fbpx

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଗୁଳିମାଡ଼

ନୂଆଦିଲ୍ଲୀ: ଜାପାନରୁ ଆସିଛି ଏକ ବଡ଼ ଖବର । ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ହୋଇଛି ଗୁଳିମାଡ଼ । ପଶ୍ଚିମ ଜାପାନର ନାରା ସହରରେ ଗୁଳିମାଡ଼ କରାଯାଇଥିବା ସୂଚନା ମିଳିଛି । ଏନେଇ ଜାପାନର ଗଣମାଧ୍ୟମ ସଂସ୍ଥା ପକ୍ଷରୁ ସୂଚନା ମିଳିଛି । ଗୁଳିମାଡ଼ରେ ସେ କେତେ ଆହତ ହୋଇଛନ୍ତି, ସେନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରି ନାହିଁ ।

କିନ୍ତୁ ମିଳିଥିବା ସୂଚନା ଅନୁସାରେ, ସିଞ୍ଜୋ ଆବେଙ୍କ ଛାତିରେ ଗୁଳି ବାଜିଛି । ପ୍ରାଥମିକ ରିପୋର୍ଟ ଅନୁସାରେ ସେ ଆହତ ହୋଇଥିବା ସୂଚନା ମିଳିଛି । ଶରୀରରେ ରକ୍ତସ୍ରାବ ହୋଇଥିବା ଜଣାପଡିଛି । ‘ଦ ଜାନାପ ଟାଇମ୍ସ’ ପକ୍ଷରୁ ଖବର ପ୍ରକାଶ ପାଇଛି । ଅନ୍ୟପଟେ ଆତତାୟୀକୁ ଗିରଫ କରିଛି ପୋଲିସ ।

ତେବେ ସିଞ୍ଜୋ ଆବେଙ୍କୁ ଗୁଳିମାଡ଼ ନେଇ ଜାପାନ ଟାଇମ୍ସ ପକ୍ଷରୁ ସୂଚନା ଦିଆଯାଇଛି । ସେ ୨୦୦୬-୦୭, ୨୦୧୨-୨୦୨୦ ଯାଏଁ ଜାପାନର ପ୍ରଧାନମନ୍ତ୍ରୀ ଥିଲେ । ଜାପାନରେ ସବୁଠାରୁ ଅଧିକ ଦିନ ପ୍ରଧାନମନ୍ତ୍ରୀ ଭାବେ ସେ ଦାୟିତ୍ୱ ତୁଲାଇଛନ୍ତି ।

Get real time updates directly on you device, subscribe now.