fbpx

ଦେଶ ଛାଡ଼ି ପଳାୟନ କଲେ ଶ୍ରୀଲଙ୍କା ରଷ୍ଟ୍ରପତି ଗୋଟାବାୟା ରାଜପକ୍ସେ, ଏହି ପଡୋଶି ଦେଶରେ ନେଲେ ଆଶ୍ରୟ

ନୁଆଦିଲ୍ଲୀ: ଶ୍ରୀଲଙ୍କାରେ ଜାରି ରହିଥିବା ଆର୍ଥିକ ସଙ୍କଟ ମଧ୍ୟରେ ବଡ଼ ଖବର ସାମ୍ନାକୁ ଆସିଛି। ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସେ ସପରିବାରେ ଦେଶ ଛାଡ଼ି ପଳାଇଛନ୍ତି। ଏବେ ସେ ଯାଇ ମାଳଦ୍ୱୀପର ରାଜଧାନୀ ମାଲେରେ ଆଶ୍ରୟ ନେଇଥିବା କୁହାଯାଉଛି। ଆନ୍ଦୋଳନକାରୀ ରାଷ୍ଟ୍ରପତି ଭବନ କବଜା କରିବା ପରେ ଗୋଟବାୟା ଭୟଭିତ ଥିଲେ। ଆନ୍ଦୋଳନକାରୀ ଗୋଟାବାୟାଙ୍କ ଇସ୍ତାଫା ଦାବି କରୁଥିଲେ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଗୋଟାବାୟା ରାଜପକ୍ସେ ତାଙ୍କ ପତ୍ନୀ, ଅଙ୍ଗରକ୍ଷୀ ଏବଂ ପାଇଲଟଙ୍କ ସହ ମାଲଦ୍ୱୀପରେ ପହଞ୍ଚିଛନ୍ତି। ଗୋଟବାୟା ବିଦେଶ ଯିବା ପୁର୍ବରୁ ଇସ୍ତଫା ଦେଇଛନ୍ତି ବୋଲି କୁହାଯାଉଛି। ଏ ବିଷୟରେ ସଂସଦରେ ବାଚସ୍ପତି ଘୋଷଣା କରିବେ। କୁହାଯାଉଛି ଯେ ଶ୍ରୀଲଙ୍କାରୁ ଖସିଯିବା ପାଇଁ ସେ ବାୟୁସେନା ବିମାନ ଏଏନ-୩୨ ବ୍ୟବହାର କରିଥିଲେ। ଏହାପୂର୍ବରୁ ସେ ଶ୍ରୀଲଙ୍କାରେ ଲୁଚି ରହିଥିଲେ। ଗୋଟାବାୟା ରାଜପକ୍ସେଙ୍କ ଇସ୍ତଫା ପରେ ଦେଶରେ କାମଚଳା ରାଷ୍ଟ୍ରପତି ଭାବରେ ସଂସଦର ବାଚସ୍ପତି ମହିନ୍ଦା ୟାପ ଅଭୟୱର୍ଡାନା କାର୍ଯ୍ୟ କରିବେ।

ଶ୍ରୀଲଙ୍କାର ସମ୍ବିଧାନ ଅନୁଯାୟୀ ଦେଶରେ ରାଷ୍ଟ୍ରପତି ତଥା ପ୍ରଧାନମନ୍ତ୍ରୀଙ୍କ ଅନୁପସ୍ଥିତିରେ ସଂସଦର ବାଚସ୍ପତିଙ୍କ ହାତକୁ ସରକାର ଅସିଥାଏ। ସେ ଏହି ପଦରେ ଏକ ମାସ ପର୍ଯ୍ୟନ୍ତ ରହିପାରିବେ। ଏହି ସମୟ ମଧ୍ୟରେ ତାଙ୍କୁ ଦେଶରେ ରାଷ୍ଟ୍ରପତି ନିର୍ବାଚିତ କରି ସରକାରଙ୍କ ଦାୟିତ୍ୱ ତାଙ୍କୁ ଦେବାକୁ ପଡିବ। ତେଣୁ ବର୍ତ୍ତମାନ ଏହି କଷ୍ଟଦାୟକ ପରିସ୍ଥିତିରେ ବାଚସ୍ପତି ଅଭୟୱରଦାନାଙ୍କୁ ଅର୍ଥନୈତିକ ସଙ୍କଟରୁ ବାହାର କରିବା ଏବଂ ରାଷ୍ଟ୍ରପତି ହୋଇ ରାଷ୍ଟ୍ରପତି ନିର୍ବାଚନ କରିବା ଦାୟିତ୍ୱ ଗ୍ରହଣ କରିବାକୁ ପଡ଼ିବ।

Get real time updates directly on you device, subscribe now.