fbpx

Airtel ୟୁଜର୍ସଙ୍କ ପାଇଁ ଖୁସି ଖବର, ବଢ଼ିଲା ଏହି ଲୋକପ୍ରିୟ ପ୍ଲାନର ବେନିଫିଟ୍, ଦାମ୍ ରହିଛି ସମାନ

ନୂଆଦିଲ୍ଲୀ: ଟେଲିକମ୍ କମ୍ପାନୀ ଏୟାରଟେଲ୍ ଏହାର ଏକ ରିଚାର୍ଜ ପ୍ଲାନକୁ ନେଇ ନୂଆ ନିଷ୍ପତ୍ତି ନେଇଛି । ଯାହା ୟୁଜର୍ସଙ୍କୁ ପାଇଁ ଖୁସିର ବିଷୟ ହୋଇପାରେ । ପ୍ରକୃତରେ ଏୟାରଟେଲ ଏହାର ଲୋକପ୍ରିୟ ପ୍ଲାନରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି । ଯାହା ୟୁଜର୍ସଙ୍କ ପାଇଁ ଲାଭଦାୟକ ହେବ । ଏୟାରଟେଲ ଗ୍ରାହକଙ୍କ ଏକ ପସନ୍ଦର ପ୍ଲାନର ଦାମ୍ ନବଢ଼ାଇ ଏହାର ବେନିଫିଟକୁ ବଢ଼ାଇଛି । ଯେଉଁଥିରେ ଉଭୟ ଭାଲିଡିଟି ଏବଂ ଡାଟା ସାମିଲ୍ ରହିଛି । ତେବେ ଏହା କେଉଁ ପ୍ଲାନ ଏବଂ ଏହା ପୂର୍ବରୁ ଏଥିରେ କ’ଣ ସୁବିଧା ମିଳୁଥିଲା ଏବଂ ବର୍ତ୍ତମାନ କ’ଣ ସୁବିଧା ମିଳିବାକୁ ଯାଉଛି ଆସନ୍ତୁ ଜାଣିବା।

ଏୟାରଟେଲ ଯେଉଁ ପ୍ରିପେଡ ପ୍ଲାନରେ ପରିବର୍ତ୍ତନ କରିଛି ତାହା ହେଉଛି ୨୬୫ ଟଙ୍କା ପ୍ରିପେଡ୍ ପ୍ଲାନ । ପୂର୍ବରୁ ଏହି ପ୍ଲାନରେ ଉପଭୋକ୍ତାଙ୍କୁ ଦିଆଯାଇଥିବା ଡାଟାକୁ ବୃଦ୍ଧି କରାଯାଇଛି । ଖାଲି ସେତିକି ନୁହେଁ ଏହି ପ୍ଲାନରେ ବୈଧତା ମଧ୍ୟ ବୃଦ୍ଧି କରାଯାଇଛି ।

ପୂର୍ବରୁ ମିଳୁଥିଲା ଏହି ବେନିଫିଟ୍:

ଏୟାରଟେଲର ୨୬୫ ଟଙ୍କା ପ୍ରିପେଡ୍ ପ୍ଲାନରେ ୨୮ ଦିନର ବୈଧତା ଏବଂ ପ୍ରତିଦିନ ୧ ଜିବି ଡାଟା ମିଳୁଥିଲା । ଏହା ସହ ଅନଲିମିଟେଡ କଲିଂ ଏବଂ ପ୍ରତିଦିନ ୧୦୦ ଏସଏମଏସ ମିଳୁଥିଲା । ପ୍ଲାନରେ ଆମାଜନ ପ୍ରାଇମ ଭିଡିଓର ମୋବାଇଲ ଏଡିସନ ଏବଂ ୱିଙ୍କ୍ ମ୍ୟୁଜିକ୍ ଏବଂ ମାଗଣା ହେଲୋଟ୍ୟୁନ୍ସ ସବସ୍କ୍ରିପସନ୍ ମଧ୍ୟ ଦିଆଯାଉଥିଲା ।

ଏବେ ମିଳିବ ଏହି ଫାଇଦା:

ବର୍ତ୍ତମାନ ଏହି ପ୍ଲାନରେ ଦୈନିକ ୧ ଜିବି ଡାଟା ବଦଳରେ ୧.୫ ଜିବି ଡାଟା ମିଳିବ ଏବଂ ୨୮ ଦିନ ବୈଧତା ବଦଳରେ ୩୦ ଦିନର ବୈଧତା ମିଳିବ । ଏହା ସହ ଅନ୍ୟ ବେନିଫିଟ୍ ପୂର୍ବଭଳି ସମାନ ରହିଛି । ପ୍ଲାନରେ ଅନଲିମିଟେଡ୍ କଲିଂ, ପ୍ରତିଦିନ ୧୦୦ ଏସଏମଏସ । ଆମାଜନ ପ୍ରାଇମ ଭିଡିଓ ମୋବାଇଲ ଏଡିସନ, ୱିଙ୍କ୍ ମ୍ୟୁଜିକ୍ , ମାଗଣା ହେଲୋଟ୍ୟୁନ୍ସ ମିଳିବ ।

Get real time updates directly on you device, subscribe now.