fbpx

ଇଂଲଣ୍ଡ ବିପକ୍ଷରେ ବିଜୟର ଶତକ ପୂରା କରିବ ଭାରତୀୟ ଦଳ ! ହାତରେ ରହିଛି ଦୁଇଟି ସୁଯୋଗ

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଆଜି ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ଵିତୀୟ ମୁକାବିଲା ଲଣ୍ଡନର ଲର୍ଡ୍ସ ମଇଦାନରେ ଖେଳାଯିବ। ଯଦି ଏହି ମୁକାବିଲା ଭାରତ ଜିତିନିଏ ତେବେ ଦଳ ଏକ ବଡ ରେକର୍ଡ ନିଜ ନାମରେ କରିବ। ଭାରତୀୟ ଦଳ ଘରୋଇ ଇଂଲଣ୍ଡ ବିପକ୍ଷରେ ବିଜୟ ଶତକ ପୂରା କରିବାର ସୁଯୋଗ ରହିଛି। ଯଦି ଟିମ୍ ଇଣ୍ଡିଆ ଇଂଲଣ୍ଡ ବିପକ୍ଷ ଅବଶିଷ୍ଟ ଦୁଇଟି ମ୍ୟାଚରୁ ଗୋଟିଏ ଜିତେ ତେବେ ଦଳ ନାମରେ ଏହି ବିଶେଷ ରେକର୍ଡ ଲିପିବଦ୍ଧ ରହିବ।

ଭାରତୀୟ ଦଳ ପାଖରେ ଇଂଲଣ୍ଡ ବିପକ୍ଷରେ ଅନ୍ତର୍ଜାତୀୟ କ୍ରିକେଟରେ ୧୦୦ତମ ବିଜୟ ହାସଲ କରିବାର ସୁଯୋଗ ରହିଛି। ଭାରତ ଏ ପର‌୍ୟ୍ୟନ୍ତ ଦିନିକିଆରେ ଇଂଲଣ୍ଡକୁ ୫୬ଟି ମ୍ୟାଚରେ ହରାଇଥିବା ବେଳ ଟେଷ୍ଟ କ୍ରିକେଟରେ ୩୧ଟି ମୁକାବିଲା ଜିତିଛି। ସେହିପରି ଟି-୨୦ ଅନ୍ତର୍ଜାତୀୟରେ ଦଳ ଇଂଲଣ୍ଡକୁ ୨୨ଟି ମ୍ୟାଚରେ ହରାଇଛି। ଏହି ପରି ଅଦ୍ୟାବଧି ଭାରତ ଇଂଲଣ୍ଡ ବିପକ୍ଷରେ ୯୯ଟି ଅନ୍ତର୍ଜାତୀୟ ମ୍ୟାଚ୍ ଜିତି ସାରିଛି।

ଅନ୍ୟପଟେ ଇଂଲଣ୍ଡ ଦଳ ୫୦ଟି ଟେଷ୍ଟ, ୪୩ଟି ଦିନିକିଆ ଏବଂ ୧୦ଟି ଟି-୨୦ ମ୍ୟାଚ୍ ଭାରତ ବିପକ୍ଷରେ ଜିତି ସାରିଛି। ଘରୋଇ ଦଳ ଭାରତ ବିପକ୍ଷରେ ଅନ୍ତର୍ଜାତୀୟ କ୍ରିକେଟରେ ୧୦୦ ମ୍ୟାଚ୍ ଜିତି ସାରିଛି। ଏବେ ଇଂଲଣ୍ଡ ବିପକ୍ଷରେ ଏହି ଉପଲବ୍ଧି ହାସଲ କରିବାର ପାଳି ଭାରତ ନିକଟରେ ରହିଛି। ଏଥିପାଇଁ ଭାରତ ହାତରେ ଦୁଇଟି ସୁଯୋଗ ରହିଛି। ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଆଉ ଦୁଇଟି ମ୍ୟାଚ୍ ଖେଳାଯିବା ବାକି ରହିଛି। ପ୍ରଥମ ମ୍ୟାଚ୍ ଜିତି ଭାରତ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି।

 

 

 

 

Get real time updates directly on you device, subscribe now.