fbpx

ଏମିତି ଏକ ମନ୍ଦିର, ଯାହାକୁ ଜଗୁଛନ୍ତି କେବଳ ବିଷଧର ସାପ: ଜାଣନ୍ତୁ କେଉଁଠି

ଓଡିଶା ଭାସ୍କର: ବିଚିତ୍ର ଏ ବିଶ୍ୱ ବ୍ରହ୍ମାଣ୍ଡ, ଭିନ୍ନ ତାର ପରିକଳ୍ପନା । ଏହି ବିଶ୍ୱ ବ୍ରହ୍ମାଣ୍ଡରେ ଲୁଚି ରହିଛି ଅନେକ ରହସ୍ୟମୟୀ ଘଟଣା । ଯାହାକି ଲୋକମାନଙ୍କୁ ଆଶ୍ଚର୍ଯ୍ୟ ଓ ଆଚମ୍ବିତ କରିଥାଏ । ବିଶ୍ୱରେ ଆମିତି କିଛି କିମ୍ବଦନ୍ତୀ ଓଐତିହ ଅଛି ଯାହାକୁ ଅତି ସହଜରେ କେହି ବିଶ୍ୱାସ କରିପାରିବେ ନାହିଁ । ସେହିଭଳି ଇଣ୍ଡୋନେସିଆରେ ରହିଛି ଏକ ରହସ୍ୟମୟୀ ମନ୍ଦିର, ଯାହାକୁ ଦିନ ରାତି ଜଗି ରହିଛନ୍ତି ବିଷଧର ସାପ ।

ଇଣ୍ଡୋନେସିଆର ସମୁଦ୍ର ମଧ୍ୟଭାଗରେ ଥିବା ଏକ ଉଚ୍ଚ ଚଟାଣ ଉପରେ ଅବସ୍ଥିତ ଏହିି ସୁନ୍ଦର ତନାହାଲୁଦ୍ ମନ୍ଦିର । ତେବେ ଏହି ମନ୍ଦିର ୬୦୦ ବର୍ଷ ପୁରୁଣା ହୋଇଥିବା ବେଳେ ଏହାକୁ ଅହରହ ଜଗି ରହି ସୁରକ୍ଷା ଦେଉଛନ୍ତି କିଛି ବିଷଧର ସାପ । ସ୍ଥାନୀୟ ଭାଷାରେ ତନାହାଲୁଦ୍ ର ଅର୍ଥ ହେଉଛି ସମୁଦ୍ରର ମଧ୍ୟ ଭାଗ । ଏହି ମନ୍ଦିର ନିର୍ମାଣରେ ବ୍ୟବହୃତ ହୋଇଥିବା ଶିଳା ୧୯୮୦ ମସିହାରେ ଭାଙ୍ଗିବାକୁ ଲାଗିଥିଲା । ପରବର୍ତ୍ତୀ ସମୟରେ ଏହି ମନ୍ଦିରର ଏକ ତୃତୀୟାଂଶ ଅଞ୍ଚଳକୁ କୃତ୍ରିମ ଚଟାଣ ସାହାଯ୍ୟରେ ଘୋଡାଇ ଦିଆଯାଇଥିଲା ।

କିମ୍ବଦନ୍ତୀ ଏବଂ ମନ୍ଦିରର ଐତିହ କହେ ୧୫୦୦ ଶତାବ୍ଦୀରେ ମିରର୍ଥ ନାମକ ଜଣେ ପୁଜାରୀ ତନାହାଲୁଦ୍ ମନ୍ଦିରର ନିର୍ମାଣ କରିଥିଲେ । ସେ ସମୁଦ୍ର କୂଳରେ ଚାଲି ଚାଲି ଏହି ସ୍ଥାନରେ ପହଞ୍ଚି ରାତ୍ରୀ ଯାପନ କରିଥିଲେ । ଏହାପରେ ସେ ଏଠାରେ ସମୁଦ୍ର ଦେବତାଙ୍କୁ ପୂଜା କରିବା ପାଇଁ ସେଠାକାର ସ୍ଥାନୀୟ ଲୋକଙ୍କୁ କହିଥିଲେ ସେହି ପୁଜାରୀ ବାବା । ତାଙ୍କ କଥା ଅନୁସାରେ ନିର୍ମାଶର କରାଗଲା ତନାହାଲୁଦ୍ ମନ୍ଦିର । ତେବେ ଏହି ମନ୍ଦିରର ଅଧିଷ୍ଠାତା ପୂଜାରୀ ମିରର୍ଥଙ୍କୁ ମଧ୍ୟ ଏଠାରେ ପୂଜା କରାଯାଏ ।

କୁହାଯାଏ ଯେ ମିରର୍ଥ ପୂଜାରୀ ତାଙ୍କ ଶକ୍ତି ବଳରେ ଏକ ସାମୁଦ୍ରିକ ସାପକୁ ଜନ୍ମ ଦେଇଥିଲେ । ଏହି ବିଷଧର ସପ ଚଟାଣ ତଳେ ରହି ପ୍ରେତ ଓ ଦୃଷ୍ଟ ଲୋକଙ୍କ କବଳରୁ ମନ୍ଦିରକୁ ସୁରକ୍ଷା ଦେଇଥାଏ ବୋଲି ଏଠାକାର ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି । ତେବେ ଏହି ଘଟଣା ହିଁ ମନ୍ଦିରର ଏକ ବୈଶିଷ୍ଟ । ବର୍ତ୍ତମାନ ମଧ୍ୟ ପୂଜାରୀ ମିରର୍ଥଙ୍କ ପରିବାର ଲୋକେ ଏହି ମନ୍ଦିରର ସେବା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ବାସ୍ତବରେ ଏହି ମନ୍ଦିରର ସୌନ୍ଦର୍ଯ୍ୟ ବେଶ ମନୋରମ । ଏହି ମନ୍ଦିରକୁ ଦେଖିବା ପାଇଁ ଓ ତାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ କାହିଁ କେତେ ଦୂର ଦୂରାନ୍ତରୁ ପର୍ଯ୍ୟଟକମାନେ ଏଠାକୁ ଆସିଥାନ୍ତି ।

Get real time updates directly on you device, subscribe now.