fbpx

ଏଣିକି ଅନ୍ତିମ ସଂସ୍କାର, ସମାଧି, ମୁର୍ଦାଘର ଆଦି ଶ୍ମଶାନ ସେବାରେ ଲାଗିବ ୧୮ ପ୍ରତିଶତ GST, ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ: ଗତ ୧୮ ତାରିଖ ଠାରୁ ଦେଶରେ ସଂଶୋଧିତ ଦ୍ରବ୍ୟ ଓ ସେବା କର (ଜିଏସଟି) ଲାଗୁ ହୋଇଛି । ଏହାଫଳରେ ଅନେକ ଦ୍ରବ୍ୟର ଦାମ୍ ବୃଦ୍ଧି ପାଇଥିବା ବେଳେ ଆଉ କିଛି ଦ୍ରବ୍ୟର ମୂଲ୍ୟ ହ୍ରାସ ପାଇଛି । କିଛି ଜିନିଷ ଉପରେ ଜିଏସଟି ଲାଗିବାକୁ ନେଇ ଏବେ ଦେଶରେ ବିରୋଧାଭାସ ଓ ଦ୍ୱନ୍ଦ୍ୱ ଜାରି ରହିଛି । ତେବେ ଏଣିକି ଶ୍ମଶାନ ସେବାରେ ମଧ୍ୟ ଜିଏସଟି ଲାଗିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ନୂଆ ଜିଏସଟି ନିୟମ ଲାଗୁ ହେବା ଫଳରେ କିଛି ନିତ୍ୟବ୍ୟବହୃତ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଥିବା ଦେଖାଯାଇଛି । ଏବେ ଶ୍ମଶାନ ସେବାରେ ଜିଏସଟି ଲାଗିବା ନେଇ ସୋସିଆଲ ମିଡ଼ିଆରେ ମେସେଜ୍ ଆସୁଥିବା ଦେଖାଯାଉଛି । ଏହାଫଳରେ ଅନ୍ତିମ ସଂସ୍କାର, ସମାଧି, ଶ୍ମଶାନ ବା ମୁର୍ଦାଘର ସେବାରେ ଜିଏସଟି ଲାଗିବ । ତେବେ ଏହି ସେବାରେ ୧୮ ପ୍ରତିଶତ ଜିଏସଟି ଲାଗିବା ନେଇ ଚର୍ଚ୍ଚା ହେବା ପରେ ସରକାରଙ୍କ ପକ୍ଷରୁ ଜବାବ ଦିଆଯାଇଛି ।

ତେବେ ଏହି ମେସେଜ୍ ପଛର ସତ୍ୟତା ନେଇ ପିଆଇବି ଫ୍ୟାକ୍ଟ ଚେକ୍ ପକ୍ଷରୁ ବିସ୍ତୃତ ସୂଚନା ଦିଆଯାଇଛି । ଶ୍ମଶାନ ସେବାରେ ୧୮ ପ୍ରତିଶତ ଜିଏସଟି ଲାଗିବା ସମ୍ପୂର୍ଣ୍ଣ ଭାବେ ଫର୍ଜି ଅଟେ । ଏନେଇ ସତର୍କ ରହିବାକୁ ଟ୍ୱିଟ୍ କରି ପିଆଇବି ପକ୍ଷରୁ କୁହାଯାଇଛି । ଅନେକ ସମୟରେ ସୋସିଆଲ ମିଡ଼ିଆରେ ଏପରି ଅନେକ ମେସେଜ୍ ଭାଇରାଲ ହୋଇଥାଏ । ମାତ୍ର ଜନସାଧାରଣ ଏହାର ସତ୍ୟତା ଜାଣିବା ପାଇଁ ଅନୁସନ୍ଧାନ କରିବା ଦରକାର ।

Get real time updates directly on you device, subscribe now.