fbpx

କୋହଲି ନିଜ ଭାଗ୍ୟ ନିର୍ଦ୍ଧାରଣ କରି ପାରିବେ: କପିଲ ଦେବ

ନୂଆଦିଲ୍ଲୀ: ପୂର୍ବତନ ବିଶ୍ୱକପ ବିଜୟୀ ଅଧିନାୟକ କପିଲ ଦେବ କହିଛନ୍ତି ଯେ ବିରାଟ କୋହଲି ଜଣେ ବଡ ଖେଳାଳି । କେଉଁ କାରଣରୁ ସେ ଗତ ତିନି ବର୍ଷ ଧରି ଲଗାତର ବିଫଳ ହୋଇ ଆସୁଛନ୍ତି। ତାହା ସେ ନିଜେ ଅନୁଭବ କରି ପାରୁ ଥିବେ । ତେଣୁ କେଉଁଠାରେ ଦୋଷ ତ୍ରୁଟି ରହିଛି ତାହା ସୁଧାରିବା ପାଇଁ କୋହଲି ନିଜେ ଚେଷ୍ଟା କରିବା ଦରକାର ।

ଅନ୍ୟ ପକ୍ଷରେ ବୟସ ଦୃଷ୍ଟିରୁ ସେ ଭାରତ ପାଇଁ ଆହୁରି ଅନେକ ଦିନ ଖେଳି ପାରିବେ । ତାଙ୍କ ନିକଟରେ ସେହି ଜୋସ ମଧ୍ୟ ରହିଛି । ତେବେ ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଲା ଯେ କୋହଲି ଦଳରୁ ବାଦ ପଡିବା କିମ୍ବା ତାଙ୍କୁ ବିଶ୍ରାମ ଦିଆ ଗଲେ ତାହା ବଡ ଚର୍ଚ୍ଚାର ବିଷୟ ପାଲଟି ଯାଉଛି । ଅବଶ୍ୟ ଗତ ପାଞ୍ଚ/ଛଅ ବର୍ଷ ଧରି କୋହଲି ସବୁବେଳେ ଭାରତୀୟ ଦଳ ସହିତ ସାମିଲ ହୋଇ ଆସୁଛନ୍ତି । କାରଣ ସେ ଜଣେ ବଡ ଖେଳାଳି । ମାତ୍ର କୌଣସି କାରଣ ନେଇ ସେ ଫର୍ମ ହରାଇବା ଯୋଗୁଁ କୌଣସି ଫର୍ମାଟରେ ନିଜର ପୂର୍ବ କରିସ୍ମା ଦେଖାଇ ପାରୁ ନାହାନ୍ତି । ତେଣୁ ଚୟନ କର୍ତ୍ତାମାନେ ବହୁ ଦିନ ଅପେକ୍ଷା କରିବା ପରେ ଆଗାମୀ ୱେଷ୍ଟଇଣ୍ଡିଜ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇ ନାହାନ୍ତି । ଅବଶ୍ୟ ସେ ଏହି ସିରିଜ ପାଇଁ ବିଶ୍ରାମ ନେବା ପାଇଁ ନିଜେ ଚାହିଁଲେ କିମ୍ବା ବିସିସିଆଇ ଚୟନକର୍ତ୍ତା ତାଙ୍କୁ କୌଣସି କାରଣରୁ ବିଶ୍ରାମ ଦେଇଛନ୍ତି ,ତାହା ଜାଣିନି ।

ମାତ୍ର କୋହଲି ପୁଣି କିପରି ଫର୍ମକୁ ଫେରିବେ ,ସେଥିପାଇଁ ନିଜେ ଚେଷ୍ଟା କରିବା ଉଚିତ । ଏଥିପାଇଁ କ’ଣ ଦୋଷ ତ୍ରୁଟି ରହିଛି। ତାହା ସେ ତର୍ଜମା କରିବା ଉଚିତ । ଆଗକୁ ଟି-୨୦ ବିଶ୍ୱକପ ଆସୁଛି । ଅଷ୍ଟ୍ରେଲିଆ ପରିବେଶ ଦେଖି ଏକ ଶକ୍ତିଶାଳୀ ଭାରତୀୟ ଦଳ ଗଠନ କରିବା ଉଚିତ । ପୁରୁଣା ରେକର୍ଡକୁ ଦେଖି ବିଫଳ ଖେଳାଳିଙ୍କୁ ଦଳରେ ସ୍ଥାନ ଦେଲେ, ଭାରତ ଆଗାମୀ ଟି-୨୦ ବିଶ୍ୱକପରେ ବହୁ ମୂଲ୍ୟ ଦେବାକୁ ପଡି ପାରେ । ଅବଶ୍ୟ ଯେଉଁ ଖେଳାଳି ମାନେ ବିଫଳ ହେଉଛନ୍ତି । ସେମାନେ ଘରୋଇ ରଣଜି କିମ୍ବା ଅନ୍ୟ କୌଣସି ପ୍ରତିଯୋଗିତାରେ ଖେଳି ନିଜର ଫର୍ମ ଫେରି ପାଇବା ପାଇଁ ଉଦ୍ୟମ କରିବା ଦରକାର । ତେଣୁ କୋହଲି ନିଜର ଭବିଷ୍ୟତ ଭାଗ୍ୟ ନିର୍ଦ୍ଧାରଣ କରି ପାରିବେ ବୋଲି କପିଲ ଦେବ କହିଛନ୍ତି ।

Get real time updates directly on you device, subscribe now.