fbpx

(Video) ମିଳୁନି ଆମ୍ବୁଲାନ୍ସ: ସାନଭାଇର ଶବକୁ କୋଳରେ ଧରି ରାସ୍ତା କଡ଼ରେ ବସିଛି ୮ବର୍ଷର ଶିଶୁ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ମୁରୈନାରୁ ସାମ୍ନାକୁ ଆସିଛି ଏକ ହୃଦୟ ବିଦାରକ ଦୃଶ୍ୟ । ଭିଡିଓରେ ଏକ ୮ ବର୍ଷର ଶିଶୁ ନିଜ ୨ ବର୍ଷ ସାନଭାଇର ଶବକୁ କୋଳରେ ଧରି ବସିଥିବା ଦେଖିବାକୁ ମିଳିଛି । ଶିଶୁର ପିତା ପୂଜାରାମ ଜାଟୱ ନିଜର ମୃତ ଶିଶୁକୁ ଘରକୁ ନେଇ ଯିବା ପାଇଁ ଆମ୍ବୁଲାନ୍ସ ଖୋଜିବାରେ ଲାଗିଛନ୍ତି । ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ କ୍ଷେତ୍ର ପ୍ରତି ଏବେ ବ୍ୟବସ୍ଥା ଥାଇ ମଧ୍ୟ ପିତାକୁ ନିଜ ପୁଅ ପାଇଁ ଆମ୍ବୁଲାନ୍ସଟିଏ ମିଳୁନାହିଁ ।

ତେବେ ରାସ୍ତାକଡ଼ରେ ଶବ ସହିତ ବାଳକକୁ ଦେଖି ଲୋକଙ୍କ ଭିଡ଼ ବଢ଼ିଥିଲା ଓ ଅଧିକାରୀଙ୍କୁ ଏହାର ସୂଚନା ଦେଇଥିଲେ । ମିଳିଥିବା ସୂଚନା ଅନୁସାରେ, ପୂଜାରାମ ଜାଟୱଙ୍କ ୨ ବର୍ଷର ପୁଅର ସ୍ୱାସ୍ଥ୍ୟ ଅଚାନକ୍ ଖରାପ ହୋଇଥିଲା । ଆରମ୍ଭରେ ପୂଜାରାମ ନିଜ ପୁଅକୁ ଘରେ ସୁସ୍ଥ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ପେଟର ଯନ୍ତ୍ରଣା ଅସହ୍ୟ ହେବାରୁ ସେ ମୁରୈନ ଜିଲ୍ଲା ମେଡିକାଲକୁ ନେଇଯାଇଥିଲେ । ପୂଜାରାମଙ୍କ ସହ ତାଙ୍କ ବଡ଼ ପୁଅ ଗୁଲସନ ମଧ୍ୟ ମେଡିକାଲ ଯାଇଥିଲେ ।

କିନ୍ତୁ ମେଡିକାଲରେ ସାନ ପୁଅ ରାଜାଙ୍କ ମୃତ୍ୟୁ ହୋଇଥିଲା । ଗରିବ ଓ ଅସହାୟ ପୂଜାରାମ ଶବକୁ ଘରକୁ ନେବା ପାଇଁ ଆମ୍ବୁଲାନ୍ସର ବ୍ୟବସ୍ଥା କରିବାକୁ ଅଧିକାରୀଙ୍କ ନିକଟରେ ଗୁହାରି କରିଥିଲେ । କିନ୍ତୁ ଗରିବ ପିତାଙ୍କ କଥା କିଏ ବା ଶୁଣିବ । ମେଡିକାଲର ଅଧିକାରୀମାନେ ଆମ୍ବୁଲାନ୍ସ ଦେବାକୁ ମନା କରିବାରୁ ବ୍ୟକ୍ତି ଜଣକ ନିଜ ପୁଅର ଶବ ସହ ବାହାରକୁ ପଳାଇ ଆସିଥିଲେ ଓ ରାସ୍ତାକଡ଼ରେ ବସିପଡ଼ିଲେ ।

ଗରିବ ପିତା ଶବକୁ ନେବା ପାଇଁ ଘରକୁ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ । ଫଳରେ ସେ ବଡ଼ ପୁଅ ଗୁଲସନଙ୍କ ସହ ଶବକୁ ମେଡିକାଲ ଆଗରେ ଛାଡ଼ି ଘରକୁ ଯାଇଥିଲେ । ପୂଜାରାମଙ୍କ ପଡ଼ ପୁଅ ଗୁଲସନ ନିଜ ପିତାଙ୍କ ଫେରିବା ପର୍ଯ୍ୟନ୍ତ ପ୍ରାୟ ୩୦ମିନିଟ୍ ପର୍ଯ୍ୟନ୍ତ ସାନ ଭାଇର ଶବକୁ କୋଳରେ ଧରି ରାସ୍ତା କଡ଼ରେ ବସିରହିଥିଲେ । ଭିଡ଼ ଜମାଇଥିବା ଲୋକ ଅଧିକାରୀଙ୍କୁ ଏବିଷୟରେ ସୂଚନା ଦେବାକୁ ପୋଲିସ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରିଥିଲା ଓ ଡ୍ରାଇଭରକୁ ପୂଜାରାମଙ୍କ ଘରକୁ ଯିବା ପାଇଁ କହିଥିଲା ।

Get real time updates directly on you device, subscribe now.