fbpx

ILS ନିର୍ଦ୍ଦେଶକ ଅଜୟ ପରିଡ଼ାଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଇଏଲଏସ ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡ଼ାଙ୍କର ଆଜି ଦେହାନ୍ତ ହୋଇଛି । ଗୌହାଟୀରେ ପରଲୋକ ନେଇ ଆଇଏଲଏସ ସୂତ୍ରରୁ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ, ସେ ଗୌହାଟୀକୁ ଏକ କନଫରେନ୍ସରେ ଯୋଗ ଦେବାକୁ ଯାଇଥିଲେ ।

ତେବେ ଅଜୟ କୁମାର ପରିଡ଼ା ୧୨ ଡିସେମ୍ବର ୧୯୬୩ରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଭାରତୀୟ ଜୀବବିଜ୍ଞାନୀ, ଯିଏକି କୃଷି, ପ୍ଲାଣ୍ଟ ମଲିକ୍ୟୁଲାର ବାୟୋଲୋଜି ଓ ବାୟୋଟେକ୍‌ନୋଲୋଜି ବିଷୟମାନଙ୍କରେ ତାଙ୍କର ଦାନ ନିମନ୍ତେ ଜଣାଶୁଣା ଥିଲେ । ସନ ୨୦୧୪ରେ ପରିଡ଼ାଙ୍କୁ ଭାରତର ରାଷ୍ଟ୍ରପତି ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ । ଯାହା ତାଙ୍କର ବିଜ୍ଞାନ ଓ ଟେକ୍‌ନିଲୋଜିକୁ ଦାନ ନିମନ୍ତେ ଉଦ୍ଦିଷ୍ଟ ଥିଲା । ଅଜୟ କୁମାର ଓଡ଼ିଶାରେ ଜନ୍ମ ଗ୍ରହଣ କରି ବଢ଼ିଥଲେ ଓ ଚେନାଇର ଏମ. ଏସ. ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନର ଏକ୍‌ଜିକ୍ୟୁଟିଭ ନିର୍ଦ୍ଦେଶକ ଥିଲେ । ସ୍ଥାନୀୟ ଜଳବାୟୁ ପରିବର୍ତ୍ତନ‌କୁ ଖାପ ଖୁଆଇ କେତେକ କୃଷି କାମରେ ପରିବର୍ତ୍ତନ ଆଣିବାକୁ ସେ ଗବେଷଣା କରି ସଫଳ ହୋଇଥିଲେ ।

Get real time updates directly on you device, subscribe now.