fbpx

ଭାରତୀୟ ସେନା ଖୁବ ନିକଟରେ ଉଡିଲା ଚୀନ ବିମାନ: କ’ଣ ଡ୍ରାଗନର ଲକ୍ଷ୍ୟ?

ନୂଆଦିଲ୍ଲୀ: ପୁଣି ଥରେ ଚୀନ ଲଙ୍ଘିଛି ଭାରତୀୟ ଏୟାର ବେସ । ଭାରତୀୟ ସେନାଙ୍କ ଖୁବ ନିକଟରେ ଅତିକ୍ରମ କରିଛି ଚୀନ ବାୟୁସେନାର ଏକ ବିମାନ । ପୂର୍ବ ଲଦାଖର ଆକାଶରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ଏହି ଘଟଣା ପରେ ଭାରତୀୟ ବାୟୁସେନା ଏହାକୁ ନେଇ ଆପତ୍ତି ଜାହିର କରିଛି । ତେବେ ଏହି ଘଟଣା ପୂର୍ବରୁ ମଧ୍ୟ ତରେ ହୋଇ ସାରିଛି । ଗତ ଜୁନ ମାସ ଶେଷ ସପ୍ତାହରେ ମଧ୍ୟ ସମାନ ଘଟଣା ଦେଖାଯାଇଥିଲା ।

ସୂଚନା ଅନୁସାରେ, ଚୀନ ବାୟୁସେନା ଅଭ୍ୟାସ କରୁଥିବା ବେଳେ ଏହାର ଏକ ବିମାନ ଭାରତୀୟ ସେନାର ଖୁବ ନିକଟରେ ଅତିକ୍ରମ କରିଥିଲା । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି ଭାରତୀୟ ବାୟୁସେନା । ବାରମ୍ବାର ଡ୍ରାଗନର ଏଭଳି କାରନାମାକୁ ନେଇ ଇଣ୍ଡିଆନ ଏୟାରଫୋର୍ସ ଆପତ୍ତି ଜାହିର କରିଛି । ତେବେ ଏହାକୁ ନେଇ ଅଭିଯୋଗ ପରେ ଏବେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି । ଭାରତୀୟ ସୀମାର ନିକଟରେ ଅନେକ ଫାଇଟର ଜେଟ୍ସ ଏବଂ ଅଜଣା ଏୟାରକ୍ରାଫ୍ଟ ନିୟୋଜିତ କରିଛି ଡ୍ରାଗନ ।

ଭାରତୀୟ ସୀମାରେ ଚୀନର ବିମାନ ଉଡିବା ଘଟରା ଏହା ପ୍ରଥମ ନୁହେଁ, ଏହାପୂର୍ବରୁ ଗତ ଜୁନରେ ମଧ୍ୟ ଡ୍ରାଗନ ଏଭଳି କାଣ୍ଡ କରିଥିଲା । ସୀମାରେ ନିୟୋଜିତ ଭାରତୀୟ ଯବାନ ଚୀନର ଏୟାରକ୍ରାଫ୍ଟକୁ ଦେଖିଥିଲେ । ତେବେ ୨୦୨୦ ରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବା ପରଠୁ ଏମାନେ ପ୍ରତ୍ୟେକ ମୁହୂର୍ତ୍ତରେ ପ୍ରସ୍ତୁତ ରହିଛନ୍ତି ।

Get real time updates directly on you device, subscribe now.