fbpx

(Video) ଓଲିଉଡ ଷ୍ଟାରଙ୍କ ତ୍ରିକୋଣୀୟ ଲଭ୍ ଷ୍ଟୋରୀ: ତୃପ୍ତି ନିଜର ଷ୍ଟାଣ୍ଡାର୍ଡ ଦେଖାଇ ଦେଲେ, ମୁଁ ଡରିବିନି, ଆକ୍ସନ ନେବି- ପ୍ରକୃତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି ଓଲିଉଡ ଷ୍ଟାରଙ୍କ ତ୍ରିକୋଣୀୟ ଲଭ୍ ଷ୍ଟୋରୀ । ଅଭିନେତା ବାବୁସାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ଏକ କାରରେ ଯାଉଥିବା ସମୟରେ ସତ୍ୟନଗର ଅଞ୍ଚଳରେ ଧରାପଡ଼ିଛନ୍ତି । ଦୁହିଁଙ୍କୁ ଏକସଙ୍ଗେ ଧରିଛନ୍ତି ବାବୁସାନଙ୍କ ପତ୍ନୀ ତୃପ୍ତି ମହାନ୍ତି । ତେବେ ଏହି ଘଟଣାର ସମସ୍ତ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ପ୍ରକୃତି ତାଙ୍କର ଘର ବର୍ବାଦ କରିଥିବା ତୃପ୍ତି ଅଭିଯୋଗ କରିଛନ୍ତି ।

ତେବେ ଏହି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ପ୍ରକୃତି । ସେ କହିଛନ୍ତି, ମୁଁ ତୃପ୍ତିଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବି । ସେ ମୋତେ ମାଡ଼ ମାରି ଟର୍ଚର କରିବା ସହ ଫିଜିକାଲି ଆବ୍ୟୁସ କରିଛନ୍ତି । ତାଙ୍କର ଏହି ପଦକ୍ଷେପ ଦ୍ୱାରା ମୋର ସାମାଜିକ ସମ୍ମାନ ହାନୀ ଘଟିଛି । ବାବୁସାନଙ୍କ ସ୍ତ୍ରୀ ଓ ତାଙ୍କ ଶ୍ୱଶୁର କିଛି ଭଡ଼ାଟିଆ ଗୁଣ୍ଡାଙ୍କୁ ଆଣି ଆମକୁ ଅଟକାଇଥିଲେ । ମୁଁ ଓ ମୋର କୋଷ୍ଟାର ବାବୁ ଦୁହେଁ ଏକ ନୂଆ ଫିଲ୍ମର ପ୍ରମୋସନ ପାଇଁ ଯିବା ସମୟରେ ଏହି ଘଟଣା ଘଟିଥିଲା ।

ସେ ପୁଣି କହିଛନ୍ତି, ତୃପ୍ତି ମୋତେ ମାଡ଼ ମାରିବା ସହ ବାବୁସାନଙ୍କ ଶ୍ୱଶୁର ମୋ ଚୁଟି ଝିଙ୍କି ଦୁର୍ବ୍ୟବହାର କରିଛନ୍ତି । ମୁଁ ସେମାନଙ୍କ କବଳରୁ ରକ୍ଷା ପାଇବା ପାଇଁ ପାଟି କରୁଥିଲେ ହେଁ କେହି ମୋ କଥା ଶୁଣିନଥିଲେ । ଦେଖଣାହାରୀମାନେ କେବଳ ଭିଡିଓ ଶୁଟ୍ କରିବାରେ ବ୍ୟସ୍ତ ଥିଲେ । ଏହି ଘଟଣା ପରେ ମୁଁ ମାନସିକ ଭାବେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛି । ତୃପ୍ତିଙ୍କର ବ୍ୟକ୍ତିଗତ ଭୁଲ ବୁଝାମଣା ପାଇଁ ମୁଁ ଦାୟୀ ନୁହେଁ । ସେ ତାଙ୍କର ଷ୍ଟାଣ୍ଡାର୍ଡ ଦେଖାଇ ଦେଲେ, ଏବେ ମୁଁ ମୋର କାମ କରିବି । ମୁଁ କାହାକୁ ଭୟ କରେ ନାହିଁ । ମୁଁ ଚୁପ୍ ବସିବି ନାହିଁ, ନିଶ୍ଚିତ ଭାବେ ଆକ୍ସନ ନେବି ।

Get real time updates directly on you device, subscribe now.