fbpx

ବକରିଦରେ ଯେମିତି ଗୋଟିଏ ହେଲେ ଗାଈର ବଳି ନପଡେ, ଡିଜିପିଙ୍କୁ ନିର୍ଦ୍ଦେଶ ଦେଲେ ବାଚସ୍ପତି

ମୁମ୍ବାଇ: ବକରିଦରେ ଯେମିତି ଗୋଟିଏ ହେଲେ ଗାଈର ବଳି ନପଡେ। ଏହା ସୁନିଶ୍ଚିତ କରିବାକୁ ଡିଜିପିକୁ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ରାହୁଲ ନାର୍ଭେକର। ବକରିଦ୍ ଜୁଲାଇ ୧୦ରେ ପଡୁଛି। ଏହି ଦିନ ସଂଖ୍ୟାଲଘୁ ମୁସଲିମ ସଂପ୍ରଦାୟର ଲୋକେ ଗୋରୁ ଗାଈ ବଳି ପକାଇଥାନ୍ତି।

ମହାରାଷ୍ଟ୍ରରେ ଗୋ ହତ୍ୟା ଅପରାଧ। ବିଜେପି-ଶିବସେନା ସରକାରରେ ଏହା ଉପରେ କଟକଣା ଲଗାଯାଇଥିଲା। ଗୋ ମାଂସ ବିକ୍ରି କରୁଥିବା ଏବଂ ରଖୁଥିବା ଲୋକଙ୍କୁ ପାଞ୍ଚ ବର୍ଷ ପର‌୍ୟ୍ୟନ୍ତ ଜେଲ୍ ଏବଂ ୧୦ ହଜାର ଟଙ୍କାର ଜରିମାନାର ନିୟମ ରହିଛି।  ହେଲେ ସ୍ଥାନୀୟ ପ୍ରଶାସନଠୁ ଫିଟ୍ ଟୁ ସ୍ଲଟରର ଏକ ସାର୍ଟିଫିକେଟ୍ ହାସଲ କରି ବାଛୁରୀ ଏବଂ ଗାଈଙ୍କ ହତ୍ୟା କରାଯାଇପାରେ।

ଏହା ପୂର୍ବରୁ ଲୋକସଭା ସାଂସଦ ତଥା ଅଲ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ ଫ୍ରଣ୍ଟ(ଏଆଇୟୁଡିଏଫ)ର ପ୍ରମୁଖ ମୌଲାନା ବଦରୁଦ୍ଦୀନ ଅଜମଲ ଆସାମର ମୁସଲମାନଙ୍କୁ ହିନ୍ଦୁଙ୍କ ଭାବନାକୁ ସମ୍ମାନ କରିବାକୁ ଅପିଲ୍ କରିଛନ୍ତି। ସେ ଇଦ ଉଲ ଅଜଜ ସମୟରେ ଗାଈଙ୍କ ବଳି ନପକାଇବାକୁ ଅପିଲ୍ କରିଛନ୍ତି।

ଦେଶରେ ଗୋରୁ ଗାଈଙ୍କ ବଳି ପକାଇବା ନେଇ ପୂର୍ବରୁ ଅନେକ ବିତର୍କ ହୋଇ ସାରିଛି। ଏହାକୁ ନେଇ ହିନ୍ଦୁ ଏବଂ ମୁସଲିମ ଧର୍ମର ଲୋକେ ମୁହାଁମୁହିଁ ହୋଇ ସାରିଛନ୍ତି। ଅନେକ ରାଜ୍ୟରେ ଗୋ ଆଇନ ମଧ୍ୟ ଲାଗୁ କରିଛନ୍ତି। ଗୋ ହତ୍ୟା କଲେ କେଉଁ ରାଜ୍ୟରେ ସର୍ବାଧିକ ଆଜୀବନ କାରାଦଣ୍ଡ ଥିବା ବେଳେ ଆଉ କେଉଁ ରାଜ୍ୟରେ ୧୦ ବର୍ଷ ଜେଲ୍ ଦଣ୍ଡର ପ୍ରାବଧାନ ମଧ୍ୟ ରହିଛି।

 

Get real time updates directly on you device, subscribe now.