fbpx

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ କେତେ ମିଳିବ ଦରମା? କେତେ ଭରିବେ ଟ୍ୟାକ୍ସ ଓ କ’ଣ ମିଳିବ ଅଧିକାର

ନୂଆଦିଲ୍ଲୀ: ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ଏହାରି ମଧ୍ୟରେ ରାଷ୍ଟ୍ରପତିଙ୍କ ଅଧିକାର, ଦରମା, କେତେ ଦିନ ଛୁଟି ଓ ତାଙ୍କ ଉପରେ କ’ଣ ଦାୟିତ୍ୱ ରହିଛି, ତାହା ଜାଣିବାକୁ ସମସ୍ତଙ୍କ ମନରେ ଜିଜ୍ଞାସା ରହିଛି । ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ ରେ ଶେଷ ହେଉଛି । ଏହାପୂର୍ବରୁ ଦେଶକୁ ୧୫ ତମ ରାଷ୍ଟ୍ରପତି ମିଳିଯାଇଛିି । ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପରେ ସେ ଆଦିବାସୀ ସମ୍ପ୍ରଦାୟର ପ୍ରଥମ ମହିଳା ଭାବେ ଦେଶର ରାଷ୍ଟ୍ରପତି ହୋଇଛନ୍ତି । ତେବେ ରାଷ୍ଟ୍ରପତି ଅନେକ ଭତ୍ତା ପାଆନ୍ତି ଏବଂ ତାଙ୍କୁ ଅନେକ ସୁବିଧା ମଧ୍ୟ ଦିଆଯାଏ, ଆସନ୍ତୁ ଜାଣିବା…

ରାଷ୍ଟ୍ରପତିଙ୍କୁ ମିଳିଥାଏ ଏହି ସୁବିଧା:-
-ଭାରତର ରାଷ୍ଟ୍ରପତିଙ୍କୁ ମାସିକ ପ୍ରାୟ ୫ ଲକ୍ଷ ଟଙ୍କା ଦରମା ମିଳିଥାଏ ।
-ଏହା ବ୍ୟତୀତ ସେମାନେ ଜୀବନ ସାରା ମାଗଣାରେ ଚିକିତ୍ସା ସୁବିଧା ସମେତ ରହିବା ଏବଂ ଅନ୍ୟାନ୍ୟ ଭତ୍ତା ପାଆନ୍ତି ।
-ଭାରତର ରାଷ୍ଟ୍ରପତି ଏବଂ ତାଙ୍କ ପତ୍ନୀ ଦୁନିଆର ଯେକୌଣସି ସ୍ଥାନକୁ ମାଗଣାରେ ଯାତ୍ରା କରିପାରିବେ ।
-ରାଷ୍ଟ୍ରପତିଙ୍କର ପାଖରେ ପାଞ୍ଚ ଜଣଙ୍କର ସେକ୍ରେଟେରିଆଲ ଷ୍ଟାଫ୍ ରହିଥାନ୍ତି ।
-ରାଷ୍ଟ୍ରପତି ଭବନର ଦେଖାଶୁଣା ପାଇଁ ୨୦୦ ଅନ୍ୟ ଲୋକ ଦାୟିତ୍ୱ ନେଇଥାନ୍ତି ।
-ରାଷ୍ଟ୍ରପତିଙ୍କ ପାଖରେ ଛୁଟିଦିନ ବିତାଇବା ପାଇଁ ଦୁଇଟି ସାନଦାରହଲିଡେ ରିଟ୍ରିଟ୍ ରହିଛି, ସେଥିମଧ୍ୟରୁ ଗୋଟିଏ ହେଉଛି ହାଇଦ୍ରାବାଦର ରାଷ୍ଟ୍ରପତି ନିଲୟମ ଏବଂ ଅନ୍ୟଟି ଶିମଲାରେ ଥିବା ରିଟ୍ରିଟ୍ ବିଲ୍ଡିଂ ।
-ଦେଶର ରାଷ୍ଟ୍ରପତିଙ୍କୁ ଏକ କଷ୍ଟୋମାଇଜଡ୍ ମର୍ସିଡିଜ୍ ବେଞ୍ଜ୍ ଏସ୬୦୦ (ଡ୨୨୧) ଗାଡି ମିଳିଥାଏ ।
-ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ରମନ୍ତ୍ରୀ ପରିଷଦର ପରାମର୍ଶ କ୍ରମେ ଯୁଦ୍ଧ ଘୋଷଣା କରିବାର କ୍ଷମତା ରାଷ୍ଟ୍ରପତିଙ୍କ ପାଖରେ ରହିଛି ।
-ଦେଶର ସମସ୍ତ ଆବଶ୍ୟକୀୟ ଚୁକ୍ତିନାମା ରାଷ୍ଟ୍ରପତିଙ୍କ ଦ୍ୱାରା କରାଯାଏ ।
-ରାଷ୍ଟ୍ରପତି ଭବନ ହେଉଛି ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ, ଯାହାକି ଦିଲ୍ଲୀରେ ରହିଛି ।
-ରାଷ୍ଟ୍ରପତି ଭବନରେ ସମୁଦାୟ ୩୪୦ ରୁମ୍ ଓ ଏହାର ଚଟାଣ କ୍ଷେତ୍ର ୨,୦୦,୦୦୦ ବର୍ଗଫୁଟ ରହିଛି ।

