fbpx

ଶେଷ ଯାତ୍ରା ହେଲା ଅମରନାଥ: ବାଦଲ ଫଟା ବର୍ଷାରେ ପ୍ରାଣ ହରାଇଲେ ୫ ଭକ୍ତ

ଶ୍ରୀନଗର: ପବିତ୍ର ଅମରନାଥ ଯାତ୍ରାରେ ଘଟିଯାଇଛି ଏକ ବିରାଟ ଅଘଟଣ । ପ୍ରକୃତିର କ୍ଷୋଭରେ ବଳି ପଡି ଯାଇଛନ୍ତି ବାବା ଅମରନାଥଙ୍କ ୫ ଜଣ ଭକ୍ତ । ପୀଠରେ ବାଦଲ ଫଟା ବର୍ଷା କାରଣରୁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଏହା ସହିତ କିଛି ଲୋକ ନିଖୋଜ ଥିବା ମଧ୍ୟ ଜାଣିବାକୁ ମିଳିଛି । ତେବେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ବାବା ଅମରନାଥଙ୍କ ଯାତ୍ରାରେ ଆସିଛି ବିଘ୍ନ । ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ବାଧକ ସାଜିଛି ବର୍ଷା । ବାବା ଅମରନାଥଙ୍କ ଗୁମ୍ଫା ନିକଟରେ ବାଦଲ ଫଟା ବର୍ଷା ହେବାରୁ ପରିସ୍ଥିତି ଜଟିଳ ହୋଇ ପଡିଛି । ପ୍ରବଳ ବର୍ଷା ଯୋଗୁଁ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇତିବା ନେଇ ସୂଚନା ମିଳିଛି । ସେହିପରି କିଛି ଲୋକ ନିଖୋଜ ଥିବା ବେଳେ ତୀର୍ଥଯାତ୍ରୀଙ୍କ କିଛି ଶିବିର ମଧ୍ୟ ଭାସିଯାଇଥିବା ଜଣାଯାଇଛି । ତେବେ ଓଡ୍ରାଫ କର୍ମଚାରୀ ଏବଂ ସେନା ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।

Get real time updates directly on you device, subscribe now.