fbpx

ଭାଙ୍ଗିବ କି ଜାଡେଜା-ଚେନ୍ନାଇ ସମ୍ପର୍କ? ଧୋନୀଙ୍କୁ ବାର୍ଥଡେ ୱିସ ବି କଲେନି JADDU

ନୂଆଦିଲ୍ଲୀ: ଆଇପିଏଲ ସରିବାର ପ୍ରାୟ ଦେଢ ମାସ ବିତିଗଲାଣି । କିନ୍ତୁ ଏବେ ବି ଟୁର୍ଣ୍ଣାମଣ୍ଟେକୁ ନେଇ ଲାଗି ରହିଛି ବିବାଦ । ଲୋକପ୍ରିୟ ଦଳ ଚେନ୍ନାଇ ସୁପର କିଙ୍ଗସକୁ ନେଇ ଲାଗି ରହିଛି ଆଲୋଚନା, ପର୍ଯ୍ୟାଲୋଚନା ଏବଂ ସମାଲୋଚନା । ତେବେ କିଛି ଦିନ ବ୍ୟବଧାନ ପରେ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ଚେନ୍ନାଇର ପୂର୍ବତନ ଅଧିନାୟକ ରବିନ୍ଦ୍ର ଜାଡେଜା । ଟିମ ସହ ତାଙ୍କର ସମ୍ପର୍କ କିଛି ଠିକ ନଥିବା ଅନୁମାନ କରାଯାଉଛି ।

Fans React After Ravindra Jadeja Deleted All Posts Related To CSK

ଗତ ସିଜନରେ ଅଧାରୁ ଦଳର ନେତୃତ୍ୱ ଛାଡିବା ପରେ ଟିମ ସହ ତାଙ୍କ ସମ୍ପର୍କକୁ ନେଇ ଅନେକ ବାଦବିବାଦ ଲାଗି ରହିଛି । ପ୍ରକୃତ ଘଟଣା ହେଉଛି ଜାଡେଜା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ କିଛି ପୋଷ୍ଟ ଡିଲିଟ କରିଛନ୍ତି । ତେବେ ସେ ଡିଲିଟ କରିଥିବା ପୋଷ୍ଟ ଗୁଡିକ ଚେନ୍ନାଇ ସୁପର କିଙ୍ଗସ ସହ ଯୋଡି ହୋଇଥିବା ଜାଣିବାକୁ ମିଳିଛି । ତେଣୁ ଟିମ ମ୍ୟାନେଜମେଣ୍ଟ ସହ ତାଙ୍କର ସମ୍ପର୍କକୁ ନେଇ ଏବେ ପ୍ରଶ୍ନ ଉଠିଛି । ତେବେ ଏହି ଘଟଣାକୁ ନେଇ ଦଳର ଜଣେ ଅଧିକାରୀ କହିଛନ୍ତି ଯେ ତାଙ୍କ ଆକାଉଣ୍ଟରୁ ପୋଷ୍ଟ ଡିଲିଟ କରିବା ତାଙ୍କର ନିଜସ୍ୱ ନିଷ୍ପତ୍ତି । କିନ୍ତୁ ଆମ ଭିତରେ ସବୁକିଛି ଠିକ ଅଛି ବୋଲି ଅଧିକାରୀ ପ୍ରକାଶ କରିଛନ୍ତି ।

IPL 2022: SCA congratulates Ravindra Jadeja for Chennai Super Kings  captaincy | Cricket News - Times of India

କେବଳ ସେତିକି ନୁହେଁ, ଜୁଲାଇ ୭ ତାରିଖରେ ଚେନ୍ନାଇର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ମଧ୍ୟ ଜାଡେଜା ଜନ୍ମ ଦିନର ଶୁଭେଚ୍ଛା ଜଣାଇ ନାହାନ୍ତି । ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଧୋନୀଙ୍କୁ ଗୁରୁ ବୋଲି ମାନୁଥିବା ଜାଡେଜା ଜନ୍ମ ଦିନରେ ଧୋନୀଙ୍କୁ ୱିସ ନ କରିବା କଥା କ୍ରିକେଟ ପ୍ରେମୀମାନଙ୍କର ହଜମ ହେଉନି । ଏହାପରେ ଜାଡେଜା-ଧୋନୀଙ୍କ ମଧ୍ୟରେ ତିବା ସମ୍ପର୍କକୁ ନେଇ ମଧ୍ୟ ଆଲୋଚନା ହେବା ଆରମ୍ଭ ହୋଇଗଲାଣି ।

Jadeja steps down, MS Dhoni to lead Chennai Super Kings again

୨୦୨୨ ଆଇପିଏଲ ସିଜନରୁ ରବିନ୍ଦ୍ର ଜାଡେଜା ଏବଂ ସିଏସକେ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି । ସିଜନ ଆରମ୍ଭରୁ ଜାଡେଜାଙ୍କୁ ଅଧିନାୟକ ପଦ ଦେଇଥିଲା ଚେନ୍ନାଇ । କିନ୍ତୁ ତାଙ୍କ ନେତୃତ୍ୱରେ ଦଳ ଭଲ ପ୍ରଦର୍ଶନ କରି ପାରି ନଥିଲା । ଏପରିକି ଜାଡେଜା ମଧ୍ୟ ବାରମ୍ବାର ଫେଲ ହୋଇଥିଲେ । ତେଣୁ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ ଜାଡେଜା ଏବଂ ପରେ ଦଳରୁ ବାଦ ମଧ୍ୟ ପଡିଥିଲେ । ତେବେ ଏହି ସବୁ ଘଟଣା ପରେ ଆଗାମୀ ସିଜନରେ ଦଳରେ ତାଙ୍କ ସ୍ଥାନ ପାଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

Get real time updates directly on you device, subscribe now.