fbpx

ଆଜି ପୃଥିବୀ ସହ ଧକ୍କା ହେବ ସୌରଝଡ଼: ସାରା ବିଶ୍ୱରେ ଆତଙ୍କ

ନୂଆଦିଲ୍ଲୀ: ଆଜି ପୃଥିବୀ ସହ ଧକ୍କା ହୋଇପାରେ ସୌର ଝଡ଼ । ଜଣେ ସ୍ପେସ ସାଇଣ୍ଟିଷ୍ଟ୍ ଓ ଭୌତିକ ବିଜ୍ଞାନୀ ଏହି ଦାବି କରିଛନ୍ତି । ସୌର ଝଡ଼ରେ ସୂର୍ଯ୍ୟ ପୃଷ୍ଠରେ ବଡ଼ ବିସ୍ଫୋରଣ ହୋଇଥାଏ, ଯେଉଁଥିରେ ଶେଷରେ ବିଦ୍ୟୁତ୍-ଚୁମ୍ବକୀୟ ବିକିରଣ ଏବଂ ପ୍ରବଳ ଉତ୍ତାପ ସୃଷ୍ଟି ହୋଇଥାଏ । ଯଦିଓ ପୃଥିବୀ ଉତ୍ତାପ ଦ୍ୱାରା ପ୍ରଭାବିତ ହେବନି, କିନ୍ତୁ ନାସା ଅନୁଯାୟୀ ବିଦ୍ୟୁତ୍-ଚୁମ୍ବକୀୟ ବିକିରଣର ପ୍ରଭାବ ପଡିପାରେ ଏବଂ ସାମୟିକ ଭାବରେ ସିଗନାଲ୍ ଟ୍ରାନ୍ସମିସନ୍ ପ୍ରଭାବିତ ହୋଇପାରେ ।

ତେବେ ଜୁନ୍ ୧୪ ରେ ସୂର୍ଯ୍ୟଙ୍କଠାରୁ ଏକ ସୌରଝଡ଼ ସୃଷ୍ଟି ହୋଇଥିଲା ଏବଂ ଏନଓଏଏ ଏହାକୁ ନେଇ ସତର୍କ ସୂଚନା ଜାରି କରିଥିଲା । ଏହି ସ ସୌରଝଡ଼ ବିଷୟରେ ଭୌତିକ ବୈଜ୍ଞାନିକ ଡ. ତାମିଥା ସ୍କୋଭି ଟ୍ୱିଟ୍ କରି ଲେଖିଥିଲେ ଯେ, ‘ସିଧାସଳଖ ହିଟ୍, ପୃଥିବୀର ଷ୍ଟ୍ରାଇକ୍ ଜୋନରେ ଏକ ବଡ଼ ସୌରଝଡ଼ ସୃଷ୍ଟି ହୋଇଛି ।

ଜୁଲାଇ ୧୯ ରେ ଏହାର ପ୍ରଭାବ ବିଷୟରେ ନାସା କହିଥିଲା । ଏହି କାରଣରୁ ସାଟେଲାଇଟ୍ ପ୍ରଭାବିତ ହୋଇପାରେ ଏବଂ ଜିପିଏସ୍ ଏବଂ ରେଡିଓ କାର୍ଯ୍ୟରେ ମଧ୍ୟ ସମସ୍ୟା ଆସିପାରେ । ଯଦି ଏହା ଘଟେ ତେବେ ସୌର ଝଡ଼ ଯୋଗୁଁ ପୃଥିବୀର ଉଚ୍ଚତା ଥିବା ସ୍ଥାନକୁ ବିଦ୍ୟୁତ୍ ଯାଇପାରେ ।ସ୍କୋଭିଙ୍କ ଅନୁଯାୟୀ ଏହି ସୌରଝଡ଼ ଯୋଗୁଁ ରେଡିଓ ଏବଂ ଜିପିଏସ୍ ଠପ୍ ହୋଇଯିବ । ସୌରଝଡ଼ର ପ୍ରଭାବ ମୋବାଇଲ୍ ଫୋନର ସଙ୍କେତ ଉପରେ ମଧ୍ୟ ପଡ଼ିପାରେ, ଯେଉଁଥିପାଇଁ ବ୍ଲାକଆଉଟ୍ ହେବାର ଆଶଙ୍କା ରହିଛି ।

Get real time updates directly on you device, subscribe now.