fbpx

(Video) ବାବୁସାନ୍ ଓ ପ୍ରକୃତିଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପତ୍ନୀ ତୃପ୍ତି ମହାନ୍ତି: କହିଲେ- ‘ସତ୍ୟନଗର ଘରେ ରହୁଥିଲେ….’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ଏପରି ଏକ ଘଟଣା ସାମ୍ନାକୁ , ଯାହାକୁ ନେଇ ସମସ୍ତେ ସ୍ତବ୍ଧ ହୋଇଛନ୍ତି । ସାମ୍ନାକୁ ଓଡଲିଉଡ ଷ୍ଟାର ଦମ୍ପତିଙ୍କ କଳି, ଯାହାର ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଆଜି ସକାଳଳେଭୁବନେଶ୍ୱର ସତ୍ୟନଗରରେ ବାବୁସାନ ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ଏକ କାରରେ ଯାଉଥିବା ବେଳେ ତାଙ୍କୁ ଧରିପକାଇଥିଲେ ଅଭିନେତାଙ୍କ ପତ୍ନୀ ତୃପ୍ତି ମହାନ୍ତି । ରାସ୍ତାରେ ଗାଡ଼ି ଅଟକାଇ ଝଗଡ଼ା କରିଥିଲେ ବାବୁସାନଙ୍କ ପତ୍ନୀ । ସାଙ୍ଗରେ ଥିବା ପ୍ରକୃତିଙ୍କୁ ମଧ୍ୟ ଟଣାଓଟରା କରିଥିଲେ ।

ଘଟଣାକୁ ନେଇ ପ୍ରକୃତିଙ୍କ ବାପାମାତା ଥାନାରେ ଅଭିଯୋଗ କରିଥିବା ବେଳେ ଭିଡିଓ ଭାଇରାଲ ପରେ ବାବୁସାନ୍ ଓ ପ୍ରକୃତି ଚେନ୍ନାଇ ପଳାଇଥିବା ଜଣାପଡିଛି । ଅନ୍ୟପଟେ ବାବୁସାନଙ୍କ ପତ୍ନୀ ତୃପ୍ତି ମହାନ୍ତି ମଧ୍ୟ ମୁହଁ ଖୋଲିଛନ୍ତି । ସେ ଗଣମାଧ୍ୟମକୁ କହିଛନ୍ତି ଯେ, ‘ସତ୍ୟନଗର ଘରେ ବାବୁସାନ୍ ଓ ପ୍ରକୃତି ମିଶ୍ର ରହୁଥିଲେ । ମୁଁ ତାଙ୍କୁ ଆଗରୁ ୩ ଥର ଧରିଛି, ସେମାନେ ଜାଗା ପରିବର୍ତ୍ତନ କରୁଥିଲେ । ଆଜି ବାବୁସାନ ଚେନ୍ନାଇ ଯିବେ ବୋଲି ଖବର ପାଇଥିଲି । ପ୍ରକୃତି ମଧ୍ୟ ତାଙ୍କ ସାଙ୍ଗରେ ଯିବା ନେଇ ମୋର ସନ୍ଦେହ ହୋଇଥିଲା । ବାବୁଙ୍କୁ ଭଲ ପାଏ ବୋଲି ପ୍ରକୃତି ମୋତେ ଜବାବ ଦେଲେ । ଆମ ଭିତରେ ଯିବ ପଶିବ ପରିଣାମ ଭୋଗିବ ବୋଲି ପ୍ରକୃତି କହିଥିଲେ । ମୁଁ ବାବୁଙ୍କୁ ସେଠାରୁ କାଢ଼ିବାକୁ ଚାହୁଁଥିଲି । ପ୍ରକୃତି ମୋତେ ଧକ୍କା ମାରିଥିଲେ । ଆମ ଘରେ ବହୁ ମାସ ଧରି ବାବୁସାନ ରହୁନଥିଲେ । ୨୦୨୦ ସେପ୍ଟେମ୍ବର ୨୨ରେ ମୁଁ ଗର୍ଭବତୀ ଥିବା ଜାଣିଲି ।’

୨୩ ତାରିଖରେ ସେମାନଙ୍କ ସମ୍ପର୍କ ବିଷୟରେ ମୋତେ ଜଣାପଡିଥିଲା । ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର ମଧ୍ୟ ଏକଥା ଜାଣିଥିଲେ । ସେ ଦୁଇଜଣ ଆଉ ହାତରେ ନଥିବା ପ୍ରକୃତିଙ୍କ ବାପା କହିଥିଲେ । ୨ ମାର୍ଚ୍ଚ ୨୦୨୨ରେ ପ୍ରକୃତିଙ୍କ ଜନ୍ମଦିନରେ ବାବୁସାନ ତାଙ୍କୁ ଲକେଟ ଦେଇଥିଲେ । ଏହି ସମୟରେ ମୁଁ ତାଙ୍କୁ ଧରିଥିଲି ବୋଲି ତୃପ୍ତି କହିଛନ୍ତି । ମୁଁ ମୋ ପରିବାରକୁ ବଞ୍ଚାଇାବାକୁ ଚାହୁଁଥିଲି, ତେଣୁ ଚୁପ୍ ଥିଲି । ମୋ ଶାଶୂ ମଧ୍ୟ ଏକଥା ଜାଣିଛନ୍ତି, ବାବୁଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି । ମୁଁ ମଧ୍ୟ ସେମାନଙ୍କ ନାଁରେ ମାମଲା କରିବା ନେଇ ଚିନ୍ତା କରୁଛି । ଆଗକୁ ବହୁ ଚିନ୍ତା କରି ନିଷ୍ପତ୍ତିି ନେବି ବୋଲି ତୃପ୍ତି କହିଛନ୍ତି ।

Get real time updates directly on you device, subscribe now.