fbpx

ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଶ୍ନପତ୍ର ଲିକ୍ ପଛରେ କଳାହାଣ୍ଡି ପ୍ରଫେସର: VCଙ୍କ ବଡ଼ ଖୁଲାସା

ସମ୍ବଲପୁର(ଓଡ଼ିଶା ଭାସ୍କର): ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଶ୍ନପତ୍ର ଲିକ୍ ମାମଲାରେ ହୋଇଛି ବଡ଼ ଖୁଲାସା । ପ୍ରଶ୍ନପତ୍ର ଲିକ୍ ମାମଲାରେ କଳାହାଣ୍ଡିର ଅନୁଦାନପ୍ରାପ୍ତ କଲେଜର ପ୍ରଫେସର ସାମିଲ ଥିବା ସୂଚନା ମିଳିଛି । ଏନେଇ ସାଙ୍ଘାତିକ ସୂଚନା ଦେଇଛନ୍ତି ବିଶ୍ୱବିଦ୍ୟାଳୟର କୁଳପତି ସଞ୍ଜୀବ ମିତ୍ତଲ । ଭିସିଙ୍କ କହିବା ମୁତାବକ, କଳାହାଣ୍ଡି ପ୍ରଫେସର ପ୍ରଲୋଭନରେ ଆସି ପ୍ରଶ୍ନପତ୍ର ଲିକ୍ କରିଥାଇ ପାରନ୍ତି ।

ବିଶ୍ୱବିଦ୍ୟାଳୟକୁ ସମ୍ପୃକ୍ତ ପ୍ରଫେସରଙ୍କୁ ଡକାଯାଇଛି ବୋଲି ଭିସି କହିଛନ୍ତି । ଏହା ସହ ସମ୍ପୃକ୍ତ କଲେଜ ପ୍ରିନ୍ସପାଲଙ୍କୁ ମଧ୍ୟ ଡକାଯାଇଛି । ପୂରା ରିପୋର୍ଟକୁ ଅପେକ୍ଷା କରାଯାଇଛି । ଏଫଆଇଆର ଦିଆଯିବା ସହ ସାଇବର ଥାନାକୁ ମଧ୍ୟ ଏହି ଘଟଣା ବାବଦରେ ଜଣାଯାଇଛି । ତଦନ୍ତରେ ସମ୍ପୃକ୍ତି ଜଣାପଡିଲେ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେବ । ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆଉ କୌଣସି କାର୍ଯ୍ୟରେ ସାମିଲ କରାଯିବନି । ବାକି ଥିବା ପରୀକ୍ଷାଗୁଡ଼ିକ ଆଉ ପୂର୍ବପ୍ରସ୍ତୁତ ପ୍ରଶ୍ନପତ୍ରରେ ହେବନାହିଁ । ସାନି ପ୍ରଶ୍ନପତ୍ର କରାଯିବ ଓ ଇମେଲରେ କଲେଜକୁ ପଠାଯିବ । ପରୀକ୍ଷାର ଘଣ୍ଟାଏ ପୂର୍ବରୁ ପ୍ରଶ୍ନ ପଠାଯିବ ଓ କଲେଜରେ ପ୍ରିଣ୍ଟଆଉଟ ବାହାରିବ । ପ୍ରିଣ୍ଟଆଉଟ ବାହାର କରି ପିଲାମାନଙ୍କୁ ପ୍ରଶ୍ନପତ୍ର ଦିଆଯିବ ।

ଅନ୍ୟପଟେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ବାତିଲ ହୋଇଥିବା ପରୀକ୍ଷା ତାରିଖ ପ୍ରକାଶ କରାଯାଇଛି । ଆଜି ଓ ଗତକାଲି ପ୍ରଶ୍ନପତ୍ର ଲିକ୍ ପାଇଁ ପରୀକ୍ଷା ବାତିଲ ହୋଇଛି । ଆସନ୍ତା ୧୯ରେ ଏଜୁକେସନ ଓ ୨୦ରେ ଫିଜିକ୍ସ ପେପର-୨ ପରୀକ୍ଷା ହେବ । ସାନି ପରୀକ୍ଷା ନେଇ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.