fbpx

ବିବାହ ପୂର୍ବରୁ ଜାଣି ରଖନ୍ତୁ ଏହି କଥା, ଦାମ୍ପତ୍ୟ ଜୀବନ ରହିବ ସୁଖମୟ

ବିବାହର ପବିତ୍ର ସମ୍ପର୍କ ସାତ ଜନ୍ମର ଏକ ଅତୁଟ ବନ୍ଧନ  ବୋଲି କୁହାଯାଏ । କିନ୍ତୁ ବେଳେବେଳେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଥିବା ଛୋଟ ଭୁଲ ବୁଝାମଣା ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଦୂରତା ବଢ଼ାଇଥାଏ । ଏମିତିରେ ପୁରୁଷ ଏବଂ ମହିଳା ଉଭୟଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଥାଏ । ତେଣୁ ପ୍ରଥମେ ଆପଣ ପରସ୍ପର ସହ ଜଡ଼ିତ ସବୁ ଛୋଟ ବଡ଼ କଥାକୁ ଜାଣିବା ଉଚିତ୍ ଯେପରି ଭବିଷ୍ୟତରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି ସମସ୍ୟା ହେବନାହିଁ । ବିବାହିତ ଜୀବନକୁ ସୁଖମୟ କରିବା ପାଇଁ, ଉଭୟ ପରସ୍ପରର ଆଚରଣକୁ ଜାଣିବାକୁ ଚେଷ୍ଟା କରନ୍ତୁ । ସାଧାରଣତଃ ବିବାହ ପୂର୍ବରୁ ଦୁଇରୁ ତିନି ମାସର ବ୍ୟବଧାନ ରହିଥାଏ । ଏହି ସମୟ ମଧ୍ୟରେ ଆପଣ ପରସ୍ପରର ଆଚରଣ ଜାଣିବାକୁ ଚେଷ୍ଟା କରିପାରିବେ । ତେବେ ଆସନ୍ତୁ ଜାଣିବା, ବିବାହ ପୂର୍ବରୁ କିଛି ଜିନିଷ ଯାହା ଭବିଷ୍ୟତରେ ହେବାକୁ ଥିବା ଆପଣଙ୍କ ସାଥୀ ବିଷୟରେ ଜାଣିବା ଉଚିତ୍ ।

ପରସ୍ପରକୁ ସମ୍ମାନ ଦିଅନ୍ତୁ:

କୌଣସି ସମ୍ପର୍କକୁ ମଜବୁତ କରିବା ପାଇଁ, ପରସ୍ପରକୁ ସମ୍ମାନ ଦେବା ଅତ୍ୟନ୍ତ ଜରୁରୀ ହୋଇଥାଏ । ଯଦି ଆପଣ ଆପଣଙ୍କ ସାଥୀଙ୍କୁ ସମ୍ମାନ ଦେଉନାହାନ୍ତି ତେବେ ସେ ମଧ୍ୟ ଆପଣଙ୍କୁ ଭଲପାଇପାରିବେ ନାହିଁ । ବିବାହ ପରି ପବିତ୍ର ବନ୍ଧନକୁ ମଜବୁତ କରିବାକୁ, ସମ୍ପର୍କରେ ପ୍ରେମ ଏବଂ ସମ୍ମାନ ରହିବା ଆବଶ୍ୟକ  ।

ବିବାହ ଅନୁମତି ନିଶ୍ଚୟ ନିଅନ୍ତୁ:

ଯେତେବେଳେ ବି ଆପଣ ପରସ୍ପରକୁ ଭେଟିବେ ସେତେବେଳେ ଆପଣ ଅନେକ କଥା ଜାଣିବାକୁ ଇଚ୍ଛା ରଖିଥିବେ କିନ୍ତୁ ଦ୍ୱନ୍ଦ୍ୱ ଯୋଗୁଁ କିଛି ପଚାରିପାରିନଥାନ୍ତି, କିନ୍ତୁ ଯେତେବେଳେ ଆପଣ ପରସ୍ପରକୁ ଭେଟିବେ ତେବେ ନିଶ୍ଚିତ ଭାବରେ ପଚାରିନିଅନ୍ତୁ ଯେ ସେ ବିବାହ କରିବାକୁ ଚାହୁଛନ୍ତି କି’ ନାହିଁ, ଏମିତି ନୁହେଁ ଯେ କୌଣସି ପ୍ରକାର ଚାପରେ ଆସି ଆପଣଙ୍କୁ ବିବାହ କରିବାକୁ ଚାହୁଛନ୍ତି । ଏହା ନିଶ୍ଚିତ ହେବା ଦ୍ୱାରା ବେଶ୍ ବୈବାହିକ ଜୀବନରେ ଏକ ସକରାତ୍ମକ ପ୍ରଭାବ ପଡ଼ିଥାଏ ।

ଦାମ୍ପତ୍ୟ ଜୀବନକୁ ସୁଖମୟ ରଖିବା ପାଇଁ ନିଜ ଜୀବନ ସାଥୀଙ୍କ ପରିବାର ସଦସ୍ୟ, ବନ୍ଧୁ, ସମ୍ପର୍କୀୟଙ୍କ ସହ ପରିଚିତ ହେବା ସହିତ ସେମାନଙ୍କର ଅତୀତ ସମ୍ପର୍କରେ ଜାଣିବା, ସେମାନେ କ’ଣ ପସନ୍ଦ କରନ୍ତି, ସେମାନେ କେଉଁଭଳି ଲୋକଙ୍କୁ ପସନ୍ଦ କରନ୍ତି ଏହି ସବୁ କଥା ଜାଣିବା ଦ୍ୱାରା ବିବାହିତ ଜୀବନରେ କୌଣସି ଅସୁବିଧା ହୋଇନଥାଏ ।

ଏହା ପରେ ଆପଣ ଆପଣଙ୍କ ସାଥୀଙ୍କୁ ପଚାରିପାରିବେ ଯେ ତାଙ୍କୁ ଗୋଟିଏ ପରିବାର କିମ୍ବା ସିଙ୍ଗିଲ ରହିବାକୁ ପସନ୍ଦ । ଅନେକ ସମୟରେ ମହିଳାମାନେ ପରିବାର ସହ ରହିବାକୁ ପସନ୍ଦ କରିଥାଏ ।

 

Get real time updates directly on you device, subscribe now.