fbpx

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡର ପ୍ରଦର୍ଶନ, ଭାରତ ପ୍ରଥମ ଟି -୨୦ ରେ ଇଂଲଣ୍ଡକୁ ୫୦ ରନରେ ହରାଇଲା

ନୁଆଦିଲ୍ଲୀ: ଷ୍ଟାର୍ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କ ଦମଦାର୍ ପ୍ରଦର୍ଶନ ବଳରେ ଭାରତୀୟ କ୍ରିକେଟ୍ ଟିମ୍ ପ୍ରଥମ ଟି-୨୦ ମୁକାବିଲାରେ ଇଂଲଣ୍ଡକୁ ୫୦ ରନ୍‌ରେ ପରାସ୍ତ କରିଛି। ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତୀୟ ବ୍ୟାଟ୍ସମ୍ୟାନ୍ ଆରମ୍ଭରୁ ହିଁ ଆକ୍ରାତ୍ମକ ବ୍ୟାଟିଂ କରି ଇଂଲଣ୍ଡର ବୋଲରଙ୍କୁ ଧୁଲେଇ କରିଥିଲେ। ୮ ୱିକେଟ୍ ହରାଇ ଭାରତୀୟ ଟିମ୍ ଇଂଲଣ୍ଡ ଆଗରେ ୧୯୮ ରନ୍‌ର ଟାର୍ଗେଟ୍ ଛିଡ଼ା କରିଥିଲେ। ଜବାବରେ ଇଂଲଣ୍ଡ ଟିମ୍ ୧୯.୩ ବଲ୍ ଖେଳି ୧୪୮ ରନ୍‌ରେ ସିମିତ ରହିଯାଇଥିଲା।

ଏହି ବିଜୟ ପରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ୧-୦ରେ ଆଗ୍ରଣି ହାସଲ କରିଛି। ଇଂଲଣ୍ଡ ପାଇଁ ମୋଇନ ଅଲି ସର୍ବାଧିକ ୩୬, ହ୍ୟାରି ବ୍ରୁକ୍ ୨୮, ଡେଭିଡ ମାଲାନ ୨୨ ଏବଂ କ୍ରିସ ଜୋର୍ଡାନ ୨୬ ରନ ସ୍କୋର କରିଥିଲେ। ଭାରତୀୟ ଦଳ ପାଇଁ ଜବରଦସ୍ତ ବୋଲିଂ କରି ହାର୍ଦ୍ଦିକ ମାତ୍ର ୪ ଓଭରରେ ୩୩ ରନ୍ ବ୍ୟୟ କରି ଚାରି ୱିକେଟ୍ ହାସଲ କରିଥିଲେ।

ଏହାପୂର୍ବରୁ ଭାରତ ତାଙ୍କ କ୍ୟାରିୟରରେ ହାର୍ଦ୍ଦିକଙ୍କ ପ୍ରଥମ ଅର୍ଦ୍ଧଶତକୀୟ ସହାୟତାରେ ଭାରତ ୮ ୱିକେଟ୍ ହରାଇ ୧୯୮ ସ୍କୋର କରିଥିଲା। ୩୩ ଟି ବଲରେ ହାର୍ଦ୍ଦିକ ୪ ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ତାଙ୍କ ବ୍ୟତୀତ ସୂର୍ଯ୍ୟକୁମାର ଯାଦବ ୩୯ ରନ, ଦୀପକ ହୁଡା ୩୩ ଏବଂ ଅଧିନାୟକ ରୋହିତ ଶର୍ମା ୨୪ ରନ ଯୋଗଦାନ କରିଥିଲେ। ଇଂଲଣ୍ଡ ପାଇଁ ମୋଇନ ଅଲି ଏବଂ କ୍ରିସ୍ ଜୋର୍ଡାନ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ।

 

Get real time updates directly on you device, subscribe now.