fbpx

ଅଡ଼ସପୁର ଅଞ୍ଚଳରେ ବ୍ୟାପିଲା ସଂକ୍ରମିଣ, ବାହାରିଲେ ୩୫ ଜଣ କୋଭିଡ୍ ପଜିଟିଭ

କଣ୍ଟାପଡ଼ା, (ଭାସ୍କର ନ୍ୟୁଜ୍‌) : କଣ୍ଟାପଡା ବ୍ଲକ ଅଧିନ ଅଡସପୁର ସ୍ୱାସ୍ଥ୍ୟକେନ୍ଦ୍ର ଅଞ୍ଚଳରେ ବ୍ୟାପକ ମାତ୍ରାରରେ କୋଭିଡ୍‌ ବ୍ୟାପୁଥିବା ବେଳେ ୩୫ ଜଣ ଚିହ୍ନଟ ହୋଇଛନ୍ତି । ଉକ୍ତ ଅଞ୍ଚଳରେ ଥିବା ଏକ କଲେଜରେ ଗତ ୪ ତାରିଖ ଦିନ ୯ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୫ ତାରିଖ ଦିନ ୭ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । କଲେଜରେ ୧୬ଜଣ ପଜିଟିଭ୍‌ ଚିହ୍ନଟ ହେବା ପରେ କଲେଜର ଛାତ୍ର ଛାତ୍ରୀ ଓ ଅଧ୍ୟକ୍ଷ ଅଧ୍ୟକ୍ଷା ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏଥି ପ୍ରତି ସ୍ୱାସ୍ଥ୍ୟ ବିଭାଗ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗକୁ ଏହା ଉଗ୍ରରୂପ ଧାରଣ କରିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ଅଡସପୁର ଅଞ୍ଚଳରେ କୋଭିଡ୍‌ ଏଭଳି ବ୍ୟାପୁଥିବାରୁ କଲେଜର ଚତୁପାଶ୍ୱର୍ରେ ଛତୁଫୁଟିଲା ଭଳି ଥିବା ହଷ୍ଟେଲ ଗୁଡିକରେ ଥିବା ଛାତ୍ରଛାତ୍ରୀଙ୍କ ମନରେ ଭୟ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.