fbpx

ବାହୁଡାରେ ଜୀବନ ରଥରୁ ବାହୁଡିଗଲେ ଦୁଇ ଭାଇ: ନଦୀରେ ବୁଡି ମୃତ୍ୟୁ, ୨ ନିଖୋଜ

ରାଉରକେଲା: ଆଜି ପବିତ୍ର ବାହୁଡା ଯାତ୍ରାରେ ଜନ୍ମବେଦୀରୁ ଶ୍ରୀମନ୍ଦିରରକୁ ବାହୁଡି ଆସୁଛନ୍ତି ଶ୍ରୀଜିଉ । ସେପଟେ ରାଉରକେଲାରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ପଟେ ଜଗନ୍ନାଥ ବଳଭଦ୍ର ଦୁଇ ଭାଇ ବଡ ଦେଉଳକୁ ବାହୁଡି ଆସୁଥିବା ବେଳେ ଅନ୍ୟ ପଟରେ ନଦୀରେ ବୁଡି ଆର ପାରିକୁ ବାହୁଡି ଯାଇଛନ୍ତି ରାଉରକେଲାର ଦୁଇ ଭାଇ । କୋଏଲ ନଦୀରେ ବୁଡି ୨ ଜଣଙ୍କର ମୃତ୍ୟୁୂ ହୋଇତିବା ବେଳେ ୨ ଜଣ ନିଖୋଜ ରହିଥିବା ଜାଣିବାକୁ ମିଳିଛି ।

ପବିତ୍ର ବାହୁଡା ଯାତ୍ରାରେ ସାଙ୍ଗ ହୋଇ ଅଫେରା ରାଇଜକୁ ଫେରି ଯାଇଛନ୍ତି ଦୁଇ ଭାଇ । ଗାଧୋଇବା ସମୟରେ ରାଉରକେଲାର ଝିରିପାଣି ପମ୍ପ ହାଉସ ନିକଟ କୋଏଲ ନଦୀରେ ୪ ଜଣ ନାବାଳକ ବୁଡି ଯାଇଥିଲେ । ତେବେ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଉଭୟଙ୍କୁ ଆରଜିଏଚରେ ମୃତ ଘୋଷଣା କରାଯାଇଛି । ସେପଟେ ବୁଡିଯାଇଥିବା ଅନ୍ୟ ଦୁଇ ଜଣଙ୍କ ପତ୍ତା ଏପର୍ଯ୍ୟନ୍ତ ମିଳି ପାରିନାହିଁ । ଦୁହିଁଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବାହିନୀ ଏବେ ବି ଚେଷ୍ଟା ଜାରି ରଖିଛି । ଅଘଟଣର ଶିକାର ହୋଇଥିବା ସମସ୍ତେ ନାବାଳକ ଏବଂ ସମ୍ପର୍କରେ ଭାଇ ଭାଇ ବୋଲି ଜାଣିବାକୁ ମିଳିଛି । ତେବେ ଏମିତି ଏକ ପବିତ୍ର ଦିନରେ ଏ ଅଘଟଣ ଘଟିବା ପରେ ପରିବାର ଉପରେ ସତେ ଯେମିତି ଦୁଃଖର ପାହାଡ ଭାଙ୍ଗି ପଡିଛି ।

Get real time updates directly on you device, subscribe now.