fbpx

ସିରିଏଲ୍ ଅଭିନେତା ମଲଖାନଙ୍କ ଦେହାନ୍ତ: ‘ଭାବିଜୀ ଘର୍ ପର୍ ହେଁ’ କରିଥିଲେ ଚମତ୍କାର ଅଭିନୟ

ମୁମ୍ବାଇ: ‘ଆଣ୍ଡ୍ ଟିଭିର’ ପ୍ରସିଦ୍ଧ କମେଡି ସିରିଏଲ୍ ‘ଭାବିଜୀ ଘର୍ ପର୍ ହେଁ’ ର ଅଭିନେତା ମଲଖାନ୍ ଓରଫ୍ ଦୀପେଶ ଭାନଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୧ ବର୍ଷ ବୟସ ହୋଇଥିଲା । ଖବର ଅନୂଯାୟୀ ଦୀପେଶ କ୍ରିକେଟ୍ ଖେଳୁଥିବା ସମୟରେ ହଠାତ୍ ତଳେ ପଡ଼ିଯାଇଥିଲେ । ଏହାପରେ ତାଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ବୋଲି ଘୋଷଣା କରିଥିଲେ । ଏହି ଖବର ପ୍ରସାରଣ ହେବା ପରେ କଳାକାର ଜଗତରେ ଶୋକର ଛାୟା ଖେଳିଯାଇଛି । ସିରିଏଲ୍ ସହିତ ଜଡିତ ସମସ୍ତ ସଦସ୍ୟମାନେ ଏନେଇ ଶୋକ ପ୍ରକାଶ କରିଛନ୍ତି ।

‘ଭାବିଜୀ ଘର ପର୍ ହେଁ’ ସିରିଏଲର ପ୍ରଡ୍ୟୁସର ଦୀପେଶଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିବା ସହ ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି ।

ଦୀପେଶ ଭାନ୍ ଓରଫ୍ ମଲଖାନ୍ ନିଜର ମଜାଳିଆ ଚରିତ୍ର ପାଇଁ ବେଶ ଜଣାଶୁଣା ଥିଲେ । ସେ ‘ଭାବିଜୀ ଘର୍ ପର୍ ହେଁ’ ସିରିଏଲ୍ ବ୍ୟତୀତ ‘କମେଡି କ୍ଲବ୍’ , ‘ଭୁତୱାଲା’, ‘ସୁନ ୟାର ଚିଲ୍ ମାର୍’ ଭଳି ଅନେକ ଶୋ’ରେ କାମ କରିଥିଲେ ।

ଦୀପେଶ ଦିଲ୍ଲୀରେ ନିଜର ପାଠପଢା ସାରିବା ପରେ ୨୦୦୫ରେ ମୁମ୍ବାଇ ଯାଇଥିଲେ । ଏହାପରେ ସେ ମେ ୨୦୧୯ରେ ବିବାହ କରିଥିଲେ ଏବଂ ୨୦୨୧ରେ ତାଙ୍କର ଏକ ସନ୍ତାନ ମଧ୍ୟ ଜନ୍ମ ହୋଇଥିଲା ।

Get real time updates directly on you device, subscribe now.