ରାଷ୍ଟ୍ରପତିଙ୍କୁ ମିଳିଥାଏ ଏହି ଅତିରିକ୍ତ କ୍ଷମତା:-

– ରାଷ୍ଟ୍ରପତି ନିଜ ଅଫିସର ପାୱାର ଓ କର୍ତ୍ତବ୍ୟର ପ୍ରୟୋଗ ଓ ପ୍ରଦର୍ଶନ ପାଇଁ ବା ସେହି ଶକ୍ତି ଓ କର୍ତ୍ତବ୍ୟର ଅଭ୍ୟାସ ଓ ପ୍ରଦର୍ଶନ ପାଇଁ ତାଙ୍କ ଦ୍ୱାରା କରାଯାଇଥିବା ସମସ୍ତ କାମ ପାଇଁ ତାଙ୍କୁ କୋର୍ଟ ଆଗରେ ଜବାବ ଦେବାକୁ ପଡିବ ନାହିଁ ।
– ଯଦି ଅନୁଚ୍ଛେଦନ ୬୧ ଅଧିନରେ ଅଭିଯୁକ୍ତର ଯାଞ୍ଚ ପାଇଁ ସଂସଦର କୌଣସି ନିଯୁକ୍ତ ବା ମନୋନିତ କୌଣସି ବି ଅଦାଲତ, ନ୍ୟାୟାଧିକରଣ ଦ୍ୱାରା ତାଙ୍କର ଆଚରଣର ସମୀକ୍ଷା କରାଯାଇପାରେ, ତେବେ ଏହି ନିୟମ ଲାଗୁ ହେବ ।
-ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ସମୟରେ କୌଣସି ଅଦାଲତରେ ତାଙ୍କ ବିରୋଧରେ କୌଣସି ଅପରାଧିକ କାର୍ଯ୍ୟ ଆରମ୍ଭ ହୋଇପାରିବ ନାହିଁ କିମ୍ବା ଜାରି କରାଯାଇପାରିବ ନାହିଁ ।
-କେବଳ ଏତିକି ନୁହେଁ, ତାଙ୍କ କାର୍ଯ୍ୟକାଳ ମଧ୍ୟରେ କୌଣସି କୋର୍ଟରୁ ଗିରଫ କିମ୍ବା ଜେଲର ପ୍ରକ୍ରିୟା ଜାରି କରାଯିବ ନାହିଁ ।

ରାଷ୍ଟ୍ରପତି ମଧ୍ୟ ଟ୍ୟାକ୍ସ ଦିଅନ୍ତି!

ଆୟକର ଅଧିନିୟମ ଓ ରାଷ୍ଟ୍ରପତି ଏବଂ ପେନ୍ସନ୍ ଆକ୍ଟ ୧୯୫୧ ମଧ୍ୟ ରାଷ୍ଟ୍ରପତିଙ୍କ ବେତନରୁ ଆୟକର ଛାଡକୁ ଅନୁମତି ଦେଇନାହିଁ । ଏଭଳି ପରିସ୍ଥିତିରେ ରାଷ୍ଟ୍ରପତି ମଧ୍ୟ ଟ୍ୟାକ୍ସ ଦେଉଥିବା ସ୍ପଷ୍ଟ ହୋଇଛି ।

ପୂର୍ବରୁ କ’ଣ ଥିଲା ଦରମା?
୧୯୫୧ ମସିହା- ୧୦,୦୦୦ + ୧୫୦୦୦ ଟଙ୍କା ଭତ୍ତା ।
୧୯୮୫ ମସିହା – ୧୫୦୦୦ + ୩୦,୦୦୦ ଭତ୍ତା ।
୧୯୮୯ ମସିହା – ୨୦,୦୦୦ + ୧୦,୦୦୦ ଭତ୍ତା ।
୧୯୯୮ ମସିହା – ୫୦,୦୦୦ ଟଙ୍କା + ଭତ୍ତା ।
୨୦୦୮ ମସିହା – ୧,୫୦,୦୦୦ ଟଙ୍କା + ଭତ୍ତା ।
୨୦୧୭ ମସିହା – ୫,୦୦,୦୦୦ ଟଙ୍କା + ଭତ୍ତା ।

Get real time updates directly on you device, subscribe now.