦେଇଛନ୍ତି । ଦେଖନ୍ତୁ ଭିଡିଓ…

 

Get real time updates directly on you device, subscribe now.