fbpx

ବିଚାରପତିଙ୍କ ଖାଲି ସ୍ଥାନ ପୂରଣ ନ ହେଲେ କେସ ପଡିରହିବ: CJI

ଜୟପୁର: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏନଭି ରମନା ଦେଶରେ ବିଚାରାଧୀନ କଏଦୀଙ୍କ ସଂଖ୍ୟା ଏବଂ ଅଦାଲତରେ ପଡ଼ିରହିଥିବା ମାମଲାର ବିଚାର ତ୍ୱରାନିତ କରିବା ପାଇଁ କହିଛନ୍ତି । ମୁଖ୍ୟ ବିଚାରପତି ରମନା ଜୟପୁରରେ ଆୟୋଜିତ ହୋଇଥିବା ଜାତୀୟ ଆଇନ ସେବା ପ୍ରାଧିକରଣ(ଏନଏଏଲଏସଏ)ର ୧୮ତମ ଜାତୀୟ ସମ୍ମିଳନୀରେ ଯୋଗଦେଇ କହିଛନ୍ତି, ମୁଁ ଯୁଆଡେ ଯାଉଛି ଲୋକ ମୋତେ ପଡିରହିଥିବା କେସ ବିଷୟରେ ପଚାରୁଛନ୍ତି । କେସ କେବେ ଫଏସଲା ହେବ? କେସ୍‌ ପଡିରହିବାର କାରଣ କ’ଣ ମୁଁ ଜାଣିଛି । କେସ୍‌ ପଡିରହିବାର ମୁଖ୍ୟ କାରଣ ବିଚାରପତିଙ୍କ ଆବଶ୍ୟକ ପଦ ପୂରଣ ହୋଇନାହିଁ ଏବଂ ନ୍ୟାୟିକ ଇନ୍‌ଫ୍ରାଷ୍ଟ୍ରକଚରର ସେ ଭଳି ଉନ୍ନତି ହୋଇନାହିଁ ।

ମୁଖ୍ୟମନ୍ତ୍ରୀ ଯେଭଳି ବୈଠକରେ ଇନ୍‌ଫ୍ରାଷ୍ଟ୍ରକଚର ପ୍ରସଙ୍ଗ ଉଠାଉଛନ୍ତି, ମୁଁ ସେହିଭଳି ବିଚାରପତିଙ୍କ ଅଭାବ ବିଷୟରେ ପ୍ରସଙ୍ଗ ଉଠାଇଲେ ମଧ୍ୟ ଦୁର୍ଭାଗ୍ୟ କେହି ବିଚାରକୁ ନେଉନାହାନ୍ତି । ମୁଁ ଆଶାକରୁଛି ଏହି ପ୍ରସଙ୍ଗ ପୁନର୍ବାର ବିଚାରକୁ ନେବା ପାଇଁ ଉଠାଇବି । ବିଚାରପତି ରମନା କହିଛନ୍ତି, ଦେଶରେ ବର୍ତ୍ତମାନ ୬୍‌୧ ଲକ୍ଷ କଏଦୀ ଏବଂ ୮୦ ପ୍ରତିଶତ କେସ ବିଚାରାଧୀନ ଅଛି । ଖୁବ୍‌ଶୀଘ୍ର ଏହାର ବିଚାର କରିବା ପାଇଁ କାମ କରିବାକୁ ହେବ । ଆମ ଦେଶରେ ଫୌଜଦାରୀ ବିଚାରପତି ନିଯୁକ୍ତି ପ୍ରକ୍ରିୟା ହିଁ ସଜା । ନାଲସା ଆଇନ ଦେଶର ଏକ କ୍ରାନ୍ତିକାରୀ ପଦକ୍ଷେପ । ଏହା ଏକ ଉତ୍ତମ ପ୍ରୟାସ । ଦେଶରେ ୫ କୋଟି ବିଚାରାଧୀନ ମାମଲାରୁ ଗତବର୍ଷ ନାଲସାରେ ୧କୋଟି ମାମଲାର ବିଚାର କରାଯାଇଛି । ଏଥିରେ ଆମ ବିଚାରପତିମାନେ ଏକଷ୍ଟ୍ରା ଶନିବାର ଏବଂ ରବିବାରେ କାମ କରିଛନ୍ତି ।

Get real time updates directly on you device, subscribe now.