fbpx

ମୁମ୍ବାଇ ପୋଲିସର ପୂର୍ବ କମିଶନରଙ୍କୁ ଗିରଫ କଲା ଇଡି, NSE ଫୋନ୍ ଟ୍ୟାପିଂ ମାମଲାରେ ଥିଲେ ଜଡ଼ିତ

ଫୋନ୍ ଟ୍ୟାପିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମଙ୍ଗଳବାର ମୁମ୍ବାଇ ପୋଲିସର ପୂର୍ବତନ  କମିଶନର ସଞ୍ଜୟ ପାଣ୍ଡେଙ୍କୁ ଗିରଫ କରିଛି । ପାଣ୍ଡେ ୩୦ ଜୁନରେ ଅବସର ନେଇଥିଲେ । ତାଙ୍କ ଉପରେ ଅଭିଯୋଗ ହୋଇଛି ଯେ ୨୦୦୯ ରୁ ୨୦୧୭  ମଧ୍ୟରେ ସେ  ଅବୈଧ ଭାବରେ ଏନଏସଇର କର୍ମଚାରୀଙ୍କ ଫୋନ୍ ରେକର୍ଡ କରିଥିଲେ ।

ତିନି ଜଣକୁ ପଚାରଉଚାର ପରେ ଇଡି ଦିଲ୍ଲୀ କୋର୍ଟରେ ସୋମବାର ପକ୍ଷ ରଖିଥିଲେ ଯେ ୧୯୯୭ ରେ ଏନଏସଇର କର୍ମଚାରୀଙ୍କ ଫୋନ୍ ଟ୍ୟାପିଂ ହୋଇଥିଲା ଏବଂ ଏଥିରେ ଜଡ଼ିତ ଥିବା ସବୁ ପ୍ରମାଣ ମଧ୍ୟ ଜବତ ହୋଇସାରିଛି ।

ସୂଚନାଯୋଗ୍ୟ, ଏନଏସଇରେ ଆର୍ଥିକ ଘୋଟାଲାକୁ ନେଇ ତନାଘନା ବେଳେ ଇଡିକୁ ଏହି ସିକ୍ରେଟ ଫୋନ୍  ଟ୍ୟାପିଂ ବିଷୟରେ ଜଣାପଡ଼ିଥିଲା । ଏହାପରେ ଇଡି କେନ୍ଦ୍ର ଗୃହମନ୍ତ୍ରାଳୟକୁ ଦେଇଥିଲେ । ଏହାପରେ ସିବିଆଇ ଏହି ଅଭିଯୋଗ ଯାଞ୍ଚ କରିବାକୁ କୁହାଯାଇଥିଲା । ସିବିଆଇ ଏବଂ ଇଡି ଉଭୟ ସଞ୍ଜୟ ପାଣ୍ଡେଙ୍କ ବିରୋଧରେ ଫୋନ୍ ଟ୍ୟାପିଂ ମାମଲା ରୁଜୁ କରିଛନ୍ତି । ଇଡି ଚଳିତ ମାସରେ କୋ-ଲୋକେଶନ ମାମଲାରେ ତାଙ୍କୁ ପଚରାଉଚରା କରିଥିଲା ।

ସିବିଆଇ ଏବଂ ଇଡି ଦିଲ୍ଲୀ କମ୍ପାନୀ ଆଇଏସଇସି ସର୍ଭିସେସ୍ ପ୍ରାଇଭେଟ ଲିମିଟେଡ ସହ ଏନଏସଇର ପୂର୍ବ ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ ରବି ନାରାୟଣ ଏବଂ ଚିତ୍ରା ରାମାକୃଷ୍ଣାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ସିବିଆଇ ଅଭିଯୋଗ କରିଛି ଯେ ଏମାନେ ଫୋନ୍ ଟ୍ୟାପିଂର ଷଡ଼ଯନ୍ତ୍ର ରଚିଥିଲେ । ଏହି ଆଇଏସଇସି ସର୍ଭିସ୍ ପ୍ରାଇଭେଟ୍ ଲିମିଟେଡ କମ୍ପାନୀ ସଞ୍ଜୟ ପାଣ୍ଡେଙ୍କର ଏବଂ ଏହି କାମ ପାଇଁ ତାଙ୍କୁ ୪.୪୫ କୋଟି ଟଙ୍କା ମିଳିଥିଲା ।

Get real time updates directly on you device, subscribe now.