fbpx

ଛି… ମୁଁ ଆଉ Pizza ଖାଇବି ନାହିଁ: Domino’s Pizzaରୁ ବାହାରିଲା ଅସରପା, କମ୍ପାନୀ ଦେଲା ୧ ଲକ୍ଷ ଜରିମାନା

ନୂଆଦିଲ୍ଲୀ: ଅନେକ ସମୟରେ ଆମେମାନେ ହୋଟେଲ, ଟିଫିନ୍ ସେଣ୍ଟର, ରେଷ୍ଟୁରାଣ୍ଟମାନଙ୍କରେ ଖାଇବା ସମୟରେ ଖାଦ୍ୟରୁ ଅସରପା, ଝିଟିପିଟି, ପୋକ ବାହାରିଥାନ୍ତି । ଏପରି ସ୍ଥଳେ ଗ୍ରାହକଙ୍କ ପ୍ରତିକ୍ରିୟା କଥା ନ କହିବା ଭଲ । ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ଅଷ୍ଟ୍ରେଲିଆର ଏକ ଡୋମିନୋସ ପିଜା ଷ୍ଟୋରରେ । ରେଷ୍ଟୁରାଷ୍ଟ ପକ୍ଷରୁ ଜଣେ ଗ୍ରାହକଙ୍କୁ ପିଜା ସହିତ ଅସରପା ମିଶାଇ ଦିଆଯାଇଥିବା ଅଭିଯୋଗ ହୋଇଥିଲା ।

ପିଜାରୁ ଅସରପା ବାହାରିବା ପରେ ଗ୍ରାହକ ଜଣଙ୍କ ଅଭିଯୋଗ କରିଥିଲେ । ଏହାପରେ ସ୍ୱାସ୍ଥ୍ୟ ଇନ୍ସପେକ୍ଟର ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲେ । ତେବେ ଅଧିକାରୀମାନେ ଯେତେବେଳେ ପିଜା ଷ୍ଟୋରରେ ପହଞ୍ଚିଥିଲେ, ସେମାନେ ରୋଷେଇ ଘରର ଅବସ୍ଥା ଦେଖି ସ୍ତମ୍ଭୀଭୂତ ହୋଇଯାଇଥିଲେ । ପିଜା ପ୍ରସ୍ତୁତ ହେଉଥିବା ରୋଷେଇ ଶାଳରେ ଅନେକ ଅସରପା ଏଣେତେଣେ ବୁଲୁଥିବାର ଦେଖିବାକୁ ମିଳିଥିଲା ।

ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅନୁଯାୟୀ, ଡୋମିନୋସ୍ ପିଜା ଷ୍ଟୋରର ପରିବେଶ ଅତ୍ୟନ୍ତ ନିମ୍ନମାନର ଥିଲା । ସେଠାରେ ଥିବା ବିଭିନ୍ନ ମେଶିନାରୀ ସାମଗ୍ରୀରୁ ଦୁର୍ଗନ୍ଧ ବାହାରୁଥିଲା । ଚାରିଆଡ଼େ ଅସରପା ଭରି ରହିଥିଲେ । ଏଭଳି ସ୍ଥିତି ଦେଖିବା ପରେ ପିଜା ଷ୍ଟୋର ଉପରେ ପାଖାପାଖି ୧ ଲକ୍ଷ ଟଙ୍କାର ଜରିମାନା ଲାଗୁ କରାଯାଇଥିଲା । ତେବେ ପୂର୍ବରୁ ଏନେଇ ଷ୍ଟୋରକୁ ଚେତାବନୀ ଦିଆଯାଇଥିବା ବେଳେ ସେ ତାହାକୁ ପାଳନ କରିନଥିଲା । ଏହି ଘଟଣା ପରେ ପୀଡ଼ିତ ଗ୍ରାହକଙ୍କୁ ପିଜା କମ୍ପାନୀ ତରଫରୁ କ୍ଷମାପ୍ରାର୍ଥନା କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.