fbpx

ଟିମ ଇଣ୍ଡିଆର ଜବରଦସ୍ତ ପଲଟୱାର: ଭୁବିଙ୍କ ସ୍ୱିଙ୍ଗରେ ଧ୍ୱସ୍ତ ହୋଇଗଲା ଇଂଲଣ୍ଡ

ବର୍ମିଂହାମ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ମଧ୍ୟ ଦମଦାର ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଏହି ମ୍ୟାଚ ସହିତ ସିରିଜ ଉପରେ ମଧ୍ୟ ନିଜ ଆଧିପତ୍ୟ ଜାହିର କରିଛି ରୋହିତ ସେନା । ପ୍ରଥମ ମ୍ୟାଚକୁ ୫୦ ରନରେ ହାତେଇଥିବା ବେଳେ ଆଜିର ମ୍ୟାଚରେ ୪୯ ରନ ପୂର୍ବରୁ ଇଂଲଣ୍ଡକୁ ଧୂଳି ଚଟାଇ ଦେଇଛି ଭାରତର ବୋଲିଂ ଆଟାକ । ତେବେ ଭୁବିଙ୍କ ସ୍ୱିଙ୍ଗ ଆଜି ଇଂଲଣ୍ଡ ଦଳ ପାଇଁ କାଳ ପାଲଟି ଯାଇଛି ।

Image

୧୭୧ ରନର ବଡ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିବା ଘରୋଇ ଦଳ ପ୍ରଥମ ବଳରେ ହିଁ ଝଟକା ଖାଇଥିଲା । ଟିମର ଖତରନାକ ଓପନର ଜାସନ ରୟଙ୍କୁ ପ୍ରଥମ ବଲରେ ପାଭିଲିୟନ ପଠାଇ ନିଜ ଜଲୱା ଦେଖାଇଥିଲେ ଟିମ ଇଣ୍ଡିଆର ରାଜକୁମାର ଭୁବନେଶ୍ୱର କୁମାର । ପ୍ରଥମ ମ୍ୟାଚରେ ବଟଲର ଏବଂ ଏହି ମ୍ୟାଚରେ ଜାସନ ରୟ ଉଭୟ ଖେଳାଳିଙ୍କୁ ଏହି ସିରିଜରେ ଡକ ଆଉଟ କରିଛନ୍ତି ଭୁବି । ଏହାପରେ ଇଂଲଣ୍ଡ ଏକ ବଡ ଭାଗିଦାରୀ କରିବାରେ ବିଫଳ ହୋଇଥିଲା । ଲଗାତାର ଭାବରେ ୱିକେଟ ହରାଇ ଚାଲିଲା ଇଂଲଣ୍ଡ ।

ତେବେ ସପ୍ତମ ୱିକେଟ ପାଇଁ ଆଶାର ଏକ ଛୋଟ କିରଣ ଆଣିଥେିଲ ମୋଇନ ଅଲୀ ଏବଂ ଡାଭିଡ ୱିଲି । କିନ୍ତୁ ତାଙ୍କ ମଝିରେ ଆସିଗଲେ ପୂର୍ବ ମ୍ୟାଚର ଷ୍ଟାର ପ୍ଲେୟର ହାର୍ଦ୍ଦିକ ପାଣ୍ଡ୍ୟା । ମୋଇନ ଅଲୀଙ୍କୁ ପାଭିଲିୟନର ରାସ୍ତା ଦେଖାଇ ଦେଇଥିଲେ । ଏହାପରେ ପୁଣିଥରେ ତାସ ଘର ଭଳି ଭାଙ୍ଗ ଯାଇଥିଲା ଇଂଲଣ୍ଡ ବ୍ୟାଟିଂ ଅର୍ଡର ।ଏବଂ ତା ସହ ଭାଙ୍ଗି ଯାଇଛି ମ୍ୟାଚ ଏବଂ ସିରିଜ ଜିତିବାର ଆଶା । ତିନି ମ୍ୟାଚ ବିଶିଷ୍ଟ ଏହି ସିରିଜକୁ ଭାରତ ୨-୦ରେ ଜିତି ସାରିଛି ।

ତେବେ ଭାରତ ପକ୍ଷରୁ ଆଜିର ଷ୍ଟାର ପରଫୋମର ରହିଛନ୍ତି ସ୍ୱିଙ୍ଗର ରାଜକୁମାର ଭୁବନେଶ୍ୱର କୁମାର । ୩ ଓଭରରେ ୧୫ ରନ ଦେଇ ଇଂଲଣ୍ଡର ୩ଟି ମୂଲ୍ୟବାନ ୱିକେଟକୁ ଅକ୍ତିଆର କରି ନେଇଛନ୍ତି ଭୁବି । ଏହାପରେ ଜସପ୍ରୀତ ବୁମରାହ ଏବଂ ସ୍ପିନର ୟୁଜବେନ୍ଦ୍ର ଚହଲ ଦୁଇଟି ଲେଖାଏଁ ୱିକେଟ ନିଜ ନାମରେ କରିଛନ୍ତି । ତେବେ ହର୍ଷଲ ପଟେଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ଶିକାର କରିବାରେ ସଫଳ ହୋଇଛନ୍ତି । ତେବେ ଆଜିର ଏହି ମ୍ୟାଚରେ ବ୍ରିଟିଶ ଭାରତ ଉପରେ ନୁହେଁ, ବରଂ ଭାରତ ବ୍ରିଟିଶା ଶାସନ ଉପରେ ଶାସନ କରୁଥିବାର ମନେ ହେଉଛି ।

Get real time updates directly on you device, subscribe now.